Advertisment

ଗଞ୍ଜେଇ ସହ ଧରାପଡ଼ିଲେ ବିଧାୟିକାଙ୍କ ପୁଅ, ଅଭିଯୋଗକୁ ଖଣ୍ଡନ କଲେ ମା'

ଥାକଜୀ ବ୍ରିଜ ତଳୁ ଏକ ଗୋଷ୍ଠୀର ସଦସ୍ୟଙ୍କ ଠାରୁ ଗଞ୍ଜେଇ ଜବତ ହୋଇଥିଲା। ଏହି ମାମଲାରେ ସିପିଏମ୍‌ ବିଧାୟିକା ୟୁ ପ୍ରତିଭାଙ୍କ ପୁଅ ସମେତ ୯ ଜଣଙ୍କୁ ଗିରଫ କରାଯାଇଥିଲା।

MLA U Pratibha

MLA U Pratibha

Advertisment

ଗଞ୍ଜେଇ ସହ ଧରାପଡିଲେ ବିଧାୟକଙ୍କ ପୁଅ। ଗଞ୍ଜେଇ ରଖିବା ଅଭିଯୋଗରେ କେରଳରେ ପୁଲିସ ବିଧାୟକଙ୍କ ପୁଅ ସମେତ ୯ ଜଣଙ୍କୁ ଗିରଫ କରିଥିଲା। ତେବେ ବର୍ତ୍ତମାନ ତାଙ୍କ ପୁଅ ଗଞ୍ଜେଇ ସହିତ ଗିରଫ ହୋଇଥିବା ଖବରକୁ ବିଧାୟିକା ୟୁ ପ୍ରତିଭା ଖଣ୍ଡନ କରିଛନ୍ତି। ତାଙ୍କ ପୁଅକୁ ଗଞ୍ଜେଇ ସହ ଗିରଫ କରାଯାଇନଥିବା ସେ କହିଛନ୍ତି। ସୋସିଆଲ ମିଡିଆରେ ତାଙ୍କ ପୁଅ ମଧ୍ୟ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।

Advertisment

କେରଳର କାୟମକୁଲମ ନିର୍ବାଚନ ମଣ୍ଡଳିର ବିଧାୟିକା ୟୁ ପ୍ରତିଭା ଫେସବୁକ ଲାଇଭରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ସାଙ୍ଗସାଥୀଙ୍କ ସହ ବସିଥିବା ବେଳେ ଅବକାରୀ ବିଭାଗର ଅଧିକାରୀମାନେ ଆସି ତାଙ୍କୁ ପଚରାଉଚରା କରିଥିଲେ। କିନ୍ତୁ ଖବର ଆସିଲା ଯେ ମୋ ପୁଅକୁ କୁଆଡେ ଗଞ୍ଜେଇ ସହ ଧରାପଡିଛି।

ସେ ଆହୁରି କହିଛନ୍ତି, ଯଦି ଏହି ଖବର ସତ ତେବେ ମୁଁ କ୍ଷମା ମାଗିବାକୁ ପ୍ରସ୍ତୁତ। ଯଦି ଏହା ସତ ନୁହେଁ ତେବେ ଗଣମାଧ୍ୟମ ସର୍ବସାଧାରଣରେ କ୍ଷମା ମାଗିବା ଉଚିତ୍। ଗଣମାଧ୍ୟମ ତାଙ୍କୁ ହଇରାଣ କରୁଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ଖବର ସାମ୍ନାକୁ ଆସିବା ପରଠାରୁ ମୁଁ ଅନେକ ଫୋନ୍ କଲ ପାଇଛି।

Advertisment

ଅବକାରୀ ବିଭାଗର ଜଣେ ଅଧିକାରୀଙ୍କ କହିବା ମୁତାବକ, ଆଲାପୁଜା ଜିଲ୍ଲାର କୁଟ୍ଟନାଡର ଥାକଜୀ ବ୍ରିଜ ତଳୁ ଏକ ଗୋଷ୍ଠୀର ସଦସ୍ୟଙ୍କ ଠାରୁ ଗଞ୍ଜେଇ ଜବତ ହୋଇଥିଲା। ଏହି ମାମଲାରେ ସିପିଏମ୍‌ ବିଧାୟିକା ୟୁ ପ୍ରତିଭାଙ୍କ ପୁଅ ସମେତ ୯ ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ଜବତ ଗଞ୍ଜେଇର ମାତ୍ରା କମ୍‌ ହୋଇଥିବାରୁ ସମସ୍ତଙ୍କୁ ଜାମିନ୍‌ରେ ଛାଡ଼ି ଦିଆଯାଇଛି। ଏହି ମାମଲା ପଞ୍ଜୀକୃତ ହୋଇଛି ଏବଂ ତଦନ୍ତ ଜାରି ରହିଛି।

U Pratibha CPM Mla Son Arrested Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe