Advertisment

ଇସ୍ରାଏଲରେ ମୃତ ଭାରତୀୟଙ୍କ ପତ୍ନୀ ୭ ମାସର ଗର୍ଭବତୀ

ତାଙ୍କର ଏକ ୫ ବର୍ଷର ଝିଅ ମଧ୍ୟ ଅଛି।

File Photo

File Photo

Advertisment

ଇସ୍ରାଏଲ୍-ଲେବାନନ୍ ସୀମାରେ ଗତକାଲି କ୍ଷେପଣାସ୍ତ୍ର ଆକ୍ରମଣରେ ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଥିଲା। ମୃତକ ଜଣକ ହେଉଛନ୍ତି, କେରଳର କୋଲାମର ପ୍ୟାଟ୍ ନିବିନ ମ୍ୟାକ୍ସୱେଲ। ୩୧ ବର୍ଷୀୟ ମ୍ୟାକ୍ସୱେଲ ଦୁଇ ମାସ ତଳେ ଇସ୍ରାଏଲ ଯାଇଥିଲେ। ସବୁଠୁ ବଡ଼ କଥା ହେଉଛି କି, ତାଙ୍କ ପତ୍ନୀ ବର୍ତ୍ତମାନ ୭ ମାସର ଗର୍ଭବତୀ ଅଛନ୍ତି। ଏଥିସହ ତାଙ୍କର ଏକ ୫ ବର୍ଷର ଝିଅ ମଧ୍ୟ ଅଛି। 

Advertisment

ଗତକାଲି ଉତ୍ତର ଇସ୍ରାଏଲର ମାର୍ଗାଲିଅଟରେ ହୋଇଥିବା ଆକ୍ରମଣରେ ପ୍ରାଣ ହରାଇଥିଲେ ପ୍ୟାଟ୍ ନିବିନ। ଏଥିସହ ଅନ୍ୟ ଦୁଇ ଜଣ ଭାରତୀୟ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟଙ୍କ ଘର ମଧ୍ୟ କେରଳରେ। ଭାରତରେ ଥିବା ଇସ୍ରାଏଲ ଦୂତାବାସ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି। ଦୂତାବାସ ପକ୍ଷରୁ ପ୍ୟାଟ୍ ନିବିନଙ୍କ ପରିବାର ସହ କଥାବାର୍ତ୍ତା କରାଯାଇଛି। ତାଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଛି। 

ସେହିପରି ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ପାଇଁ ପରାମର୍ଶ ଜାରି କରିଛି ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ। ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଯିବାକୁ କୁହାଯାଇଛି। ବିଶେଷ କରି ଯେଉଁମାନେ ଉତ୍ତର ଏବଂ ଦକ୍ଷିଣରେ ସୀମାନ୍ତ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି କିମ୍ବା ପରିଦର୍ଶନ କରୁଛନ୍ତି, ସେମାନଙ୍କୁ ଇସ୍ରାଏଲ ମଧ୍ୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି। 

Advertisment

ଗତ ବର୍ଷ ଅକ୍ଟୋବର ୮ରୁ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ ଲଢେଇ ଏପର୍ଯ୍ୟନ୍ତ ଥମିବାର ନାଁ ନେଉନି। ସେବେଠାରୁ ହମାସ ସମର୍ଥକ ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ଲଢେଇ ଜାରି ରହିଛି। 

Israel-Hamas War Kerala Man Killed In Israel Pat Nibin Maxwell
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe