ମୁଣ୍ଡ ଟେକୁଛି ଖଲିସ୍ଥାନୀ ଆନ୍ଦୋଳନ ! ଅମୃତପାଲ ସିଂହ କହିଲେ ଏହାକୁ କେହି ଦବେଇ ପାରିବେ ନାହିଁ

ପଞ୍ଜାବର ‘ୱାରିସ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଖାଲିସ୍ତାନ ସମର୍ଥକ ଅମୃତପାଲ ସିଂଙ୍କ ସମର୍ଥକମାନେ ଗୁରୁବାର ପ୍ରବଳ ହଙ୍ଗାମା କରିଥିଲେ।

Amritpal

  • Published: Friday, 24 February 2023
  • , Updated: 24 February 2023, 03:54 PM IST

ଖଲିସ୍ଥାନ ଆନ୍ଦୋଳନକୁ ସମର୍ଥନ କରୁଥିବା ତଥା ନିଜକୁ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଜର୍ଣ୍ଣେଲ ଭିନ୍ଦ୍ରନୱାଲେଙ୍କ ଭଳି ବିଦ୍ରୋହୀ ନେତା ଭାବେ ଉପସ୍ଥାପିତ କରୁଥିବା ମୁଖ୍ୟ ଅମୃତପାଲ  ସିଂହ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଲୋକଙ୍କ ମନରେ ଖଲିସ୍ଥାନୀ ଭାବନା ଛାଇ ହୋଇ ରହିବ। ଏହାକୁ କେହି ଦବେଇ ପାରିବେ ନାହିଁ। ‘ୱାରିସ୍ ପଞ୍ଜାବ ଦେ’ର ମୁଖ୍ୟ ଅମ୍ରିତପାଲ କହିଛନ୍ତି ଯେ, ବର୍ତ୍ତମାନ ପୁନର୍ଜୀବନର ପ୍ରଶ୍ନ ଉଠୁ ନାହିଁ ବରଂ ବଞ୍ଚି ରହିବାକୁ ଆମର ସଂଘର୍ଷ ଜାରି ରହିବ। ଖଲିସ୍ଥାନୀକୁ ନିଷେଧ କରାଯାଇ ନାହିଁ। ଆମର ସଂଘର୍ଷ ଜାରି ରହିବ।

ସୂଚନା ଅନୁଯାୟୀ, ପଞ୍ଜାବର ‘ୱାରିସ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଖାଲିସ୍ତାନ ସମର୍ଥକ ଅମୃତପାଲ  ସିଂହଙ୍କ ସମର୍ଥକମାନେ ଗୁରୁବାର ପ୍ରବଳ ହଙ୍ଗାମା କରିଛନ୍ତି। ଅମୃତପାଲଙ୍କ ସହକର୍ମୀ ଲଭପ୍ରୀତ ତୁଫାନଙ୍କ ଗିରଫଦାରୀକୁ ବିରୋଧ କରି ତାଙ୍କ ସମର୍ଥକମାନେ ଅଜନାଲା ପୁଲିସ ଷ୍ଟେସନ ବାହାରେ ବିରୋଧ ପ୍ରଦର୍ଶନ କରିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିସହ ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିବା ସହ ସରକାରୀ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଭିଡ଼କୁ ନିୟନ୍ତ୍ରିତ କରିବା ଲାଗି ପୋଲିସ ସମସ୍ତ ରାସ୍ତାକୁ ବନ୍ଦ କରିଦେଇଥିଲେ। ଅମୃତପାଲ ସିଂହ ଜଣେ ଆତ୍ମଘୋଷିତ ଧାର୍ମିକ ପ୍ରଚାରକ। ଯିଏ ଖାଲିସ୍ତାନ ଆନ୍ଦୋଳନକୁ ସମର୍ଥନ କରନ୍ତି ।

ଦୁବାଇରୁ ଫେରିଥିବା ଅମୃତପାଲ ସିଂହ ଅଭିନେତା ତଥା ସାମାଜିକ କର୍ମୀ ଦୀପ ସିଦ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ସଂଗଠନ ‘ଓ୍ଵାରିସ୍ ପଞ୍ଜାବ ଦେ’ର ମୁଖ୍ୟ ଅଛନ୍ତି। ଗତ ବର୍ଷ ଫେବୃଆରୀମାସରେ ଏକ ସଡ଼କ ଦୁର୍ଘଟଣାରେ ସିଦ୍ଧୁଙ୍କ ମୃତ୍ୟୁ ହୋଇଥିଲା। ଦୀପ ସିଦ୍ଧୁଙ୍କ ଦେହାନ୍ତ ପରେ ଅମୃତପାଲ ସିଂହ ‘ୱାରିସ୍ ପଞ୍ଜାବ ଦେ’ର ମୁଖ୍ୟ ହୋଇଥିଲେ। ଅମ୍ରିତପାଲ ସିଂ ଗୁଇନ୍ଦା ସଂସ୍ଥାର ସ୍କାନରରେ ଅଛନ୍ତି । ସେ ଖଲିସ୍ତାନୀ ଆନ୍ଦୋଳନକୁ ପ୍ରୋତ୍ସାହିତ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଅମୃତପାଲ ସିଂହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଖୁଲମଖୁଲା ଧମକ ଦେଇଛନ୍ତି। ଇନ୍ଦିରା ଗାନ୍ଧୀଙ୍କ ଭଳି ଶାହଙ୍କୁ ମଧ୍ୟ ହତ୍ୟା କରାଯିବ ବୋଲି ସେ ଖୋଲାଖୋଲି ଧମକ ଦେଇଛନ୍ତି। ଇନ୍ଦିରା ଗାନ୍ଧୀଙ୍କ ଭଳି ଶାହାଙ୍କୁ ମଧ୍ୟ ହତ୍ୟା କରାଯିବ ବୋଲି ସେ ଖୋଲାଖୋଲି ଧମକ ଦେଇଛନ୍ତି। ଖାଲିସ୍ତାନକୁ ବିରୋଧ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାର ପରିଣାମ ଭୋଗିସାରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହା କି ମ୍ବା ଭଗୱନ୍ତ ମାନ ହୁଅନ୍ତୁ ନା କାହିଁକି ଆମକୁ କେହି ଅଟକାଇ ପାରିବେ ନାହିଁ ବୋଲି ଅମୃତପାଲ କହିଛନ୍ତି।

Related story