କେରଳର ଜଣେ ମହିଳାଙ୍କର ବସରେ ପ୍ରସବ ହୋଇଛି। କାମ କରିବାକୁ ସରକାରୀ ବସରେ ଯାତ୍ରା କରୁଥିବା ସମୟରେ ସେ ଏକ ଶିଶୁ ସନ୍ତାନକୁ ଜନ୍ମ ଦେଇଛନ୍ତି। ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଡାକ୍ତର ଓ ନର୍ସ ପହଞ୍ଚି ବସ୍ ଭିତରେ ହିଁ ପ୍ରସବ କରାଇଛନ୍ତି।
ସୂଚନା ଅନୁସାରେ, ୩୭ ବର୍ଷୀୟା ଗର୍ଭବତୀ ମହିଳା KSRTC ସରକାରୀ ବସ୍ ଯୋଗେ ଥୋଟ୍ଟିଲପାଲମ ଜିଲ୍ଲାରୁ ଅଙ୍ଗାମାଲୀକୁ କାମ କରିବାକୁ ଯାଉଥିଲେ। ଏହି ସମୟରେ ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ଥ୍ରୀସୁରର ଅମାଲା ଡାକ୍ତରଖାନାକୁ ନିଆଯାଇଥିଲୀ।
Also Read
ଡାକ୍ତରଖାନାରେ ବସ୍ ପହଞ୍ଚିବା ପରେ ମଧ୍ୟ ତାଙ୍କୁ ହସ୍ପିଟାଲ୍ ବେଡକୁ ନିଆଯାଇ ପାରିନଥିଲା। କାରଣ ମହିଳାଙ୍କୁ ବସ୍ ଭିତରୁ ବାହାରକୁ ଆଣିବା କଷ୍ଟକର ଥିଲା। ତେଣୁ ଡାକ୍ତର ଓ ନର୍ସମାନେ ବସ୍ ଭିତରେ ହିଁ ପ୍ରସବ କରାଇଥିଲେ।
ମହିଳା ଜଣକ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଶିଶୁକୁ NICU (ନିଓ-ନାଟାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍)କୁ ସ୍ଥାନାନ୍ତର କରାଯାଇଥିବା ବେଳେ ମାଆକୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
‘ଆମ୍ବେଦକର ବିବାଦ’ରେ ସ୍ପଷ୍ଟୀକରଣ ରଖିଲେ ଅମିତ ଶାହ, କହିଲେ- ଇସ୍ତଫା ଦେବିନି
ବିରୋଧୀଙ୍କ ସ୍ୱର ଶାଣିତ ହେଉଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀ କରି ପୂରା ବିବାଦ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଅମିତ ଶାହ। ଏହି ସମୟରେ ସେ କଂଗ୍ରେସକୁ ସମାଲୋଚନା କରିବାକୁ ଆଦୌ ପଛାଇ ନାହାନ୍ତି।
National
ସମୁଦ୍ରରେ ଯାତ୍ରୀବାହୀ ଡଙ୍ଗାକୁ ପିଟିଲା ସ୍ପିଡ୍ ବୋଟ୍
ବର୍ତ୍ତମାନ ସୁଦ୍ଧା ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାରକାରୀ ଦଳ ପାଣି ଭିତରକୁ ୬୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି।
National
୨୦୨୦ରୁ ଜେଲରେ ଥିବା ଉମର ଖାଲିଦଙ୍କୁ ୭ ଦିନ ପାଇଁ ମିଳିଲା ବେଲ୍
ଖାଲିଦ ପାରିବାରିକ ବିବାହ ପାଇଁ ୭ ଦିନର ଜାମିନ ପାଇଛନ୍ତି। ଡିସେମ୍ବର ୨୮ରୁ ଜାନୁଆରୀ ୩ ଯାଏ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।
Politics
ଅମିତ ଶାହଙ୍କ ବିରୋଧରେ ସ୍ୱାଧିକାର ନୋଟିସ ଦେଲେ ଟିଏମସି ସାଂସଦ
ଅମିତ ଶାହଙ୍କ ବୟାନ ଡ ବିଆର ଆମ୍ବେଦକର ଛାଡ଼ି ଯାଇଥିବା ଛାପକୁ ଅପମାନିତ କରିଛି। ଏପରି ବୟାନ ଗୃହର ମର୍ଯ୍ୟାଦାକୁ ମଧ୍ୟ କ୍ଷତି ପହଞ୍ଚାଇଛି। ଅମିତ ଶାହଙ୍କ ବୟାନ ସଂସଦର ଗାରିମାକୁ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
Guest Column
ଏକ ରାଷ୍ଟ୍ର, ଏକ ନିର୍ବାଚନ- କେତେକ ଆଶଙ୍କା
ଏହି ବିଲ୍ ଯଦି ଆଇନରେ ପରିଣତ ହୁଏ ତେବେ ଏକ ନିର୍ଦ୍ଦିଷ୍ଟ ବର୍ଷ ଯେତେବେଳେ ଲୋକସଭା ନିର୍ବାଚନ ହେବ ସେହି ସମୟରେ ବିଧାନସଭାଗୁଡ଼ିକର ନିର୍ବାଚନ ପାଇଁ ବ୍ୟବସ୍ଥା ହେବ। ଯେଉଁ ବିଧାନସଭାର କାର୍ଯ୍ୟକାଳ ଶେଷ ହୋଇ ନଥିବ ସେମାନେ ଏହାର ପ୍ରତିବାଦ କରିବା ସ୍ୱାଭାବିକ।