Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆକ୍ରମଣ ଧମକ ଦେଇଥିବା ବ୍ୟକ୍ତି ଗିରଫ

ଆସନ୍ତାକାଲିଠାରୁ ଦୁଇ ଦିନିଆ କେରଳ ଗସ୍ତ ଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆତ୍ମଘାତୀ ବିସ୍ଫୋରଣ କରିବାର ଧମକ ଦେଇ ଚିଠି ଲେଖିଥିବା ଅଭିଯୁକ୍ତଙ୍କୁ କେରଳ ପୁଲିସ ଶନିବାର ଗିରଫ କରିଛି।

ଅଦ୍ୟତନ ହୋଇଛି
narendra modi

narendra modi

Advertisment

ଆସନ୍ତାକାଲିଠାରୁ ଦୁଇ ଦିନିଆ କେରଳ ଗସ୍ତ ଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆତ୍ମଘାତୀ ବିସ୍ଫୋରଣ କରିବାର ଧମକ ଦେଇ ଚିଠି ଲେଖିଥିବା ଅଭିଯୁକ୍ତଙ୍କୁ କେରଳ ପୁଲିସ ଶନିବାର ଗିରଫ କରିଛି।

Advertisment

କୋଚି ନଗର ପୁଲିସ କମିଶନର କେ ସେଥୁ ରମଣ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତକାଲି ଅଭିଯୁକ୍ତ ଜାଭିୟରଙ୍କୁ ଗିରଫ କରାଯାଇଥିଲା ବେଳେ ଏହାର କାରଣ ବ୍ୟକ୍ତିଗତ ଶତ୍ରୁତା ବୋଲି ଜଣାପଡ଼ିଛି। ସେ ପଡୋଶୀଙ୍କୁ ଫାନ୍ଦରେ ପକାଇବାକୁ ଏଭଳି ଚିଠି ଲେଖିଥିଲେ। ଫୋରେନସିକ୍ ଯାଞ୍ଚରେ ସତ ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି।

କୋଚିରେ ଜଣେ ବ୍ୟକ୍ତି ମାଲାୟାଲମ୍ ଭାଷାରେ ଲେଖିଥିବା ଏହି ଚିଠିକୁ ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନଙ୍କ କାର୍ଯ୍ୟାଳୟରେ ଗ୍ରହଣ କରାଯାଇଥିଲା ଏବଂ ଉକ୍ତ କାର୍ଯ୍ୟାଳୟ ପକ୍ଷରୁ ଗତ ସପ୍ତାହରେ ପୁଲିସକୁ ଏହି ଚିଠି ହସ୍ତାନ୍ତର କରାଯାଇଥିଲା। ଯେଉଁଥିରେ ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଭଳି ଦଶା ଭୋଗିବେ ବୋଲି ଉଲ୍ଲେଖ କରାଯାଇଥିଲା।

Advertisment

ପ୍ରାରମ୍ଭିକ ତଦନ୍ତରେ ଚିଠିରେ ଲେଖାଇଥିବା ଠିକଣା ଅନୁଯାୟୀ ପୁଲିସ କୋଚିର ଏନ କେ ଜୋନି ନାମକ ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲା। ତେବେ ଜୋନି ଏହି ଚିଠି ଲେଖି ନ ଥିବା ପୁଲିସକୁ କହିଥିଲେ ଏବଂ ଅଭିଯୋଗ କରିଥିଲେ ଯେ ତାଙ୍କ ବିରୋଧରେ ରାଗ ରଖିଥିବା କୌଣସି ବ୍ୟକ୍ତି ଏହି ହତ୍ୟା ଧମକ ପଛରେ ଥାଇପାରେ।

ଏପ୍ରିଲ ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ଥିରୁବନନ୍ତପୁରମ୍ କେନ୍ଦ୍ରୀୟ ଷ୍ଟେସନରେ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଟ୍ରେନ୍ ଥିରୁବନନ୍ତପୁରମ୍-କାସରଗୋଡ୍ ମଧ୍ୟରେ ଯାତାୟତ କରିବ।

ସେହିପରି ଏକ ସରକାରୀ ସୂଚନା ମୁତାବକ ମୋଦୀ କୋଚି ୱାଟର ମେଟ୍ରୋକୁ ଦେଶ ପାଇଁ ଉତ୍ସର୍ଗ କରିବେ। ଏହାଦ୍ୱାରା କୋଚି ସହର ସମେତ କୋଚି ଭିତରେ ଥିବା ୧୦ଟି ଦ୍ୱୀପକୁ ବ୍ୟାଟେରୀ ଚାଳିତ ହାଇବ୍ରିଡ୍ ଡଙ୍ଗା ମାଧ୍ୟମରେ ବୁଲି ହେବ।

ତାଙ୍କ ଗସ୍ତ ପୂର୍ବରୁ କେରଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୨୦୬୦ ଜଣ ପୁଲିସ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଆଜି ଅପରାହ୍ନ ୨ଟାରୁ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟ ଲାଗୁ କରାଯାଇଛି ବୋଲି ଜଣାପଡ଼ିଛି।

Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe