Advertisment

ପୁଷ୍ପା-୨ର ସ୍କ୍ରିନିଂ ବେଳେ ହଲ୍‌ ଭିତରେ ମାର୍‌ପିଟ୍‌, ବର୍ଷିଲା ଲାତ ଗୋଇଠା

ଫିଲ୍ମ ପୁଷ୍ପା-୨ର ନାଇଟ୍‌ ଶୋ' ଚାଲିଥିବା ବେଳେ ହଲ୍‌ ଭିତରେ ଦୁଇ ଗୋଷ୍ଠୀ ଭିତରେ ମାର୍‌ପିଟ୍‌ ହୋଇଛି।

kicks during-pushpa-2-show

kicks during-pushpa-2-show

Advertisment

ଫିଲ୍ମ ପୁଷ୍ପା-୨। ଏହାର କ୍ରେଜ୍‌ ଏବେ ଚାରିଆଡେ। ଏହି ଫିଲ୍ମକୁ ଦେଖିବା ପାଇଁ ପ୍ରତିଦିନ ହଲ୍‌ ହେଉଛି ହାଉସ୍‌ଫୁଲ୍‌। ଲୋକେ ଫିଲ୍ମ ଦେଖିବାକୁ ପାଗଳ। ହଲ୍‌ ଭିତରେ ଜମୁଛି ଭିଡ। ଏହାରି ଭିତରେ ପୁଷ୍ପ-୨ର ସ୍କ୍ରିନିଂ ବେଳେ ହଲ୍‌ ଭତରେ ଦେଖିବାକୁ ମିଳିଛି ମାର୍‌ପିଟ୍‌। ପରସ୍ପର ଉପରକୁ ଲାତ ଗୋଇଠା ବର୍ଷା କରିଛନ୍ତି ଦର୍ଶକ। ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ସାମ୍ନାକୁ ଆସିଛି ଏଭଳି କିଛି ଦୃଶ୍ୟ।

Advertisment

ଲକ୍ଷ୍ନୌର ରିଙ୍ଗ ରୋଡ୍‌ ସ୍ଥିତ ଏକ ମଲ୍ଟିପ୍ଲେକ୍ସ ହଲ୍‌ ଭିତରେ ଫିଲ୍ମ ପୁଷ୍ପା-୨ର ନାଇଟ୍‌ ଶୋ' ଚାଲିଥିଲା। ଏହି ସମୟରେ କିଛି ଲୋକେ ହୁଟିଂ କରିବା ଆରମ୍ଭ କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗାଳିଗୁଲଜ ହେବା ସହ ଓ ଆରମ୍ଭ ହୋଇଥିଲା ମାର୍‌ପିଟ୍‌। ବର୍ଷିଥିଲା ଲାତ ଗୋଇଠା। ଏଥିରେ କିଛି ମହିଳା ଓ ଛୋଟ ପିଲା ଆହତ ହୋଇଥିଲେ।

ପରେ ସିନେମା ହଲ୍‌ର ମ୍ୟାନେଜର ଏହି ଘଟଣା ବିଷୟରେ ବିକାଶ ନାଗର ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଝଗଡ଼ା କରୁଥିବା ୬ ଜଣଙ୍କୁ ପୁଲିସ ଗିରଫ କରି ଜେଲକୁ ପଠାଇଥିଲା। ଏଥିସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଲ୍ଟିପ୍ଲେକ୍ସର ମ୍ୟାନେଜରଙ୍କ ଅଭିଯୋଗ ଅଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Advertisment

ପୁଲିସ ଗିରଫ କରିଥିବା ସମସ୍ତ ଅଭିଯୁକ୍ତ ଶ୍ରମିକ ବୋଲି ଜଣାପଡିଛି। ସମସ୍ତଙ୍କ ବୟସ ୧୮ରୁ ୨୪ ବର୍ଷ ରହିଛି। ଏମାନେ ସମସ୍ତ ୟୁପିର ଭିନ୍ନ ଭିନ୍ନ ଜିଲ୍ଲାରୁ ଆସି ଲକ୍ଷ୍ନୌରେ ଶ୍ରମିକ ଭାବେ କରୁଥିଲେ। ସମସ୍ତଙ୍କୁ ଶାନ୍ତି ଭଙ୍ଗ କରିବା ଅଭିଯୋଗରେ ଗିରଫ କରାଯାଇଛି।

Uttar Pradesh Pushpa2 Lucknow
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe