Advertisment

ଟଳିଲା ହାଫିଜ ସଇଦ୍‌ର ଘନିଷ୍ଠ, ପାକିସ୍ତାନରେ ଗୁଳି କରି ହତ୍ୟା

୨୦୧୫ରେ ଜମ୍ମୁ କଶ୍ମୀର ଉଧମପୁରରେ ସେନା ଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଥିଲା ହଞ୍ଜଲା।

author-image
Madhupriya Mistry
Terrorist Adnan Ahmed Hanzla Killed

Terrorist Adnan Ahmed Hanzla Killed

ଟଳିଲା ଉଧମପୁର ଆତଙ୍କବାଦର ଆକ୍ରମଣର ମାଷ୍ଟର ମାଇଣ୍ଡ। ‘ଲସ୍କର୍‌-ଏ-ତୋଇବା'ର ଆତଙ୍କବାଦୀ ଆଦ୍‌ନାନା ଅହମ୍ମଦ ହଞ୍ଜଲାକୁ ପାକିସ୍ତାନର କରାଚୀରେ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି ମାରି ହତ୍ୟା କରିଥିବା ଜଣାପଡିଛି। ୨୦୧୫ରେ ଜମ୍ମୁ କଶ୍ମୀର ଉଧମପୁରରେ ସେନା ଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଥିଲା ହଞ୍ଜଲା।

Advertisment

୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦର ଘନିଷ୍ଠ ଥିଲା ଆଦନାନ ହଞ୍ଜଲା। ଡିସେମ୍ବର ୨ ତାରିଖରେ ହଞ୍ଜାଲାକୁ ତା' ଘର ବାହାରେ ଗୁଳି କରି ହତ୍ୟା କରାଯାଇଛି। ତା'ଉପରେ ୪ଟି ରାଉଣ୍ଡ ଗୁଳିମାଡ କରାଯାଇଛି। ହଞ୍ଜାଲର ମୃତଦେହରୁ ୪ଟି ଗୁଳି ବାହାରିଥିବା ସୂଚନା ମିଳିଛି।

ତେବେ ଗୁଳିମାଡ଼ ପରେ ହଞ୍ଜଲା ପ୍ରଥମେ ଆହତ ହୋଇଥିଲା। ଏହାପରେ ତାଙ୍କୁ କରାଚୀ ସ୍ଥିତ ପାକିସ୍ତାନ ସେନା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତା'ର ମୃତ୍ୟୁ ହୋଇଥିବା ବିଶେଷସୂତ୍ରରୁ ଜଣାପଡିଛି।

Advertisment

୨୦୧୫ରେ ଆତଙ୍କୀ ଆଦନାନ୍‌ ହଞ୍ଜଲା ଉଧମପୁରରେ ବିଏସ୍‌ଏଫ୍‌ ଗାଡ଼ି ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା। ଏହି ଆକ୍ରମଣରେ ୨ଜଣ ବିଏସ୍‌ଏଫ୍‌ ଯବାନ ସହିଦ ହୋଇଥିଲେ। ୧୩ଜଣ ଯବାନ ଆହତ ହୋଇଥିଲେ। ଏନ୍‌ଆଇଏ ଏହି ଆତଙ୍କବାଦୀ ଆକ୍ରମଣ ଉପରେ ତଦନ୍ତ କରି ଚାର୍ଜସିଟ୍‌ ଦାଖଲ କରିଥିଲା।

ସେହିପରି, ୨୦୧୬ରେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ପାମ୍ପୋର୍‌ ଅଞ୍ଚଳରେ ସିଆର୍‌ପିଏଫ୍‌ ଗାଡ଼ି ଉପରେ କରାଯାଇଥିବା ଆକ୍ରମଣରେ ମଧ୍ୟ ହଞ୍ଜଲାର ହାତ ଥିଲା। ଏହି ଆକ୍ରମଣରେ ୮ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିଲେ ଓ ଆଉ ୨୨ଜଣ ଯବାନ ଆହତ ହୋଇଥିଲେ।

Pakistan Terrorist Hafiz Saeed Adnan Ahmed Hanzla