କେରଳମ
ଭାରତର ଦକ୍ଷିଣ ପ୍ରାନ୍ତର ରାଜ୍ୟ କେରଳ(Kerala)ର ନାଁ ବଦଳିଛି। କେରଳ ସରକାରଙ୍କ ପ୍ରସ୍ତାବ ଅନୁସାରେ କେନ୍ଦ୍ର କ୍ୟାବିନେଟ ରାଜ୍ୟର ନାମ ପରିବର୍ତ୍ତନ ଉପରେ ମୋହର ମାରିଛନ୍ତି। ଏଣିକି କେରଳ ନୂଆ ନାଁ କେରଳମ ଭାବେ ପରିଚୟନ ହାସଲ କରିଛି। ଆଗାମୀ କିଛି ମାସ ମଧ୍ୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ କେରଳର ନାଁ କେରଳମକୁ ବଦଳିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା ତୀର୍ଥରେ ଥିବା ନୂଆ ପିଏମଓରେ କ୍ୟାବିନେଟ ବୈଠକ ବସିଥିଲ। ପିଏମଓର ନୂଆ ଠିକଣାରେ ବସିଥିବା ପ୍ରଥମ କ୍ୟାବିନେଟ ବୈଠକରେ କେରଳର ନାଁ ବଦଳିଛି। ଭାରତୀୟ ସମ୍ବିଧାନାର ୮ମ ସେଡ୍ୟୁଲ ଓ ସମସ୍ତ ସରକାରୀ ଦସ୍ତବାଜ୍ରେ ରାଜ୍ୟର ନାଁ କେରଳ ବଦଳରେ କେରଳମ ହେବ।
୨୦୨୪ ଜୁନ ୨୫ରେ କେରଳ ବିଧାନସଭା ସର୍ବସମ୍ମତିକ୍ରମେ ଦ୍ୱିତୀୟ ଥର ପାଇଁ ରାଜ୍ୟର ନାଁ ବଦଳାଇବା ସଂକଳ୍ପ ପାରିତ କରିଥିଲା। ସଂକଳ୍ପ ପାରିତ କରି କେରଳ ବିଧାନସଭା ପକ୍ଷରୁ କେନ୍ଦ୍ର ସରକାରଙ୍କ କେରଳମ ନାଁରେ ମୋହର ମାରିବାକୁ ଅନୁରୋଧ କରାଯାଇଥିଲା। ସେବେଠାରୁ ଏହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖରେ ପଡ଼ି ରହିଥିବା ବେଳେ ଠିକ ନିର୍ବାଚନ ପୂର୍ବରୁ ଏହା ଉପରେ ମୋହର ଲଗାଯାଇଛି।
୨୦୨୩ରେ ମଧ୍ୟ କେରଳ ବିଧାନସଭା ପକ୍ଷରୁ ନାଁ ପରିବର୍ତ୍ତନ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯାଇଥିଲା। ସେତେବେଳେ କେନ୍ଦ୍ର ସରକାର ଏହାର ବୈଷୟିକ ଯାଞ୍ଚ ହେବ ବୋଲି କହିଥିଲେ। ୨୦୨୩ରୁ ଯାଞ୍ଚ ଚାଲିଥିବା ବେଳେ କେରଳ ସରକାର ପୁଣି ୨୦୨୪ରେ ନାଁ ପରିବର୍ତ୍ତନ ପ୍ରସ୍ତାବ ପଠାଇଥିଲେ।
ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ କହିବା କଥା, ମାଲାୟାଲମ ଭାଷାରେ ରାଜ୍ୟର ନାଁ କେରଳମ। ୧୯୫୬ ମସିହା ନଭେମ୍ବର ମାସରେ ଭାଷା ଭିତ୍ତିରେ ରାଜ୍ୟର ଗଠନ ହୋଇଥିଲା। ମାଲାୟାଲମ ଭାଷା କହୁଥିବା ଲୋକଙ୍କ ପାଇଁ ଗୋଟିଏ କେରଳ ଗଠନ କରିବାର ଆବଶ୍ୟକତା ଜାତୀୟ ସ୍ୱାଧୀନତା ସଂଗ୍ରାମ ଠାରୁ ଆବଶ୍ୟକ ଥିଲା।
କିନ୍ତୁ ସମ୍ବିଧାନର ପ୍ରଥମ ସେଡ୍ୟୁଲରେ ଆମ ରାଜ୍ୟର ନାଁ କେରଳ ଲେଖାଯାଇଥିଲା। ସମ୍ବିଧାନର ଧାରା ୩ ଅଧୀନରେ ଆମ ରାଜ୍ୟକୁ କେରଳମ ଭାବେ ନାମିତ କରାଯାଉ ବୋଲି ସେ କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/24/kerala-2026-02-24-16-58-05.jpg)