ମୃତ ରୋହିତ ଆର୍ଯ୍ୟ
ମୁମ୍ବାଇ ପଣବନ୍ଦୀ ସଙ୍କଟରେ ନୂଆ ଟ୍ୱିଷ୍ଟ। ମୁମ୍ବାଇ(Mumbai)ର ଆରଏ ଷ୍ଟୁଡିଓରେ ୧୭ ଜଣ ପିଲାଙ୍କୁ ପଣବନ୍ଦୀ କରି ରଖିଥିବା ରୋହିତ ଆର୍ଯ୍ୟ ପୁଲିସ୍ ଗୁଳିରେ ପ୍ରାଣ ହରାଇଛି। ରୋହିତ ୧୭ ଜଣ ଛୋଟ ପିଲା, ଜଣେ ବରିଷ୍ଠ ନାଗରିକ ଓ ଜଣେ ସାଧାରଣ ଲୋକଙ୍କୁ ପଣବନ୍ଦୀ କରି ରଖିଥିଲା।
ପୁଲିସ୍(Police) ସେମାନଙ୍କୁ ମୁକୁଳାଇବା ବେଳେ ରୋହିତକୁ ଗୁଳି କରିବାକୁ ବାଧ୍ୟ ହୋଇଥିଲା। ଗୁଳି ମାଡ଼ରେ ଆହତ ହୋଇଥିବା ରୋହିତକୁ ଗୁରୁତର ଅବସ୍ଥାରେ ପୋୱାଇ ଅଞ୍ଚଳରେ ଥିବା ବିଲଡିଂରୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ତା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ପୁଲିସର କହିବା କଥା ଯେ ପଣବନ୍ଦୀଙ୍କୁ ମୁକୁଳାଇବା ବେଳେ ରୋହିତ ବାଧକ ସାଜିଥିଲା। ସେ ପୁଲିସ୍ର ମୁକାବିଲା କରିବାକୁ ଏୟାର ଗନ ବ୍ୟବହାର କରିଥିଲା। ଏହାର ଜବାବରେ ପୁଲିସ୍ ମାତ୍ର ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା। ଗୁଳି ମାଡ଼ରେ ଆହତ ହୋଇଥିବା ରୋହିତକୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତା’କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।
ପୋୱାଇ ଅଞ୍ଚଳରେ ଥିବା ଆରଏ ଷ୍ଟୁଡିଓରେ ପୂରା ଘଟଣା ଘଟିଥିଲା। ଏଠାରେ ରୋହିତ ଅଡିସନ ନାଁରେ ଛୋଟ ପିଲାମାନଙ୍କୁ ଡାକିଥିଲା। ସମସ୍ତ ବୟସ ୮ରୁ ୧୪ ବର୍ଷ ମଧ୍ୟରେ। ସେମାନଙ୍କୁ ଷ୍ଟୁଡିଓ ଭିତରେ ସେ ବେଶ କିଛି ଘଣ୍ଟା କାଳ ପଣବନ୍ଦୀ କରି ରଖିଥିଲା। ଏ ସମ୍ପର୍କରେ ଦିନ ୧.୪୫ରେ ପୁଲିସ୍କୁ ଖବର ମିଳିଥିଲା। ଏହାପରେ ତୁରନ୍ତ ଅପରେସନ ଆରମ୍ଭ କରାଯାଇଥିଲା।
ପ୍ରଥମେ ପୁଲିସ୍ ଅଭିଯୁକ୍ତ ରୋହିତକୁ ବୁଝାସୁଝା କରି ପଣବନ୍ଦୀମାନଙ୍କୁ ଛାଡ଼ିବାକୁ କୁହାଯାଇଥିଲା। ହେଲେ ସେ କିଛି ବି ଶୁଣି ନଥିଲା। ସେ ପିଲାମାନଙ୍କୁ ଛାଡ଼ିବା ବଦଳରେ ସେ କ୍ଷତି ପହଞ୍ଚାଇବାକୁ ଧମକ ଦେଇଥିଲା।
ରୋହିତ କୌଣସି କଥା ନ ଶୁଣିବାରୁ ପୁଲିସ୍ ବାଧ୍ୟ ହୋଇ ବାଥରୁମ ପଟେ ବଳପୂର୍ବକ ଷ୍ଟୁଡିଓ ଭିତରେ ପ୍ରବେଶ କରିଥିଲା। ଏହାପରେ ସମସ୍ତ ୧୭ ଜଣ ପିଲାଙ୍କୁ ସେଠାକୁ ମୁକୁଳାଇଥିଲା। ଏହି ଅପରେସନ ବେଳେ ରୋହିତ ଆହତ ହୋଇଥିଲା ଓ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଥିବା ପୁଲିସ୍ ନିଶ୍ଚିତ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/30/rohit-2025-10-30-18-08-10.jpg)