Advertisment

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଲା ପନ୍ନୁ

ଆସନ୍ତା ଜାନୁଆରୀ ୨୬ ତଥା ଗଣତନ୍ତ୍ର ଦିବସ ଅବସରରେ ଭାଗଓ୍ୱନ୍ତ ମାନଙ୍କ ଉପରେ ଆକ୍ରମଣ କରିବାକୁ ପନ୍ନୁ ଗ୍ୟାଙ୍ଗଷ୍ଟରମାନଙ୍କୁ ଏକାଠି ହେବାକୁ କହିଛି।

Bhagwant Mann

Bhagwant Mann

Advertisment

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ସିଂହଙ୍କୁ ହତ୍ୟା ଧମକ। ଖାଲିସ୍ତାନ ସମର୍ଥକ ତଥା ସିଖ୍‌ ଫର୍‌ ଜଷ୍ଟିସର ଆତଙ୍କବାଦୀ ଗୁରୁପାତବନ୍ତ ସିଂହ ପନ୍ନୁ ଏହି ହତ୍ୟା ଧମକ ଦେଇଛି। ଆସନ୍ତା ଜାନୁଆରୀ ୨୬ ତଥା ଗଣତନ୍ତ୍ର ଦିବସ ଅବସରରେ ଭାଗଓ୍ୱନ୍ତ ମାନଙ୍କ ଉପରେ ଆକ୍ରମଣ କରିବାକୁ ପନ୍ନୁ ଗ୍ୟାଙ୍ଗଷ୍ଟରମାନଙ୍କୁ ଏକାଠି ହେବାକୁ କହିଛି।

Advertisment

ପ୍ରକୃତରେ ପଞ୍ଜାବରେ ଗ୍ୟାଙ୍ଗଷ୍ଟର୍‌ଙ୍କ ବିରୋଧରେ ଜିରୋ ଟଲରେନ୍ସି ନୀତି ଆପଣାଇଛନ୍ତି ସରକାର। ରାଜ୍ୟରେ ଗ୍ୟାଙ୍ଗଷ୍ଟରମାନଙ୍କ ଉପରେ କଡ଼ା କଟକଣା ଜାରି କରାଯାଇଛି। ଏହାରି ଭିତରେ ଆତଙ୍କବାଦୀ ପନ୍ନୁ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ହେଉଥିବା କଠୋର କାର୍ଯ୍ୟାନୁଷ୍ଠାନର ସୁଯୋଗ ନେବାକୁ ଚାହୁଁଛି। ସେମାନଙ୍କ ପ୍ରତି ସମବେଦନା ଜଣାଇଛି। ସେଥିପାଇଁ ସେ ଗ୍ୟାଙ୍ଗଷ୍ଟରମାନଙ୍କୁ ତା' ସହ ସାମିଲ ହେବାକୁ କହିଛି।

ଆସନ୍ତା ଜାନୁଆରୀ ୨୬ରେ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଏବଂ ଡିଜିପି ଗୌରବ ଯାଦବଙ୍କୁ ହତ୍ୟା କରିବାକୁ ଖଲିସ୍ତାନୀ ଆତଙ୍କବାଦୀ ଧମକ ଦେଇଛନ୍ତି। ଏଥିପାଇଁ ସେ ଅପରାଧୀଙ୍କୁ ଏକାଠି ହେବାକୁ ନିବେଦନ କରିଛି।

Advertisment

ଏହାପୂର୍ବରୁ ପନ୍ନୁ ଏକ ଭିଡିଓ ଜାରି କରି ହମାସ ଭରି ଭାରତ ଉପରେ ଆକ୍ରମଣ କରିବାକୁ ଧମକ ଦେଇଥିଲା। ସେ କହିଥିଲା, ପଞ୍ଜାବରୁ ପାଲେଷ୍ଟାଇନ୍‌ ଯାଏଁ ବେଇଆନ୍‌ ଦଖଲରେ ଥିବା ଲୋକମାନେ ଏହାର ପ୍ରତିକ୍ରିୟା ଦେବେ। ହିଂସାରୁ ହିଂସା ସୃଷ୍ଟି ହୁଏ। ଯଦି ଭାରତ ପଞ୍ଜାବ ଉପରେ ଦଖଲ ଜାରି ରଖେ ତେବେ ସେଠାରେ ଉତ୍ତେଜନା ପ୍ରକାଶ ପାଇବ ଏବଂ ଏଥିପାଇଁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟୀ ହେବେ ବୋଲି ସେ କହିଥିଲା।

Bhagwant Mann Khalistani Terrorist Pannun Death Threat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe