Advertisment

କେରଳର ନାଁ ହେବ କେରଳମ: ବିଧାନସଭାରେ ସଂକଳ୍ପ ପାସ୍‌

ବୁଧବାର କେରଳ ମୁଖମନ୍ତ୍ରୀ ପିନରାୟୀ ବିଜୟନ ବିଧାନସଭାରେ ଏହି ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବକୁ ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ବିରୋଧ କରି ନଥିଲା।

author-image
Hemant Lenka
assemblyz

assembly

ରାଜ୍ୟର ନାଁ ପରିବର୍ତ୍ତନ କରିବାକୁ କେରଳ ବିଧାନସଭା ସର୍ବସମ୍ମତିକ୍ରମେ ଗୋଟିଏ ସଂକଳ୍ପ ପାରିତ କରିଛି। କେରଳରୁ ରାଜ୍ୟର ନାଁ କେରଳମ କରିବାକୁ ସଂକଳ୍ପ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଭାରତୀୟ ସମ୍ବିଧାନାର ୮ମ ସେଡ୍ୟୁଲ ଓ ସମସ୍ତ ସରକାରୀ ଦସ୍ତବାଜ୍‌ରେ ରାଜ୍ୟର ନାଁ କେରଳ ବଦଳରେ କେରଳମ କରିବାକୁ କୁହାଯାଇଛି।

Advertisment

ବୁଧବାର କେରଳ ମୁଖମନ୍ତ୍ରୀ ପିନରାୟୀ ବିଜୟନ ବିଧାନସଭାରେ ଏହି ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବକୁ ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ବିରୋଧ କରି ନଥିଲା। ସେହିପରି ଏଥିରେ ଦଳ ପକ୍ଷରୁ କୌଣସି ପ୍ରକାରର ସଂଶୋଧନ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇ ନଥିଲା। ଏହାପରେ ସର୍ବସମ୍ମତିକ୍ରମେ ଏହା ବିଧାନସଭାରେ ପାରିତ ହୋଇଥିଲା।

ମୁଖ୍ୟମନ୍ତ୍ରୀ ବିଜୟନଙ୍କ କହିବା କଥା, ମାଲାୟାଲମ ଭାଷାରେ ରାଜ୍ୟର ନାଁ କେରଳମ। ୧୯୫୬ ମସିହା ନଭେମ୍ବର ମାସରେ ଭାଷା ଭିତ୍ତିରେ ରାଜ୍ୟର ଗଠନ ହୋଇଥିଲା। ମାଲାୟାଲମ ଭାଷା କହୁଥିବା ଲୋକଙ୍କ ପାଇଁ ଗୋଟିଏ କେରଳ ଗଠନ କରିବାର ଆବଶ୍ୟକତା ଜାତୀୟ ସ୍ୱାଧୀନତା ସଂଗ୍ରାମ ଠାରୁ ଆବଶ୍ୟକ ଥିଲା।

Advertisment

କିନ୍ତୁ ସମ୍ବିଧାନର ପ୍ରଥମ ସେଡ୍ୟୁଲରେ ଆମ ରାଜ୍ୟର ନାଁ କେରଳ ଲେଖାଯାଇଥିଲା। ଏବେ ବିଧାନସଭା ଗୋଟିଏ ସ୍ୱରରେ କେନ୍ଦ୍ର ସରକାରଙ୍କୁ ତୁରନ୍ତ ଏହାକୁ ସଂଶୋଧନ କରିବାକୁ ଅନୁରୋଧ କରୁଛି। ସମ୍ବିଧାନର ଧାରା ୩ ଅଧୀନରେ ଆମ ରାଜ୍ୟକୁ କେରଳମ ଭାବେ ନାମିତ କରାଯାଉ ବୋଲି ସେ କହିଛନ୍ତି।

Kerala Indian Constitution