Advertisment

ବିଜେପିରେ ମିଶିବେ ‘କେଜିଏଫ୍’ ଅଭିନେତା ଅନନ୍ତ

ବୁଧବାର ସନ୍ଧ୍ୟାରେ କର୍ଣ୍ଣାଟକ ବିଜେପି ସଭାପତି ନଳିନ କୁମାର କଟିଲଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେବେ।

Anant Nag

Anant Nag

Advertisment

ପୁଣି ଥରେ ରାଜନୀତିରେ ଏଣ୍ଟ୍ରି କରିବେ ବ୍ଲକବଷ୍ଟର ଫିଲ୍ମ ‘କେଜିଏଫ୍’ର ଷ୍ଟାର୍ ଅଭିନେତା। ସେ ଧରିବେ ପଦ୍ମ। ଅଭିନେତା ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ନାଗ ବିଜେପିରେ ମିଶିବେ। ବୁଧବାର ସନ୍ଧ୍ୟାରେ କର୍ଣ୍ଣାଟକ ବିଜେପି ସଭାପତି ନଳିନ କୁମାର କଟିଲଙ୍କ ଉପସ୍ଥିତିରେ ଅନନ୍ତ ନାଗ ଦଳରେ ଯୋଗଦେବେ। ବ୍ଲକବଷ୍ଟର ଫିଲ୍ମ ‘କେଜିଏଫ୍’ରେ ଅନନ୍ତ ନାଗଙ୍କୁ ଦେଖିବାକୁ ମିଳିଥିଲା। 

Advertisment

ପୂର୍ବରୁ ଜେଏଚ୍ ପଟେଲଙ୍କ ସରକାରରେ ସହରୀ ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ଥିଲେ ଅନନ୍ତ ନାଗ। ୨୦୦୪ ମସିହାରେ ସେ ଚାମରାଜପେଟ୍ ନିର୍ବାଚନମଣ୍ଡଳୀରୁ ଜେଡିଏସ୍ ଟିକେଟରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ପରାସ୍ତ ହୋଇଥିଲେ। ୭୩ ବର୍ଷୀୟ ଅନନ୍ତ ନାଗ ୧୯୮୦ ରେ ଜନତା ପାର୍ଟିରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ।

ଉଲ୍ଲେଖଯୋଗ୍ୟ, ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରୁ ଅନନ୍ତ ନାଗ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ଏକ ସାକ୍ଷାତକାରରେ ସେ ଏହିସବୁ ବିଷୟରେ ଉଲ୍ଲେଖ କରିଛନ୍ତି। ଅନନ୍ତ ନାଗ ୧୯୮୩, ୧୯୮୫ ଏବଂ ୧୯୮୯ ରେ କର୍ଣ୍ଣାଟକରେ ଜନତା ପାର୍ଟି ପାଇଁ ଷ୍ଟାର ପ୍ରଚାରକ ଥିଲେ। ସେ ୧୯୮୮ ରୁ ୧୯୯୪ ପର୍ଯ୍ୟନ୍ତ ଏମ୍‌ଏଲ୍‌ସି ମଧ୍ୟ ଥିଲେ। ୧୯୯୪ ରେ ସେ ପ୍ରଥମ ଥର ପାଇଁ ମଲେଶ୍ୱରମରୁ ବିଧାନସଭା ନିର୍ବାଚନରେ ଜିତିଥିଲେ। ପରେ ତାଙ୍କୁ ମନ୍ତ୍ରୀ କରାଯାଇଥିଲା।

Advertisment

ଆଗକୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ଏହାକୁ ନେଇ ଭାରତୀୟ ଜନତା ପାର୍ଟି ବେଶ୍ ଆକ୍ଟିଭ ମୁଡ୍‌ରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନାଡ୍ଡାଙ୍କ ସମେତ ଦଳର ବହୁ ବଡ ନେତା ରାଜ୍ୟରେ ଘନ ଘନ ପ୍ରଚାର କରୁଛନ୍ତି। ଆସନ୍ତା ସୋମବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଶିମୋଗାରେ ପହଞ୍ଚି ସେଠାରେ ଏକ ସମାବେଶକୁ ସମ୍ବୋଧିତ କରିବେ। କର୍ଣ୍ଣାଟକ ବିଧାନସଭାର କାର‌୍ୟ୍ୟକାଳ ମେ’ ମାସରେ ଶେଷ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସମସ୍ତ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଛନ୍ତି।

Bjp Tollywood KGF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe