Wrestlers' protest and Khap lends support
ଖାପ ପଞ୍ଚାୟତ ନେତାମାନେ ରବିବାର ଦିଲ୍ଲୀର ଯନ୍ତରମନ୍ତରରେ ପହଞ୍ଚି ରେସଲରମାନେ ଜାରି ରଖିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଏଥିସହ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ଆସନ୍ତା ୨୧ ତାରିଖ ସୁଦ୍ଧା ଗିରଫ କରିବାକୁ ମଧ୍ୟ ଖାପ ପଞ୍ଚାୟତ ପକ୍ଷରୁ ଦାବି ରଖାଯାଇଛି। ପଦକ୍ଷେପ ନିଆ ନ ଗଲେ ଅନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚାଷୀ ନେତାମାନେ ପ୍ରକାଶ କରିଛନ୍ତି।
ସେପଟେ ରେସଲଙ୍କୁ ସମର୍ଥନ ଦେବାକୁ ବହୁ ସଂଖ୍ୟାରେ ସମ୍ୟୁକ୍ତ କିଷାନ ମୋର୍ଚ୍ଚାର ନେତା ଓ ଭାରତୀୟ କିଷାନ ମୋର୍ଚ୍ଚା ଉଗ୍ରହାନର ନେତାମାନେ ପହଞ୍ଚିଥିବା ଦେଖି ଦିଲ୍ଲୀ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। କାରଣ ରେସଲଙ୍କୁ ସମର୍ଥନ ଦେଇ ସମ୍ୟୁକ୍ତ କିଷାନ ମୋର୍ଚ୍ଚା ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି। ରେସଲରମାନଙ୍କୁ ଚାଷୀ ନେତା ଓ ଚାଷୀ ସଂଗଠନମାନଙ୍କ ସମର୍ଥନ ମିଳିବା ଦେଖି ପୁଲିସ ପକ୍ଷରୁ ବିଭିନ୍ନ ରାସ୍ତାର ଛକମାନଙ୍କରେ ବ୍ୟାରିକେଟ କରିବା ସହ ବ୍ୟାରିକେଟ ଆଗରେ ବାଲି ଭର୍ତ୍ତି ଟ୍ରକ୍କୁ ଥୋଇଛି। ପାଟ୍ରୋଲିଂକୁ ବଢ଼ାଇ ଦିଆଯାଇଥିବା ବେଳେ ହିଂସା ପ୍ରତିହତ ଟିମ୍ ମୁତୟନ କରିଛି।
ସୂଚନା ଥାଉକି, ଧାରଣା ଦେଉଥିବା ରେସଲରମାନେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ସଭାପତି ତଥା ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି। ଅଭିଯୋଗକାରୀଙ୍କ ଭିତରେ ଜଣେ ନାବାଳିକା ରେସଲର ମଧ୍ୟ ଅଛନ୍ତି।
ତେବେ ବ୍ରିଜ ଭୂଷଣ ଅଭିଯୋଗକୁ ଭିତ୍ତିହୀନ ବୋଲି କହିବା ସହ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1683463979.jpeg)