Advertisment

ପ୍ରଧାନମନ୍ତ୍ରୀଙ୍କ ଉପରକୁ ଟ୍ୱିଟ ବାଣ ଛାଡ଼ିଲେ ଖଡ୍‌ଗେ, କହିଲେ - ମନିପୁର କି ବାତ ପ୍ରଥମେ କହିବାର ଥିଲା

ସେ ଟ୍ୱିଟରେ ମୋଦିଙ୍କୁ ନିଶାନା କରି କହିଛନ୍ତି, ମନକି ବାତ୍‌ କାର୍ଯ୍ୟକ୍ରମରେ ପ୍ରଥମେ ମନିପୁର କି ବାତ ଯୋଡ଼ା ଯିବା ଉଚିତ୍ ଥିଲା।

author-image
Niranjan Mishra
Congress president Mallikarjun Kharge

Congress president Mallikarjun Kharge

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ। ମଣିପୁରର ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ଏବଂ ଗଭୀର ବୋଲି ଉଲ୍ଲେଖ କରି ଭାରତର ସୀମାବର୍ତ୍ତି ରାଜ୍ୟମାନଙ୍କ ପ୍ରତି କେନ୍ଦ୍ର ସରକାର ଦାୟିତ୍ୱହୀନ ମନୋଭାବ ଦେଖାଉଥିବା ସେ ଟ୍ୱିଟ କରି ଅଭିଯୋଗ କରିଛନ୍ତି। ଏଥିସହ ଏକ ସର୍ବଦଳୀୟ ପ୍ରତିନିଧୀଙ୍କୁ ଏଠାକୁ ପରିଦର୍ଶନ ପାଇଁ ପଠାଇବାକୁ କହିଛନ୍ତି।

Advertisment

ସେ ଟ୍ୱିଟରେ ମୋଦିଙ୍କୁ ନିଶାନା କରି କହିଛନ୍ତି, ମନକି ବାତ୍‌ କାର୍ଯ୍ୟକ୍ରମରେ ପ୍ରଥମେ ମନିପୁର କି ବାତ ଯୋଡ଼ା ଯିବା ଉଚିତ୍ ଥିଲା। କାରଣ ଏହି ରାଜ୍ୟରେ ପରିସ୍ଥିତି ଅଶାନ୍ତ ହୋଇଯାଇଛି। ମାତ୍ର ଏ ବାବଦରେ ନା ଗୋଟିଏ ପଦ ମୋଦି କହୁଛନ୍ତି, ନା ସର୍ବଦଳୀୟ ପ୍ରତିନିଧିଙ୍କୁ ଭେଟିଛନ୍ତି। ମଣିପୁର ଦେଶର ଏକ ଅଂଶ ଲାଗିବା ଭଳି ସରକାର କୌଣସି ପଦକ୍ଷେପ ନେଉନି। ଏହା ଗ୍ରହଣୀୟ ନୁହେଁ। ପୂରା ରାଜ୍ୟ ଜଳୁଥିବା ବେଳେ ମୋଦି ସରକାର ଶୋଇଛି। ମୋଦି ତୁରନ୍ତ ରାଜଧର୍ମ ପାଳନ କରନ୍ତୁ। ଶାନ୍ତିକୁ ଭଙ୍ଗ କରୁଥିବା ସମସ୍ତ ଜିନିଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଲୋକଙ୍କ ଭିତରେ ବିଶ୍ୱାସ ଭରି ଦେଇ ସାଧାରଣ ଜୀବନଜୀବିକା ସ୍ୱାଭାବିକ କରିବାକୁ ପଦକ୍ଷେପ ନିଆଯାଉ। ଏଥିସହ ସର୍ବଦଳୀୟ ପ୍ରତିନିଧିଙ୍କୁ ଏଠାକୁ ପଠାଇବାକୁ ଅନୁମତି ଦିଆଯାଉ।

Advertisment

ସୂଚନା ଯୋଗ୍ୟ ଯେ, ମଣିପୁରରେ ମେଟେଇ ଏବଂ କୁକି ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ହୋଇଥିବା ଜାତିଗତ ହିଂସା ୪୦ ଦିନ ହେବ ଉଗ୍ରରୂପ ନେଇଛି। ବିଭିନ୍ନ ସ୍ଥାନରେ ହିଂସାକାଣ୍ଡରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ରାଜ୍ୟ ପୁଲିସ ବାହିନୀ ବ୍ୟତୀତ ମଣିପୁରରେ ପ୍ରାୟ ୩୦ ହଜାର କେନ୍ଦ୍ରୀୟ ସୁରକ୍ଷା ଫୋର୍ସ ନିୟୋଜିତ ହୋଇଛନ୍ତି।

PM Modi Mallikarjun Kharge Manipur Violence