Mallikarjun Kharge
କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ ‘ବିଷାକ୍ତ ସାପ’ କହି ସମାଲୋନା କରିବାରୁ ବିବାଦ ସୃଷ୍ଟି ହୋଇଛି। କର୍ଣ୍ଣାଟକାର ଗାଡାଗରେ ଆୟୋଜିତ ରାଲିରେ ଖଡଗେ ଏପରି ବୟାନ ଦେଇଥିବାରୁ ବିଜେପି ତାଙ୍କୁ କାଉଣ୍ଟର ଆଟାକ କରିଛି।
ଖାଡଗେ କହିଛନ୍ତି ଯେ “ମୋଦି ବିଷାକ୍ତ ସାପ ଭଳି। ଆପଣ ଏହାକୁ ବିଷ ଭାବନ୍ତୁ କି ନ ଭାବନ୍ତୁ, କିନ୍ତୁ ଆପଣ ଏହାକୁ ଚାଟିବା ମାତ୍ରେ ମରିଯିବେ। ଆପଣ ଭାବିପାରନ୍ତି ଯେ କ’ଣ ଏହା ସତରେ ବିଷ? ମୋଦି ଜଣେ ଭଲ ଲୋକ। ସେ ଯାହା ଦେଇଛନ୍ତି, ସେଗୁଡ଼ିକୁ ଆମେ ଦେଖିବା। ଆପଣ ତା’କୁ ଯେମିତି ଚାଟିଦେବେ ସେମିତି ପୂରା ଶୋଇଯିବେ।” ତାଙ୍କର ଏପରି ବୟାନକୁ ବିଜେପି କଡ଼ା ଭାଷାରେ ନିନ୍ଦା କରିଛି।
ବିଜେପି ଆଇଟି ସେଲ ଅଧ୍ୟକ୍ଷ ଅମିତ ମାଲବ୍ୟ ଟ୍ୱିଟ କରି କହିଛନ୍ତି, “ଏବେ କଂଗ୍ରେସ ଅଧ୍ୟକ୍ଷ ଖଡଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ବିଷାକ୍ତ ସାପ’ କହିଛନ୍ତି। ସୋନିଆ ଗାନ୍ଧିଙ୍କ ମୃତ୍ୟୁର ସୌଦାଗର ବୟାନ ଠାରୁ ଏହା ଆରମ୍ଭ ହୋଇଥିଲା। ଏହାର ଅନ୍ତ କେମିତି ହେଇଥିଲା, ସେକଥା ଆମେ ସମସ୍ତେ ଜାଣିଛୁ। କଂଗ୍ରେସ କ୍ରମାଗତ ଗଭୀର ନୂଆ ଗର୍ତ୍ତରେ ପଶିବାରେ ଲାଗିଛି। ଏହି ହତାଶା ଭାବରୁ ଜଣାପଡ଼ୁଛି ଯେ କଂଗ୍ରେସ କର୍ଣ୍ଣାଟକାରେ ସବୁ କିଛି ହରାଉଛି ଓ ସେମାନେ ଏକଥା ଜାଣିଛନ୍ତି।”
ତେବେ ବିଷାକ୍ତ ସାପ ବୟାନକୁ ନେଇ ବିବାଦ ଉପୁଯିବାରୁ ଖଡଗେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, “ବିଜେପି ହେଉଛି ସାପ ଭଳି। ଯଦି ଆପଣ ଏହାକୁ ଚାଟିବେ, ତା’ହେଲେ ଆପଣଙ୍କର ନିଶ୍ଚିତ ଭାବେ ମୃତ୍ୟୁ ହେବ। ମୁଁ ତାଙ୍କ(ପ୍ରଧାମନ୍ତ୍ରୀ ମୋଦି) ବିଷୟରେ କିଛି କହିନି। ମୁଁ ବ୍ୟକ୍ତିଗତ ବୟାନ ଦିଏ ନାହିଁ। ମୁଁ କହିବାକୁ ଚାହୁଁଥିଲେ ଯେ ସେମାନଙ୍କ ବିଚାରଧାରା ସାପ ଭଳି। ଯଦି ଆପଣ ଚାଟିବାକୁ ଚେଷ୍ଟା କରିବେ, ତା’ହେଲେ ମୃତ୍ୟୁ ସୁନିଶ୍ଚିତ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1682610962.jpg)