Advertisment

କାନାଡାରେ ଫାୟାରିଂ: ଟଳି ପଡ଼ିଲା ଭାରତର ମୋଷ୍ଟ ୱାଣ୍ଟେଡ ଖଲିସ୍ତାନୀ ଆତଙ୍କବାଦୀ

ପୂର୍ବରୁ ଭାରତ ସରକାର ହରଦୀପ ସିଂଙ୍କୁ ‘ୱାଣ୍ଟେଡ ଟେରୋରିଷ୍ଟ’ ବୋଲି ଘୋଷଣା କରିଥିଲେ। ଏପରିକି କିଛି ଦିନ ପୂର୍ବେ ଭାରତ ସରକାରଙ୍କ ପକ୍ଷରୁ ଏକ ୪୦ ଜଣିଆ ଆତଙ୍କବାଦୀଙ୍କ ଲିଷ୍ଟ ବାହାରିଥିବା ବେଳେ ସେଥିରେ ହରଦୀପ ସିଂଙ୍କ ନାଁ ବି ସାମିଲ ଥିଲା।

author-image
Niharika Rout
ଅଦ୍ୟତନ ହୋଇଛି
Khalistani Terrorist

Khalistani Terrorist

ଭାରତର ମୋଷ୍ଟ ୱାଣ୍ଟେଡ ଖଲିସ୍ତାନୀ ଆତଙ୍କବାଦୀ ଲଣ୍ଡନ ପୁଲିସ୍‌ ଗୁଳିରେ ଟଳି ପଡ଼ିଛି। ଏହି ଖଲିସ୍ତାନୀ ଆତଙ୍କବାଦୀ ଜଣକ ହେଉଛନ୍ତି ହରଦୀପ ସିଂ ନିଜ୍ଜର । ହରଦୀପ ସିଂ ଭାରତରେ ବହୁ ହିଂସାତ୍ମକ ଘଟଣାରେ ସମ୍ପୃକ୍ତ ଥିବା ବେଳେ ଫେରାର ହୋଇ କାନାଡ଼ାରେ ବସବାସ କରୁଥିଲା। ସେଠାରେ ଫାୟାରିଂରେ ତା’ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Advertisment

ପୂର୍ବରୁ ଭାରତ ସରକାର ହରଦୀପ ସିଂଙ୍କୁ ‘ୱାଣ୍ଟେଡ ଟେରୋରିଷ୍ଟ’ ବୋଲି ଘୋଷଣା କରିଥିଲେ। ଏପରିକି କିଛି ଦିନ ପୂର୍ବେ ଭାରତ ସରକାରଙ୍କ ପକ୍ଷରୁ ଏକ ୪୦ ଜଣିଆ ଆତଙ୍କବାଦୀଙ୍କ ଲିଷ୍ଟ ବାହାରିଥିବା ବେଳେ ସେଥିରେ ହରଦୀପ ସିଂଙ୍କ ନାଁ ବି ସାମିଲ ଥିଲା।

ଗତ ୨୦୨୨ ମସିହାରେ ହରଦୀପ ସିଂ ପଞ୍ଜାବର ଜଳନ୍ଦରରେ ଜଣେ ହିନ୍ଦୁ ପୂଜକଙ୍କୁ ଗୁଳି କରି ହତ୍ୟା କରିଥିଲେ। ହରଦୀପ ସିଂଙ୍କ ନେତୃତ୍ୱରେ ଖଲିସ୍ତାନ ଟାଇଗର ଫୋର୍ସ(KTF ) ଏହି କାଣ୍ଡ ଘଟାଇଥିଲା। ଏହି ଘଟଣାରେ NIA (ଜାତୀୟ ସୁରକ୍ଷା ଏଜେନ୍ସି) ତାଙ୍କ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା।

Advertisment

ହରଦୀପ ସିଂ KTFର ମୁଖ୍ୟ ଥିବା ବେଳେ ସେ କାନାଡ଼ାରେ ବସବାସ କରୁଥିଲେ । ଭାରତ ବିରୋଧରେ ଆତଙ୍କବାଦୀ ଷଡଯନ୍ତ୍ର କରୁଥିବା ଅଭିଯୋଗରେ କିଛି ଦିନ ପୂର୍ବେ NIA ହରଦୀପ ସିଂଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ କରିଥିଲା।

ପଞ୍ଜାବ ପୁଲିସ୍‌ ୨୦୧୫ ମସିହାରେ ୟୁକେ ସରକାରଙ୍କ ନିକଟରେ ହରଦୀପ ସିଂଙ୍କୁ ପ୍ରତ୍ୟାର୍ପଣ ପାଇଁ ଦାବି ଉଠାଇଥିଲା। ୨୦୨୦ ଜୁଲାଇ ୧ରେ ହରଦୀପ ସିଂଙ୍କୁ ଅନ୍ୟ ୮ ଜଣଙ୍କ ସହ ଆତଙ୍କବାଦୀ ଘୋଷିତ କରାଯାଇଥିଲା।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହରଦୀପ ସିଂଙ୍କୁ ୨୦୧୨ ମସିହାରେ ନିଜର ଜଣେ ସହଯୋଗୀଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିଲେ। ୨୦୧୫ ମସିହାରେ ହରଦୀପ ସିଂ କାନାଡ଼ାରେ ଅସ୍ତ୍ରଶସ୍ତ୍ର ଟ୍ରେନିଂ ଦେବା ନିମନ୍ତେ ଏକ କ୍ୟାମ୍ପ କରିଥିଲେ । ଏଥିରେ ପଞ୍ଜାବର କିଛି ଯୁବକ ସାମିଲ ହୋଇଥିବା ସୂଚନା ମିଳିଥିଲା।

ତେବେ ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ହରଦୀପ ସିଂ ବାରମ୍ବାର ଖଣ୍ଡନ କରି ଚାଲିଥିଲେ। ଏପରିକି ମୁଁ ୩୦ ବର୍ଷ ହେଲା କାନାଡ଼ାରେ ରହି ଏକ ମନ୍ଦିରରେ କାମ କରୁଛି। ଅଯଥାରେ ମୋ’ ନାଁରେ ବିବାଦ ସୃଷ୍ଟି କରାଯିବା ସହ ମୋତେ ଟାର୍ଗେଟ କରାଯାଉଥିବା ସେ ନିଜ ସଫେଇରେ କହୁଥିଲେ।

ତେବେ ତାଙ୍କ ମୃତ୍ୟୁ ପଛର କାରଣ ଓ ଏଥିରେ କାହାର ହାତ ଅଛି ତାହା ସ୍ପଷ୍ଟ ହୋଇ ପାରି ନାହିଁ ।

Terrorist Canada Khalistan Firing