Advertisment

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଖଲିସ୍ତାନୀ ଗ୍ରୁପ୍‌ର ହମଲା ଧମକ

ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ ସୋଶାଲ ମିଡିଆରେ ଗୋଟିଏ ଭିଡିଓ ଜାରି କରି ହମଲାକୁ କାର୍ଯ୍ୟକାରୀ କରିବାକୁ କହିଛି।

Khalistan group

Khalistan group

Advertisment

ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଇଁ ଦେଶ ପ୍ରସ୍ତୁତ ହେଉଥିବା ବେଳେ ଖଲିସ୍ତାନ ସପକ୍ଷବାଦୀ ଗ୍ରୁପ୍‌ ଶିଖ ଫର ଜଷ୍ଟିସ(ଏସଜେଏଫ) ପକ୍ଷରୁ ଧମକ ଦିଆଯାଇଛି। ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ ସୋଶାଲ ମିଡିଆରେ ଗୋଟିଏ ଭିଡିଓ ଜାରି କରି ହମଲାକୁ କାର୍ଯ୍ୟକାରୀ କରିବାକୁ କହିଛି। ଏହି ଭିଡିଓରେ ୨୦୨୩ରେ ଭାରତ ଦଖଲରେ ଥିବା ପଞ୍ଜାବକୁ ମୁକୁଳାଇବା ପାଇଁ ଆହ୍ୱାନ ଦେଇଛି।

Advertisment

ସେ କହିଛି, “ଜାନୁଆରୀ ୨୬ରେ ଘରେ ରୁହନ୍ତୁ। ନଚେତ ଏସଜେଏଫ ଉପଯୁକ୍ତ ଦଣ୍ଡ ଦେବ। ଦିଲ୍ଲୀ ହେଉଛି ଆମ ଟାର୍ଗେଟ। ଆମେ ଖଲିସ୍ତାନର ପତାକା ଉଡ଼ାଇବୁ।” ଏଥିସହ ପନ୍ନୁ ରେଡଫୋର୍ଟରେ ଯଦି କେହି ଖଲିସ୍ତାନୀ ପତାକା ଉଡ଼ାଇବାକୁ ସକ୍ଷମ ହେବ, ତା’ହେଲେ ତାକୁ ୫୦ ହଜାର ଡଲାର ମିଳିବ ବୋଲି ସେ କହିଛନ୍ତି।

ଏହି ଧମକ ପରେ ଆଇନଜୀବୀ ବିନୀତ ଜିନ୍ଦଲ ଏସଜେଏଫ ଓ ପନ୍ନୁ ବିରୋଧରେ ସୁପ୍ରିମକୋର୍ଟରେ ଅଭିଯୋଗ ଦାଖଲ କରିଛନ୍ତି। ବିନୀତ କହିଛନ୍ତି, “ଏହି ସବୁ ଆକାଉଣ୍ଟ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଦେଖି ମୁଁ ସ୍ତବ୍ଧ।

Advertisment

ନିକଟରେ ଶିଖ ଫର ଜଷ୍ଟିସର ଆତଙ୍କବାଦୀ ପନ୍ନୁର ଭିଡିଓ ଏହି ଆକାଉଣ୍ଟରୁ ଶେୟାର ହୋଇଛି। ସେ ୨୦୨୩ ଜାନୁଆରୀ ୨୬ରେ ଆରଡିଏକ୍ସ ଦ୍ୱାରା ଦିଲ୍ଲୀରେ ଧମାକା କରିବାକୁ ଧମକ ଦେଇଛି। ଭାରତରେ ପନ୍ନୁକୁ ଆତଙ୍କବାଦୀ ଘୋଷଣା କରାଯାଇଛି। ଏସଜେଏଫ ମଧ୍ୟ ବ୍ୟାନ ହୋଇଛି। ତେଣୁ ହତ୍ୟା ଓ ହମଲାର ଧମକ ଦେଇଥିବା ପନ୍ନୁ ଏବଂ ଏସଜେଏଫ ବିରୋଧରେ ମାମଲା ରୁଜୁ କରାଯାଉ।”

ଗତବର୍ଷ ପନ୍ନୁ ପଞ୍ଜାବରେ ବିଦ୍ୱେଷ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା। ହେଲେ ସୁରକ୍ଷାକର୍ମୀ ତା’ର ସବୁ ଉଦ୍ୟମକୁ ଭଣ୍ଡୁର କରିଦେଇଥିଲେ। ଏବେ ସେ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଭାରତକୁ ଟାର୍ଗେଟ କରିବାକୁ ଧମକ ଦେଇଛି।

Terror Attack Khalistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe