Advertisment

ଦିଲ୍ଲୀରେ ତ୍ରିରଙ୍ଗା ପତାକା ହଟାଇ ଖଲିସ୍ତାନୀ ପତାକା ଲଗାଇବାକୁ ଧମକ

ଏକ ଅଡିଓ ମେସେଜ ମାଧ୍ୟମରେ ଏହି ଧମକ ଦିଆଯାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Khalistani Supporter Threaten

Khalistani Supporter Threaten

ୱାରିସ୍ ଦେ ପଞ୍ଜାବ ମୁଖ୍ୟ ତଥା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହକୁ ଧରିବାକୁ ଲାଗି ପଡିଛି ପଞ୍ଜାବ ପୁଲିସ। ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରିବା ସହ ପୁଲିସର ତଲାସି ଅଭିଯାନ ଜାରି ରହିଛି। ଏହାରି ଭିତରେ ଖଲିସ୍ତାନୀ ସମର୍ଥକମାନେ ଦିଲ୍ଲୀ ତ୍ରିରଙ୍ଗା ପତାକା ହଟାଇ ସେଠାରେ ଖଲିସ୍ତାନୀ ପତାକା ଲଗାଇବାକୁ ଧମକ ଦେଇଛନ୍ତି। 

Advertisment

ରାଜଧାନୀ ଦିଲ୍ଲୀର ପ୍ରଗତି ମଇଦାନରେ ଭାରତୀୟ ପତାକାକୁ ହଟାଇ ଖଲିସ୍ତାନ ପତାକା ଲଗାଇବାକୁ ଧମକ ମିଳିଛି। ଏହି ଧମକ ଏକ ଅଡିଓ ମେସେଜ ମାଧ୍ୟମରେ ଦିଆଯାଇଛି। ମୁମ୍ବାଇରୁ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଜଣେ ବ୍ୟକ୍ତିଙ୍କ ଫୋନରେ ଏଭଳି ମେସେଜ ଆସିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଦିଲ୍ଲୀ ପୁଲିସ ମାମଲା ରୁଜୁ କରିଛି।

ଅଭିଯୋଗ ମୁତାବକ, ଫ୍ଲାଇଟ୍‌ ଯୋଗେ ମୁମ୍ବାଇରୁ ଦିଲ୍ଲୀ ପହଞ୍ଚି ଏୟାରପୋର୍ଟରେ ଓହ୍ଲାଇବା ବେଳେ ଜଣେ ବ୍ୟକ୍ତିଙ୍କ ଫୋନ୍‌କୁ ପୂର୍ବରୁ ରେକର୍ଡ ହୋଇଥିବା ଏକ ଅଡିଓ ମେସେଜ ଆସିଥିଲା।  ଏହି ଅଡିଓରେ ଅଭିଯୁକ୍ତ ଖଲିସ୍ତାନୀ ସମର୍ଥକମାନେ ପ୍ରଗତି ମୈଦାନକୁ ନିଜ ଅକ୍ତିଆରକୁ ନେବା ସହ ଭାରତୀୟ ତ୍ରିରଙ୍ଗା ପତାକାକୁ ହଟାଇବାକୁ ଧମକ ଦେଇଛନ୍ତି। 

Advertisment

କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉଦ୍ଦେଶ୍ୟରେ ବି ଅପଶବ୍ଦର ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି।  ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ୟୁନିଟ ଏହି ଅଭିଯୋଗ ଆଧାରରେ ଯାଞ୍ଚ ଆରମ୍ଭ କରିଛି।

ସେପ୍ଟେମ୍ବରରେ ପ୍ରଗତି ମୈଦାନରେ ଜି-୨୦ ବୈଠକ ଆୟୋଜନ ପାଇଁ କର୍ତ୍ତୃପକ୍ଷ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛନ୍ତି। ତେବେ ଏହା ପୂର୍ବରୁ ଏଭଳି ଧମକ ମିଳିବା ପରେ ଦିଲ୍ଲୀ ପୁଲିସ ଆଲର୍ଟ ହୋଇଯାଇଛି । 

Delhi Khalistan