Advertisment

Murder: ପୁଣି ଫେରିଲା ୩ ପୁଅଙ୍କ ହତ୍ୟାକାରୀ, ଏଥର ଆଶ୍ରୟ ଦେଇଥିବା ମହିଳାଙ୍କୁ ମାରି ଟ୍ରେନ ଆଗକୁ ଡେଇଁଲା

ଗୋଟିଏ ନିର୍ମାଣାଧୀନ ବିଲଡିଂରେ ତାଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି। ଦୁର୍ଗାଙ୍କୁ ତାଙ୍କ ସମ୍ପର୍କୀୟ ତଥା ଗୁରୁଭାଇ ପ୍ରୀତମ କୁଶୱା ହତ୍ୟା କରିଛି। ୩ ପୁଅଙ୍କୁ ମାରି ପ୍ରୀତମ ୧୮ ବର୍ଷ କାଳ ଜେଲରେ ଥିଲା।

MP

ପ୍ରୀତମ ଓ ଦୁର୍ଗା

Advertisment

ପୁଣି ଚର୍ଚ୍ଚାରେ ୩ ପୁଅଙ୍କୁ ହତ୍ୟା(Murder) କରି ୧୮ ବର୍ଷର ଜେଲଦଣ୍ଡ ଭୋଗିଥିବା ବ୍ୟକ୍ତି। ମଧ୍ୟପ୍ରଦେଶର ଏହି ବ୍ୟକ୍ତି ଜଣକ ଏଥର ଜଣେ ମହିଳାଙ୍କୁ ହତ୍ୟା କରିଛି। ତା’କୁ ଜେଲରୁ ଫେରିବା ପରେ ଆଶ୍ରୟ ଦେଇଥିବା ମହିଳାଙ୍କୁ ହିଁ ସେ ମାରି ଦେଇଛି। ମହିଳାଙ୍କୁ ମାରିବା ପରେ ନିଜେ ମଧ୍ୟ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଛି।

Advertisment

ମୃତ ମହିଳା ଜଣଙ୍କ ହେଲେ ୫୦ ବର୍ଷୀୟ ଦୁର୍ଗା। ଭୋପାଲର ଗୌତମ ନଗର ଅଞ୍ଚଳରେ ଥିବା ଗୋଟିଏ ନିର୍ମାଣାଧୀନ ବିଲଡିଂରେ ତାଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି। ଦୁର୍ଗାଙ୍କୁ ତାଙ୍କ ସମ୍ପର୍କୀୟ ତଥା ଗୁରୁଭାଇ ପ୍ରୀତମ କୁଶୱା ହତ୍ୟା କରିଛି। ୩ ପୁଅଙ୍କୁ ମାରି ପ୍ରୀତମ ୧୮ ବର୍ଷ କାଳ ଜେଲରେ ଥିଲା। ଜେଲରୁ ବାହାରିବା ପରେ ସେ ପ୍ରାୟ ବର୍ଷ ହେବ ଦୁର୍ଗାଙ୍କ ଘରେ ଆଶ୍ରୟ ନେଇଥିଲା। 

ପୁଲିସ କହିଛି ଯେ ଦୁର୍ଗାଙ୍କୁ ଗୌତମ ନଗରରେ ଥିବା ତାଙ୍କ ନିର୍ମାଣାଧୀନ ବିଲଡିଂ ମଧ୍ୟରେ ହତ୍ୟା କରାଯାଇଛି। ସେଠାରେ ସଫା କରିବା ନାଁରେ ପ୍ରୀତମ ତାଙ୍କୁ ଡାକି ନେଇଥିଲା। ଏହାପରେ ଗୋଟିଏ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲା। ଦୁର୍ଗାଙ୍କ ଛାତି ଓ ତଳି ପେଟରେ ଏକାଧିକ ଥର ସେ ଛୁରୀ ଭୁଷିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। 

Advertisment

ତଦନ୍ତକାରୀ ଅଧିକାରୀ ଜାଣିବାକୁ ପାଇଛନ୍ତି ଯେ ଦୁଇ ଜଣଙ୍କ ମଧ୍ୟରେ ଚାଲିଥିବା ବିବାଦ ଯୋଗୁ ଏପରି ଘଟଣା ଘଟିଛି। ୫ ମାସ ହେଲେ ଦୁର୍ଗା ବାରମ୍ବାର ପ୍ରୀତମକୁ ଘର ଛାଡ଼ିବାକୁ କହୁଥିଲେ। ଏଥିରେ ରାଗି ଯାଇ ପ୍ରୀତମ ତାଙ୍କୁ ମାରି ଦେଇଛି। 

ପୁଲିସ୍‌ ଅଧିକାରୀ ମହେନ୍ଦ୍ର ସିଂହ ଠାକୁର କହିଛନ୍ତି ଯେ ପ୍ରୀତମ କୁଶୱାର ଘର ହେଉଛି ତେନ୍ଦୁଖେଡାରେ। ସେ ପୂର୍ବରୁ ନିଜର ୩ ପୁଅଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଥିଲା। ଏଥିପାଇଁ ସେ ୧୮ ବର୍ଷ କାଳ ଜେଲରେ ଥିଲା। ଗତବର୍ଷ ଜେଲରୁ ଖଲାସ ହେବା ପରେ ମଧ୍ୟ ଗାଁରେ ତାକୁ କେହି ଗ୍ରହଣ କରି ନଥିଲେ। ଏହି ସମୟରେ ଭୋପାଲରେ ଦୁର୍ଗା ତାଙ୍କୁ ରହିବାକୁ ଅନୁମତି ଦେଇଥିଲେ। 

ଗୋଟିଏ ଠେଲା ଗାଡ଼ିରେ ପରିବା ବିକ୍ରି କରି ପ୍ରୀତମ ନିଜର ଆବଶ୍ୟକତା ପୂରଣ କରୁଥିଲା। କିନ୍ତୁ ଦୁର୍ଗାଙ୍କୁ ହତ୍ୟା କରିବାର ଦୁଇ ଦିନ ପୂର୍ବରୁ ସେ ନିଜର ଠେଲା ଗାଡ଼ିକୁ ବିକ୍ରି କରି ଦେଇଥିଲା। 

ସେହିପରି ଦୁର୍ଗାଙ୍କୁ ମାରିବା ପରେ ସେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା ଓ ନିଶାତପୁରା ଅଞ୍ଚଳରେ ଗୋଟିଏ ଦ୍ରୁତଗାମୀ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଛି। ଏବେ ଘଟଣା ଅଧିକ ତଦନ୍ତ ଚାଲିଥିବା ପୁଲିସ ଅଧିକାରୀ ଜଣଙ୍କ କହିଛନ୍ତ। 

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe