Advertisment

କାମ କରିବାକୁ ଯାଉଥିଲେ ଗର୍ଭବତୀ, ବସରେ ହେଲା ପ୍ରସବ

ପ୍ରବସବ ଯନ୍ତ୍ରଣା ପରେ ଡାକ୍ତର ଓ ନର୍ସ ପହଞ୍ଚି ବସରେ ମହିଳାଙ୍କ ପ୍ରସବ କରାଇଛନ୍ତି।

Woman Delivers Baby In Bus

Woman Delivers Baby In Bus

Advertisment

କେରଳର ଜଣେ ମହିଳାଙ୍କର ବସରେ ପ୍ରସବ ହୋଇଛି। କାମ କରିବାକୁ ସରକାରୀ ବସରେ ଯାତ୍ରା କରୁଥିବା ସମୟରେ ସେ ଏକ ଶିଶୁ ସନ୍ତାନକୁ ଜନ୍ମ ଦେଇଛନ୍ତି। ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଡାକ୍ତର ଓ ନର୍ସ ପହଞ୍ଚି ବସ୍ ଭିତରେ ହିଁ ପ୍ରସବ କରାଇଛନ୍ତି।

Advertisment

ସୂଚନା ଅନୁସାରେ, ୩୭ ବର୍ଷୀୟା ଗର୍ଭବତୀ ମହିଳା KSRTC ସରକାରୀ ବସ୍ ଯୋଗେ ଥୋଟ୍ଟିଲପାଲମ ଜିଲ୍ଲାରୁ ଅଙ୍ଗାମାଲୀକୁ କାମ କରିବାକୁ ଯାଉଥିଲେ। ଏହି ସମୟରେ ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ଥ୍ରୀସୁରର ଅମାଲା ଡାକ୍ତରଖାନାକୁ ନିଆଯାଇଥିଲୀ।  

ଡାକ୍ତରଖାନାରେ ବସ୍ ପହଞ୍ଚିବା ପରେ ମଧ୍ୟ ତାଙ୍କୁ ହସ୍ପିଟାଲ୍ ବେଡକୁ ନିଆଯାଇ ପାରିନଥିଲା। କାରଣ ମହିଳାଙ୍କୁ ବସ୍ ଭିତରୁ ବାହାରକୁ ଆଣିବା କଷ୍ଟକର ଥିଲା। ତେଣୁ ଡାକ୍ତର ଓ ନର୍ସମାନେ ବସ୍ ଭିତରେ ହିଁ ପ୍ରସବ କରାଇଥିଲେ। 

Advertisment

ମହିଳା ଜଣକ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଶିଶୁକୁ NICU (ନିଓ-ନାଟାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍)କୁ ସ୍ଥାନାନ୍ତର କରାଯାଇଥିବା ବେଳେ ମାଆକୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି। 

Woman Delivers Baby In Bus Delivery
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe