Advertisment

ପ୍ରିୟଙ୍କା ନାମାଙ୍କନ ଭରିବା ବେଳେ ଖଡ଼ଗେ ବାହାରେ? ବିବାଦ ପରେ ଜବାବ ଦେଲା କଂଗ୍ରେସ

ବିଜେପି ଶେୟାର କରିଥିବା ଭିଡିଓକୁ ନେଇ ବିବାଦ ତେଜିବା ପରେ ଜବାବ ରଖିଛି କଂଗ୍ରେସ।

ଅଦ୍ୟତନ ହୋଇଛି
Khadge

Khadge

Advertisment

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗତକାଲି କେରଳର ଓ୍ୱାୟନାଡ ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଭରିଛନ୍ତି। ତେବେ ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବାହାରେ ଥିଲେ। ତାଙ୍କୁ ଭିତରକୁ ପଶିବାକୁ ଦିଆଯାଇନଥିଲା। ସେ କବାଟ ଫାଙ୍କ ପଟୁ ଚାହୁଁଥିଲେ। ଏଭଳି କିଛି ଅଭିଯୋଗ କରିଛି ବିଜେପି। ଏହି ସମୟର ଏକ ଭିଡିଓକୁ ମଧ୍ୟ ବିଜେପି ଶେୟାର କରିଛି। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଆଉ କଂଗ୍ରେସ ମଧ୍ୟ ଏହାର କଡ଼ା ଜବାବ ଦେଇଛି।

Advertisment

ବିଜେପି ଶେୟାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ପ୍ରିୟଙ୍କା ଉପସ୍ଥିତ ଅଛନ୍ତି। କିନ୍ତୁ କବାଟ ବାହାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଅଛନ୍ତି। ବିଜେପି ଏହି ସମୟର ଭିଡିଓ କ୍ଲିପ ଶେୟାର କରି କହିଛି ଯେ, ଏହା ଜଣେ ଦଳିତ ନେତାଙ୍କ ପ୍ରତି ଅପମାନ। ପରିବାର ଲୋକଙ୍କୁ ନେଇ ନାମାଙ୍କନ ଭରିଲେ ପ୍ରିୟଙ୍କା କିନ୍ତୁ ଦଳର ଅଧ୍ୟକ୍ଷଙ୍କୁ ବାହାରେ ଛିଡ଼ା କରିବା ନିନ୍ଦନୀୟ।

Advertisment

ଏଆଇସିସିର ସଭାପତି ହୁଅନ୍ତୁ କି ପିସିସି ସଭାପତି କେବଳ ରବର ଷ୍ଟାମ୍ପ ଭାବେ ଗାନ୍ଧୀ ପରିବାର ବ୍ୟବହାର କରୁଛି ବୋଲି ଅନୁଭବ ହେଉଥିବା ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି।

ସେପଟେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି କର୍ଣ୍ଣାଟକ ନେତା ପ୍ରଶ୍ନ କରିଛନ୍ତି ଯେ ୱାୟନାଡ ଲୋକସଭା ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ପ୍ରିୟଙ୍କା ନାମାଙ୍କନ ଦାଖଲ କରିବା ସମୟରେ କଂଗ୍ରେସ ମୁଖ୍ୟ ଖଡ଼ଗେ କେଉଁଠି ଥିଲେ? ସୋନିଆ ପରିବାରର ଅହଂକାର ଓ ଅଧିକାରର ବେଦୀରେ ସ୍ୱାଭିମାନ ଓ ସମ୍ମାନ ବଳି ଦିଆଯାଇଛି। ଯଦି ସେମାନେ ବରିଷ୍ଠ ଦଳିତ ନେତା ଏବଂ ପାର୍ଟି ଅଧ୍ୟକ୍ଷଙ୍କୁ ଏଭଳି ବ୍ୟବହାର କରନ୍ତି, ତେବେ ସେମାନେ ୱାୟନାଡର ଲୋକଙ୍କ ସହିତ କିପରି ବ୍ୟବହାର କରିବେ ତାହା କଳ୍ପନା କରନ୍ତୁ ବୋଲି ସେ କହିଛନ୍ତି।

Priyanka File Nominationପ୍ରିୟଙ୍କାଙ୍କ ନାମାଙ୍କନ ପତ୍ର ଦାଖଲ ବେଳର ଦୃଶ୍ୟ

ତେବେ ଏହି ବିବାଦ ତେଜିବା ପରେ ଏହାର ଜବାବ ଦେଇଛନ୍ତି କଂଗ୍ରେସ। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ କହିଛନ୍ତି, ବିଜେପି କେବଳ ମିଛ ପ୍ରଚାର କରୁଛି। ସତ କ'ଣ ସମସ୍ତେ ଜାଣନ୍ତି। ନାମାଙ୍କନ ଭରିବା ବେଳେ ମାତ୍ର ୫ ଜଣ ପ୍ରକୋଷ୍ଠରେ ରହିପାରିବେ। ପ୍ରିୟଙ୍କା ଯେତେବେଳେ ପ୍ରକୋଷ୍ଠରେ ପ୍ରବେଶ କଲେ ସେତେବେଳେ ଆଉ ୩ ଜଣ ଦଳୀୟ କର୍ମୀ ଭିତରେ ଥିଲେ। ତେଣୁ ସେମାନେ ବାହାରିଯିବା ପରେ ଖଡ଼ଗେ ଏବଂ ଅନ୍ୟମାନେ ପ୍ରବେଶ କରିଥିଲେ।

ନାମାଙ୍କନ ଭରିବା ବେଲେ ପ୍ରିୟଙ୍କାଙ୍କ ସହିତ ଆଗ ସିଟରେ ରାହୁଲ ଗାନ୍ଧୀ ଏବଂ ଖଡ଼ଗେ ବସିଥିଲେ। ସୋନିଆ ଗାନ୍ଧୀ ମା' ହୋଇଥିଲେ ମଧ୍ୟ ପଛ ସିଟରେ ବସିଥିଲେ ବୋଲି କଂଗ୍ରେସ ମୁଖପାତ୍ର କହିଛନ୍ତି।

Bjp Wayanad Poll Congress Mallikarjun Kharge Priyanka Gandhi Vadra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe