Advertisment

ଆତଙ୍କବାଦୀଙ୍କ ଧମକ, ବିଶ୍ୱକପ୍ ଫାଇନାଲ୍ ଦିନ ଉଡାଇଦେବ ଏୟାର୍ ଇଣ୍ଡିଆ ବିମାନ!

"କୌଣସି ଶିଖ୍ ନଭେମ୍ବର ୧୯ରେ ଏୟାର୍ ଇଣ୍ଡିଆ ବିମାନରେ ଉଡାଣ କରନ୍ତୁ ନାହିଁ, ଜୀବନ ପ୍ରତି ବିପଦ ପଡିପାରେ।"

ଅଦ୍ୟତନ ହୋଇଛି
Gurpatwant Singh Pannun

Gurpatwant Singh Pannun

Advertisment

ନଭେମ୍ବର ୧୯ରେ ଏୟାର୍ ଇଣ୍ଡିଆ ବିମାନ ଉପରେ ହୋଇପାରେ ବଡ ଧରଣର ଆତଙ୍କୀ ହମଲା। ବ୍ୟାନ୍ ହୋଇଥିବା ଆତଙ୍କୀ ସଂଗଠନ ଶିଖ୍ ଫର ଜଷ୍ଟିସ୍ (SFJ)ର ପ୍ରତିଷ୍ଠାତା ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍ ଏକ ଭିଡିଓ ଜାରି କରି ଏହି ଚେତାବନୀ ଦେଇଛି। ନଭେମ୍ବର ୧୯ରେ ଏୟାର ଇଣ୍ଡିଆକୁ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଧମକ ଦେଇଛି ଗୁରପତୱନ୍ତ।

Advertisment

ଏଥିସହ, କୌଣସି ଶିଖ୍ ନଭେମ୍ବର ୧୯ରେ ଏୟାର୍ ଇଣ୍ଡିଆ ବିମାନରେ ଉଡାଣ କରନ୍ତୁ ନାହିଁ, ଜୀବନ ପ୍ରତି ବିପଦ ପଡିପାରେ ବୋଲି ଭିଡିଓରେ କହିଛି ଗୁରପତୱନ୍ତ। ସେ କହିଛି, "ନଭେମ୍ବର ୧୯ରୁ ବିଶ୍ୱସ୍ତରରେ ଅବରୋଧ ହେବ। ଏୟାର ଇଣ୍ଡିଆ ଚଳାଇବାକୁ ଅନୁମତି ଦିଆଯିବ ନାହିଁ। ଶିଖ ଲୋକମାନେ, ନଭେମ୍ବର ୧୯ ପରେ ଏୟାର ଇଣ୍ଡିଆରେ ଯାତ୍ରା କରନ୍ତୁ ନାହିଁ।"

ସେ ଆହୁରି କହିଛି ଯେ, ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦର ନଭେମ୍ବର ୧୯ରେ ବନ୍ଦ ରହିବ ଏବଂ ଏହାର ନାମ ପରିବର୍ତ୍ତନ କରାଯିବ, ଯେଉଁଦିନ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ପଞ୍ଜାବ ମୁକ୍ତ ହେବାପରେ ଏହି ବିମାନବନ୍ଦରର ନାମ ସହିଦ ବିନ୍ତ ସିଂ, ସହିଦ ସତୱନ୍ତ ସିଂ ଖାଲିସ୍ତାନ ବିମାନବନ୍ଦର ହେବ ବୋଲି ଧମକ ଦେଇଛି ପନ୍ନୁନ।

Advertisment
Khalistani Terrorist Threatens Khalistani Terrorist Air India Flight
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe