Advertisment

କାନାଡା ଛାଡ଼ିବାକୁ ଭାରତୀୟ ହିନ୍ଦୁଙ୍କୁ ଆତଙ୍କବାଦୀ ପନ୍ନୁର ଧମକ

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନାଜିରର ହତ୍ୟାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିଛି।

Khalistan

Khalistan

Advertisment

ଭାରତ ଓ କାନାଡା ମଧ୍ୟରେ ଚାଲିଥିବା ତିକ୍ତତା ଚରମସୀମାରେ ପହଞ୍ଚି ଯାଇଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନାଜିରର ମୃତ୍ୟୁକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୀତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏବେ ଏହାର ଫାଇଦା ଉଠାଇ ବିଦ୍ୱେଷ ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଖଲିସ୍ତାନୀ ଆତଙ୍କବାଦୀ।

Advertisment

ଏହିକ୍ରମରେ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ କାନାଡାରେ ରହୁଥିବା ଭାରତୀୟ ହିନ୍ଦୁମାନଙ୍କୁ ତୁରନ୍ତ ସ୍ୱଦେଶ ଫେରି ଯିବାକୁ ଧମକ ଦେଇଛି। ସେ ସମସ୍ତଙ୍କୁ କାନାଡା ଛାଡ଼ିବାକୁ କହିଛି। ପନ୍ନୁ ହେଉଛି ବ୍ୟାନ ହୋଇଥିବା ଶିଖ ଫର ଜଷ୍ଟିସ(ଏସଏଫଜେ)ର ନେତା।

ଭାରତ-କାନାଡା କୂଟନୀତିକ ଲଢ଼େଇ ଭିତରେ ଗୋଟିଏ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ପନ୍ନୁ କହୁଛି ଯେ ”ଇଣ୍ଡୋ-କାନାଡିଆନ ହିନ୍ଦୁମାନେ ଶୁଣି ରଖ, ତୁମେମାନେ କାନାଡା ଓ କାନାଡାର ସମ୍ବିଧାନକୁ ଅସ୍ୱୀକାର କରିଛି। ତୁମମାନଙ୍କର ଠିକଣା ହେଲା ଇଣ୍ଡିଆ। ତୁରନ୍ତ କାନାଡା ଛାଡ଼ ଓ ଭାରତ ଚାଲି ଯାଅ। ଖଲିସ୍ତାନୀ ଶିଖ ସପକ୍ଷବାଦୀମାନେ ସବୁବେଳେ କାନାଡାର ବିଶ୍ୱସ୍ତ ହୋଇ ରହିଛନ୍ତି। ସେମାନେ ସବୁବେଳେ କାନାଡା ସହ ଅଛନ୍ତି। କାନାଡାର ଆଇନ ଓ ସମ୍ବିଧାନକୁ ସେମାନେ ସମ୍ମାନ କରନ୍ତି।”

Advertisment

ପନ୍ନୁର ଏପରି ଧମକ ପୂର୍ବରୁ କାନାଡାରେ ରହୁଥିବା ଭାରତୀୟ ଶିକ୍ଷାର୍ଥୀ ଓ ଲୋକଙ୍କ ପାଇଁ ନୂଆଦିଲ୍ଲୀ ପକ୍ଷରୁ ସତର୍କତା ଜାରି କରାଯାଇଥିଲା। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଏନେଇ ଏକ୍ସରେ ଏକ ପୋଷ୍ଟ କରି କାନାଡାରେ ଥିବା ଭାରତୀୟ ନାଗରିକଙ୍କୁ ସତର୍କତା ଅବଲମ୍ୱନ କରିବାକୁ ପରାମର୍ଶ ଦେଇଥିଲେ।

ଏହାର କିଛି ଘଣ୍ଟା ପୂର୍ବରୁ କାନାଡା ମଧ୍ୟ ତା'ର ନାଗରିକଙ୍କ ପାଇଁ ଏକ ଟ୍ରାଭେଲ୍ ଆଡଭାଇଜରି ଜାରି କରିଥିଲା। ଭାରତକୁ ବୁଲିବାକୁ ଆସୁଥିବା କାନାଡା ନାଗରିକଙ୍କୁ ସତର୍କ ରହିବାକୁ ଜଷ୍ଟିନ ଟ୍ରୁଡୋଙ୍କ ସରକାର ପରାମର୍ଶ ଦେଇଥିଲେ।

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନାଜିରର ହତ୍ୟାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିଛି। ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହରଦୀପକୁ ଜୁନ ୧୮ରେ ଦୁଇ ଜଣ ବନ୍ଧୁକଧାରୀ ହତ୍ୟା କରିଥିଲେ। ଏହି ହତ୍ୟା ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥା RAWର ସମ୍ଭାବ୍ୟ ହାତ ରହିଥିବା ବଳିଷ୍ଠ ଅଭିଯୋଗ ମିଳିଛି ବୋଲି କାନାଡା କହିବା ପରେ ବିବାଦ ଦେଖାଯାଇଛି। ତେବେ ଏହି ଅଭିଯୋଗକୁ ଭାରତ ଖଣ୍ଡନ କରିଛି।

Canada Khalistan Khalistan Supporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe