Advertisment

ମିଳିଲା ଅପହୃତ ଯବାନଙ୍କ ମୃତଦେହ, ଦେହରେ ବାଜିଛି ଏକାଧିକ ଗୁଳି

୨ଜଣ ଯବାନଙ୍କୁ ଅପହରଣ କରି ନେଇଥିଲେ ଆତଙ୍କବାଦୀ। ଜଣେ ଚକ୍‌ମା ଦେଇ ଖସି ପଳାଇ ଆସିବାରେ ସଫଳ ହୋଇଥିଲେ।

author-image
Madhupriya Mistry
Army Jawan

Army Jawan

ମିଳିଲା ଅପହୃତ ଯବନାଙ୍କ ମୃତଦେହ। ଜମ୍ମୁ କଶ୍ମୀରର ଅନ୍ତନାଗର ଜଙ୍ଗଲରୁ ଗତକାଲି ଆତଙ୍କବାଦୀମାନେ ଦୁଇ ଜଣ ଯବାନଙ୍କୁ ଅପହରଣ କରି ନେଇଥିଲେ। ତେବେ ଜଣେ ଯବାନ ଆତଙ୍କୀଙ୍କୁ ଚକ୍‌ମା ଦେଇ ଖସି ପଳାଇ ଆସିଥିବା ବେଳେ ଆଜି ପଥରୀବଲ ଜଙ୍ଗଲରୁ ଅପହୃତ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି।

Advertisment

ପୁଲିସ ସୂଚନା ମୁତାବକ, ମୃତ ଯବାନ ଜଣଙ୍କ ହେଲେ ହିଲାଲ ଅହମ୍ମଦ। ତାଙ୍କ ଶରୀରରେ ଏକାଧିକ ଗୁଳିମାଡ଼ ସହ କ୍ଷତଚିହ୍ନ ରହିଛି। ଆତଙ୍କବାଦୀମାନେ ତାଙ୍କ ନୃଶଂସ ଭାବେ ହତ୍ୟା କରିଥିବା କୁହାଯାଉଛି।

ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଗତକାଲି ଅନନ୍ତନାଗର ଜଙ୍ଗଲରୁ ଟେରିଟୋରିଆଲ ଆର୍ମିର ୧୬୧ ବଟାଲିଅନ୍‌ର ୨ଜଣ ଯବାନଙ୍କୁ ଅପହରଣ କରି ନେଇଥିଲେ ଆତଙ୍କବାଦୀ। ତେବେ ଆତଙ୍କବାଦୀଙ୍କ କବଳରୁ ଜଣେ ଯବାନ ଖସି ପଳାଇ ଆସିବାରେ ସଫଳ ହୋଇଥିଲେ। ଏହାପରେ ସେ ଆସି ଅଫିସରଙ୍କୁ ସୂଚନା ଦେଇଥିଲା। ପରେ ଅପହୃତ ଯବାନଙ୍କୁ ଖୋଜିବା ପାଇଁ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା।

Advertisment

ଏହି ସୈନିକମାନଙ୍କୁ ଅନନ୍ତନାଗର କୋନରନାଗରୁ ସେନା ଏବଂ ଜମ୍ମୁ କଶ୍ମୀର ପୁଲିସର ମିଳିତ ଆତଙ୍କବାଦ ବିରୋଧୀ ଅପରେସନ ସମୟରେ ଅପହରଣ କରାଯାଇଥିଲା।

Jammu Kashmir Terrorist Kidnapped Jawan Found Jawan Dead