Advertisment

ରାମେଶ୍ୱରମ୍‌ କାଫେ ବିସ୍ଫୋରଣ ମାମଲା: ଜଣେ ଅଭିଯୁକ୍ତ ଗିରଫ

ଗିରଫ ହୋଇଥିବା ବ୍ୟକ୍ତି ଜଣକ ସିସିଟିଭି ଫୁଟେଜରେ ଥିବା ମୁଖ୍ୟ ଅଭିଯୁକ୍ତର ସହଯୋଗୀ ବୋଲି NIA ଆଶଙ୍କା କରୁଛି।

Rameswaram Cafe

Rameswaram Cafe

Advertisment

ବେଙ୍ଗାଲୁରୁ ରାମେଶ୍ୱରମ୍‌ କାଫେରେ ବିସ୍ଫୋରଣ ମାମଲାରେ ନ୍ୟାସନାଲ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି ତଥା ଏନଆଇଏକୁ ମିଳିଛି ବଡ଼ ସଫଳତା। ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏନଆଇଏ। ଏହି ମାମଲାରେ ଏହା ହେଉଛି ପ୍ରଥମ ଗିରଫଦାରୀ।

Advertisment

ଗିରଫ ଅଭିଯୁକ୍ତ ଜଣକ ହେଉଛି ସବିର୍‌। ବାଲାରୀରୁ ସବିରକୁ ଗିରଫ କରାଯାଇଛି। ବିସ୍ଫୋରଣ ପଛରେ ତା'ର ସମ୍ପୃକ୍ତି ଥିବା ଏନଆଇଏ ପ୍ରମାଣ ପାଇଛି। ସବିର ସିସିଟିଭି ଫୁଟେଜରେ ଥିବା ମୁଖ୍ୟ ଅଭିଯୁକ୍ତର ସହଯୋଗୀ ବୋଲି ଏନଆଇଏ ପକ୍ଷରୁ ଆଶଙ୍କା କରାଯାଇଛି।

ମାର୍ଚ୍ଚ ପହିଲାରେ ରାମେଶ୍ୱରମ କାଫେରେ ବିସ୍ଫୋରଣ ହେବା ପରେ ଏନଆଇଏ ପକ୍ଷରୁ ମାମଲାର ତନାଘନା କରାଯାଉଛି। କାଫେରେ ଟାଇମ୍‌ ବୋମ୍‌ ଥିବା ବ୍ୟାଗ ରଖିଥିବା ବ୍ୟକ୍ତିକୁ ଏବେ ଖୋଜା ଚାଲିଛି। ମୁହଁରେ ମାସ୍କ ଓ ମୁଣ୍ଡରେ ଟୋପି ପିନ୍ଧି ଥିବାରୁ ଅଭିଯୁକ୍ତକୁ ଚିହ୍ନଟ କରିବାରେ ବିଳମ୍ବ ହେଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ଅଭିଯୁକ୍ତର ଚିହ୍ନଟ କରିବା ପାଇଁ ଚେଷ୍ଟା ଚାଲିଛି।

Advertisment

ସେପଟେ ଆଜି ଗିରଫ ହୋଇଥିବା ବ୍ୟକ୍ତିକୁ ଏନ୍‌ଆଇଏ ପଚରାଉଚରା ଜାରି ରଖିଛି। ବିସ୍ଫୋରଣ ପଛର ଷଡ଼ଯନ୍ତ୍ରର ସେ ଖୁଲାସା କରିବ ବୋଲି ଅନୁମାନ କରାଯାଉଛି। ବିସ୍ଫୋରଣ ପରେ ରାମେଶ୍ୱରମ୍‌ କାଫେ ଗତ ସପ୍ତାହରୁ ପୁଣି ଥରେ କାର୍ଯ୍ୟକ୍ଷମ ହୋଇଛି। କଡା ସୁରକ୍ଷା ବ୍ୟବସ୍ଥା ଭିତରେ କାଫେକୁ ପୁଣି ଥରେ ଖୋଲାଯାଇଛି।

Rameshwaram Cafe Blast Case NIA Investigation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe