Advertisment

ଘରୁ ମିଳିଳା ଫେମସ୍‌ ୟୁଟ୍ୟୁବର୍‌ ଦମ୍ପତିଙ୍କ ମୃତଦେହ, ଦୁଇ ଦିନ ତଳେ ପୋଷ୍ଟ କରିଥିଲେ ଭିଡିଓ

ଦୁଇ ଦିନ ପୂର୍ବେ ଏହି ୟୁଟ୍ୟୁବର୍‌ ଦମ୍ପତି ନିଜର ଶେଷ ଭିଡିଓ ଅପଲୋଡ୍ କରିଥିଲେ, ଯେଉଁଥିରେ ଏକ ହୃଦୟ ବିଦାରକ ଗୀତ ସାମିଲ ଥିଲା। ଏହି ଭିଡିଓରେ ମୃତ୍ୟୁକୁ ଚିତ୍ରଣ କରାଯାଇଥିଲା।

Suicide

Suicide

Advertisment

ଘର ଭିତରୁ ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ଫେମସ ୟୁଟ୍ୟୁବର ତଥା ସୋଶାଲ ମିଡିଆ ଇନ୍‌ଫ୍ଲୁଏନ୍ସର୍‌ ଦମ୍ପତିଙ୍କ ମୃତଦେହ। ଏହାକୁ ନେଇ ଏବେ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି। ଉଭୟ ସ୍ୱାମୀ-ସ୍ତ୍ରୀ ଥିଲେ। ଉଭୟଙ୍କ ମୃତଦେହ ରବିବାର କେରଳର ପରସାଲା ସହରରେ ସ୍ଥିତ ତାଙ୍କ ଘରୁ ମିଳିଛି।

Advertisment

ମୃତକ ଦମ୍ପତି ହେଲେ ସେଲଭରାଜ(୪୫) ଓ ତାଙ୍କ ପତ୍ନୀ ପ୍ରିୟା(୪୦)। ‘Sellu Family’ ନାମରେ ଏମାନଙ୍କ ୟୁଟ୍ୟୁବ ଚ୍ୟାନେଲ ଥିଲା। ତେବେ ରବିବାର ଏହି ଦୁଇ ଜଣଙ୍କ ମୃତଦେହ ତାଙ୍କ ଘରୁ ସନ୍ଦିଗ୍ଧ ଅବସ୍ଥାରେ ମିଳିଛି। ମୃତଦେହୁର ଦୁର୍ଗନ୍ଧ ବାହାରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ତାଙ୍କ ଘର ଆଖପାଖର ଲୋକମାନେ ଦମ୍ପତି ନିଖୋଜ ଥିବା ସନ୍ଦେହ କରିଥିଲେ। ତେଣୁ ପୁଲିସରେ ଅଭିଯୋଗ ମଧ୍ୟ କରିଥିଲେ।

Youtuber Coupleୟୁଟ୍ୟୁବର୍‌ ଦମ୍ପତି

ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଖୋଲିବା ପରେ ୟୁଟ୍ୟୁବର ଦମ୍ପତିଙ୍କ ମୃତଦେହ ମିଳିଛି। ପାରାସାଲା ପୁଲିସର ସୂଚନାନୁସାରେ, ପତ୍ନୀ ପ୍ରିୟାଙ୍କ ମୃତଦେହ ଖଟ ଉପରେ ପଡ଼ିଥିବା ବେଳେ ସେଲଭରାଜଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି। ଏହି ମୃତ୍ୟୁ ଦୁଇ ଦିନ ପୂର୍ବରୁ ହୋଇଥାଇପାରେ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି।

Advertisment

ପଡୋଶୀଙ୍କ କହିବା ମୁତାବକ, ଏହି ଦମ୍ପତି ଘରର ଆଖପାଖ ଲୋକଙ୍କ ସହ କମ ମିଳାମିଶା କରୁଥିଲା। ଗତବର୍ଷ ଦମ୍ପତି ନିଜ ଝିଅର ବିବାହ କରିଥିଲେ। ଏମାନେ ବେଶ୍‌ ସରଳ ସ୍ୱଭାବର ଥିଲେ। ସେପଟେ ଏହା ଆତ୍ମହତ୍ୟା ମାମଲା ବୋଲି ପୁଲିସ ସନ୍ଦେହ କରୁଛି। ତେବେ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ଏହି ଘଟଣାର ସତ୍ୟତା ପ୍ରକାଶ ପାଇବ। ପୁଲିସ କୋଠରୀରୁ କୌଣସି ଆତ୍ମହତ୍ୟା ନୋଟ ଜବତ କରି ନାହିଁ। ଘର ଚାରିପାଖରେ ଲଗାଯାଇଥିବା ସିସିଟିଭି ଫୁଟେଜକୁ ମଧ୍ୟ ପୁଲିସ ଯାଞ୍ଚ କରୁଛି। ପୂରା ମାମଲାର ତଦନ୍ତ ଜାରି ରହିଛି।

ସେଲଭରାଜ ଜଣେ ନିର୍ମାଣ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ ଏବଂ ତାଙ୍କ ପତ୍ନୀଙ୍କ ସହ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଭିଡିଓ ପୋଷ୍ଟ କରୁଥିଲେ। ଉଭୟଙ୍କର ୟୁଟ୍ୟୁବ୍ ପ୍ଲାଟଫର୍ମରେ ୧୮ ହଜାରୁ ଅଧିକ ଫଲୋଅର୍ସ ଅଛନ୍ତି ଏବଂ ଉଭୟ ଏପର୍ଯ୍ୟନ୍ତ ସୋସିଆଲ ମିଡିଆରେ ୧୪୦୦ରୁ ଅଧିକ ଭିଡିଓ ପୋଷ୍ଟ କରିଛନ୍ତି। ଦୁଇ ଦିନ ପୂର୍ବେ ସେ ତାଙ୍କର ଶେଷ ଭିଡିଓ ଅପଲୋଡ୍ କରିଥିଲେ, ଯେଉଁଥିରେ ଏକ ହୃଦୟ ବିଦାରକ ଗୀତ ସାମିଲ ଥିଲା। ଏହି ଭିଡିଓରେ ମୃତ୍ୟୁକୁ ଚିତ୍ରଣ କରାଯାଇଥିଲା।

Suicide Kerala Youtuber
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe