Advertisment

କାନାଡ଼ାରେ ଖାଲିସ୍ତାନ ସମର୍ଥକଙ୍କୁ କଡ଼ା ଜବାବ ଦେଲେ ଭାରତୀୟ, ଭାରତ ମାତା କି ଜୟ ନାରାରେ ସହର କମ୍ପିଲା

କାନାଡ଼ାରେ ଖାଲିସ୍ତାନ ସମର୍ଥକମାନେ ରାଲି କରିବା ବେଳେ ଅଭିନବ ତରିକାରେ ଏହାକୁ କଡ଼ା ଜବାବ ଦେଇଛନ୍ତି ଭାରତୀୟ ସମର୍ଥକମାନେ। ବହୁ ସଂଖ୍ୟକ ଭାରତୀୟମାନେ କାନାଡ଼ାର ରାଜରାସ୍ତାକୁ ଭାରତୀୟ ପତକା ଧରି ଚାଲି ଆସିଥିଲେ।

ଅଦ୍ୟତନ ହୋଇଛି
ndian community vs Khalistani protesters outside consulate in Canada

ndian community vs Khalistani protesters outside consulate in Canada

Advertisment

କାନାଡ଼ା ଟୋରୋଣ୍ଟର ସ୍ଥିତ ଭାରତୀୟ କନସୁଲେଟ(ବାଣିଜ୍ୟ ଦୂତାବାସ)ଙ୍କ କାର୍ଯ୍ୟାଳୟ ବାହାରେ ଖାଲିସ୍ତାନ ସମର୍ଥକମାନେ ରାଲି କରିବା ବେଳେ ଆଜି ଅଭିନବ ତରିକାରେ ଏହାକୁ କଡ଼ା ଜବାବ ଦେଇଛନ୍ତି ଭାରତୀୟ ସମର୍ଥକମାନେ। ବହୁ ସଂଖ୍ୟକ ଭାରତୀୟମାନେ କାନାଡ଼ାର ରାଜରାସ୍ତାକୁ ଭାରତୀୟ ପତକା ଧରି ଚାଲି ଆସିଥିଲେ। ଭାରତ ମାତା କି ଜୟ ଓ ବନ୍ଦେ ମାତରମ୍ ଶବ୍ଦରେ ପ୍ରକମ୍ପିତ ହୋଇଥିବା ପୂରା ସହର। ଯାହା ମହୋଲକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ବହୁ ସଂଖ୍ୟକ ଭାରତୀୟ ରାଜରାସ୍ତାରେ ଏଭଳି ଅଭିବନ ପ୍ରତିବାଦ କରିବା ଦେଖି ଖାଲିସ୍ତାନୀମାନେ ପ୍ରତିବାଦ କରୁଥିବା ସ୍ଥଳ ଛାଡ଼ି ପଳାଇଥିଲେ।

Advertisment

ଏହା ପୂର୍ବରୁ ଗତକାଲି ଖାଲିସ୍ତାନୀ ସମର୍ଥକ ଗୋଷ୍ଠୀ ‘ଖାଲିସ୍ତାନ ସ୍ୱତନ୍ତ୍ରତା ରାଲି’ କରି କାନାଡ଼ାର ଟରୋଣ୍ଟ ସ୍ଥିତ ଭାରତୀୟ ଦୂତାବାସ ଆଗରେ ବିକ୍ଷୋଭ କରିଥିଲେ। ଏଥିରେ ବହୁ ସଂଖ୍ୟକ ଖାଲିସ୍ତାନୀ ସମର୍ଥକ ସ୍ୱତନ୍ତ୍ର ରଙ୍ଗର ପତାକା ଧରି ବିରୋଧ କରିବା ପରେ ଆଜି ଭାରତୀୟମାନେ ଏହା ଠିକ୍‌ ସମ୍ମୁଖରେ ଖାଲିସ୍ତାନୀ ସମର୍ଥକଙ୍କୁ ବିରୋଧ କରି ପ୍ରତିବାଦ ରାଲି କରିଥିଲେ। ଭାରତୀୟମାନେ ଫ୍ଲାକାର୍ଡରେ ‘ଖାଲିସ୍ତାନୀମାନେ ଶିଖ୍ ନୁହଁନ୍ତି’ ବୋଲି ଲେଖି ଦେଖାଇଥିଲେ।

ଖାଲିସ୍ତାନୀ ଦଳ ଏହି ସମୟରେ ୧୮ ଜୁନ୍‌ରେ କୋଲୁମ୍ୱିଆରେ ହତ୍ୟାର ଶିକାର ଏସ୍‌ଏଫ୍‌ଜେ ନେତା ହରଦୀପ ସିଂହ ନିଜ୍ଜରଙ୍କ ଫଟୋ ଦେଖାଇଥିଲେ। ଭାରତର ଏହା ପଛରେ ହାତ ଥିବା ଏହି ଗୋଷ୍ଠୀ ପୋଷ୍ଟରେ ଦେଖାଇଥିଲେ। ଭାରତୀୟ ପତାକାକୁ ମଧ୍ୟ ଏହି ଗୋଷ୍ଠୀ ଅସମ୍ମାନ କରିଥିଲେ। ସୂଚନା ଥାଉକି, ଖାଲିସ୍ତାନ ଟାଇଗର ଫୋର୍ସର ନେତୃତ୍ୱ ନେଉଥିବା ନିଜ୍ଜର ଉପରେ ବହୁ ଆତଙ୍କବାଦ କାର୍ଯ୍ୟକଳାପ ନେଇ ଅଭିଯୋଗ ଥିଲା।

Advertisment

କାନାଡ଼ିଆନ ଖାଲିସ୍ତାନୀମାନେ ଗତକାଲି ମଧ୍ୟ ରାତ୍ରୀରେ ଅନ୍‌ଟାରିଓର ବ୍ରମ୍ପଟନ ଠାରେ ଥିବା ଏକ ହିନ୍ଦୁ ମନ୍ଦିର ଆଗରେ ପୋଷ୍ଟର ମାରି ପ୍ରତିବାଦ ଆରମ୍ଭ କରିଥିଲେ। ସେ ଏହି ଅଞ୍ଚଳକୁ ଏକ ଯୁଦ୍ଧ ଅଞ୍ଚଳ(ୱାର ଜୋନ୍) ବୋଲି ପୋଷ୍ଟରରେ ଦର୍ଶାଇଥିଲେ। ଭାରତୀୟ ୩ ରାଷ୍ଟ୍ରଦୂତଙ୍କୁ ସେମାନେ ନିଜ୍ଜରର ହତ୍ୟାକାରୀ ବୋଲି ଉଲ୍ଲେଖ ମଧ୍ୟ କରିଥିଲେ।

ସୂଚନା ମୁତାବକ, ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପଟୱନ୍ତ ସିଂହ ପାନୁ ଓ ପରମଜିତ୍‌ ସିଂହ ପାମ୍ମା ‘କିଲ ଇଣ୍ଡିଆ ରାଲି’ ନେତୃତ୍ୱ ନେଇ ଭାରତ ବିରୋଧରେ ବିଭିନ୍ନ ଷଡଯନ୍ତ୍ର କରୁଛନ୍ତି। ସେମାନେ ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ଠାରୁ ଏବାବଦରେ ପାଣ୍ଠି ପାଉଛନ୍ତି।

ଶନିବାର ଲଣ୍ଡନ, ଅଷ୍ଟ୍ରେଲିଆ ଓ କାନାଡ଼ାରେ ଥିବା ଖାଲିସ୍ତାନୀ ସମର୍ଥକମାନେ ‘କିଲ ଇଣ୍ଡିଆ ରାଲି’ ନିମନ୍ତେ ଡାକରା ଦେଇଥିଲେ। ଲଣ୍ଡନରେ ଏହି ରାଲିର ନେତୃତ୍ୱ ନେଇଥିଲା ପଳାତକ ଘୋଷିତ ତଥା ଖାଲିସ୍ତାନୀ ଆତଙ୍କବାଦୀ ପରମଜିତ୍ ସିଂ ପାମ୍ମା। ଖାଲିସ୍ତାନୀ ସମର୍ଥକଙ୍କ ଏକ ଛୋଟ ଗୋଷ୍ଠୀ ଲଣ୍ଡନର ଭାରତୀୟ ଭାରତୀୟ ହାଇକମିଶନଙ୍କ କାର୍ଯ୍ୟାଳୟ ବାହାରେ ପ୍ରତିବାଦ କରିଥିଲେ। ଏହି ସମୟରେ ପୁଲିସର ଉପସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା। ଏହି ସମୟରେ ବିବାଦୀୟ ପୋଷ୍ଟର ସେମାନେ ଦେଖାଇଥିଲେ। ଏହି ପୋଷ୍ଟରରେ ଭାରତୀୟ ହାଇକମିଶନର ବିକ୍ରମ ଦୋରାଇସ୍ୱାମୀ ଓ ବ୍ରିମଙ୍ଗହାମ୍ ଭାରତୀୟ କନସୁଲ ଜେନେରାଲ ଡଃ ଶଶାଙ୍କ ବିକ୍ରମ ଫଟୋ ରହିଥିଲା। ସେମାନେ ପ୍ରତିବାଦ କରିବାର କିଛି ସମୟ ପରେ ସ୍ଥାନ ଛାଡ଼ି ପଳାଇଥିଲେ।

India Canada Khalistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe