Advertisment

ସ୍ୱାମୀଙ୍କ ସହ ଭିଡିଓ କଲ୍‌ରେ କଥା ହେଉଥିବା ବେଳେ ହମାସ କଲା ଆକ୍ରମଣ, କେରଳ ମହିଳା ଆହତ

ହମାସ ଆକ୍ରମଣରେ ଶୀଜା ଆହତ ହୋଇଛନ୍ତି ଓ ତାଙ୍କର ସର୍ଜରୀ ହୋଇଛି।

author-image
Hemant Lenka
Kerala

Kerala

ଇସ୍ରାଏଲରେ ନର୍ସ ଭାବେ କାମ କରୁଥିବା କେରଳର ଜଣେ ମହିଳା ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ଆକ୍ରମଣରେ ଆହତ ହୋଇଛନ୍ତି। ମହିଳା ଜଣଙ୍କ ଭାରତରେ ରହୁଥିବା ତାଙ୍କ ସ୍ୱାମୀଙ୍କ ସହ ଭିଡିଓ କଲ୍‌ରେ କଥା ହେଉଥିବା ସମୟରେ ହିଁ ହମାସ ଆକ୍ରମଣ କରିଥିଲା। ଏଥିରେ ମହିଳା ଜଣଙ୍କ ଆହତ ହୋଇଛନ୍ତି।

Advertisment

ଦୀର୍ଘ ୭ ବର୍ଷ ହେଲାଣି ଶୀଜା ଆନନ୍ଦ(୪୧) ଇସ୍ରାଏଲରେ ରହୁଛନ୍ତି। ସେ ତାଙ୍କ ପରିବାର ଲୋକଙ୍କୁ ଭିଡିଓ କଲ କରିବା ସହ ସେ ସୁରକ୍ଷିତ ଥିବା କଥା ଜଣାଇଥିଲେ। ଏହାପରେ ସେ ସ୍ୱାମୀଙ୍କ ସହ ମଧ୍ୟ ଭିଡିଓ କଲରେ କଥା ହେଉଥିଲେ। ଏତିକି ବେଳେ ହମାସ ରକେଟ ମାଡ଼ କରିଥିଲା। ଏଥିରେ ଶୀଜା ଆହତ ହୋଇଥିଲେ।

ପରବର୍ତ୍ତୀ ସମୟରେ ସେ ପୁଣି ତାଙ୍କ ସ୍ୱାମୀଙ୍କୁ କଲ କରିଥିଲେ। କିନ୍ତୁ ଭୟଙ୍କର ବିସ୍ଫୋରଣ ଶବ୍ଦ ଯୋଗୁ ଉକ୍ତ କଲଟି ମଧ୍ୟ କଟି ଯାଇଥିଲା। ଦିନକ ପରେ ଶୀଜାଙ୍କ ଜଣେ ସହଯୋଗୀ ତାଙ୍କ ସ୍ୱାମୀଙ୍କୁ କଲ କରିଥିଲେ।

Advertisment

ଏହି ସମୟରେ ହମାସ ଆକ୍ରମଣରେ ଶୀଜା ଆହତ ହୋଇଛନ୍ତି ଓ ତାଙ୍କର ସର୍ଜରୀ ହୋଇଛି ବୋଲି ଜଣାଇଥିଲେ। ଏଥିସହ ତାଙ୍କର ଆଉ ଗୋଟିଏ ସର୍ଜରୀ ମଧ୍ୟ ହେବ ବୋଲି କହିଥିଲେ। ଶୀଜାଙ୍କ ସ୍ୱାମୀ ପୁଣେରେ କାମ କରୁଥିବା ବେଳେ ଭାରତରେ ତାଙ୍କର ଦୁଇ ପିଲା ମଧ୍ୟ ରହୁଛନ୍ତି।

ଅନ୍ୟପକ୍ଷରେ କେରଳର ପ୍ରାୟ ୨୦୦ ଜଣ ଲୋକ ଇସ୍ରାଏଲ ଓ ହମାସ ଯୁଦ୍ଧ ମଧ୍ୟରେ ଫସି ରହିଛନ୍ତି। ସେମାନେ ବେଥଲେହେମର ଗୋଟିଏ ହୋଟେଲରେ ସୁରକ୍ଷିତ ଭାବେ ରହିଥିବା ଜଣାପଡ଼ିଛି। ସେମାନଙ୍କୁ ହୋଟେଲରେ ରହିବାକୁ କୁହାଯାଇଛି। ସୁବିଧା ଦେଖି ସମସ୍ତଙ୍କୁ ଇସ୍ରାଏଲାରୁ ଇଜିପ୍ଟ ସ୍ଥାନାନ୍ତର କରାଯିବ।

ଏହାବାଦ କୋଚିର ପ୍ରାୟ ୪୫ ଜଣ ଲୋକ ପାଲେଷ୍ଟାଇନର ଗୋଟିଏ ହୋଟେଲରେ ଫସି ରହିଛନ୍ତି। ସେମାନେ ବର୍ତ୍ତମାନ ସୁଦ୍ଧା ସୁରକ୍ଷିତ ରହିଛନ୍ତି।

Kerala Israel Declares War Israel-Palestine Conflict War Israel-Palestine War