Advertisment

ବିଜେପି ପ୍ରାର୍ଥୀଙ୍କ ଭିଣୋଇଙ୍କୁ ହତ୍ୟା

ଏହି ହତ୍ୟାକାଣ୍ଡ ପାଇଁ ତୃଣମୂଳ କଂଗ୍ରେସକୁ ଦାୟୀ କରିଛି ବିଜେପି।

DeadBody

DeadBody

Advertisment

ପଶ୍ଚିମ ବଙ୍ଗରେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳୁଥିବା ବେଳେ ଗତକାଲି ରାତିରେ ଜଣେ ବିଜେପି ପ୍ରାର୍ଥୀଙ୍କ ଭିଣୋଇଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ଶମ୍ଭୁ ଦାସ (୨୮)। ତାଙ୍କ ଶାଳୀ ବିଶାଖା ଦାସ କିସ୍‌ମତ ଦାସଗ୍ରାମରୁ ପ୍ରାର୍ଥୀ ହୋଇଛନ୍ତି।

Advertisment

ଶମ୍ଭୁଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ କିଛି ଲୋକ ତାଙ୍କୁ ଡାକି ନେଇଥିଲେ। ତା’ପରେ ଆଉ ଶମ୍ଭୁ ଫେରି ନଥିଲେ। ସେହି ଲୋକମାନେ ଶମ୍ଭୁଙ୍କୁ ହତ୍ୟା କରିଛନ୍ତି।

ଶମ୍ଭୁଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ବେଳେ ତାଙ୍କ ମୃତଦେହ ତାଙ୍କ ଘରଠାରୁ ଅଳ୍ପ ଦୂରରେ ଏକ ପଡ଼ିଆରୁ ମିଳିଥିଲା। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ତୃଣମୂଳ କଂଗ୍ରେସକୁ ଦାୟୀ କରିଛି ବିଜେପି।

Advertisment

ତୃଣମୂଳ କଂଗ୍ରେସ କର୍ମୀ ଉଦୟନ ଗୁହା କହିଛନ୍ତି, ବିଜେପି ନେତାମାନେ କହୁଛନ୍ତି ଏହି ହତ୍ୟାକାଣ୍ଡ ପଛରେ ଟିଏମ୍‌ସିର ହାତ ଅଛି। ଯଦି ପଶ୍ଚିମ ବଙ୍ଗର ଯେକୌଣସି ରାସ୍ତାରେ କୁକୁର ବା ଗଧିଆର ମୃତଦେହ ବି ମିଳିବ, ତା’ହେଲେ ଟିଏମ୍‌ସି ଉପରେ ଦୋଷ ଲଦିବ ବିଜେପି। ଶମ୍ଭୁ ଦାସଙ୍କୁ ତାଙ୍କ ଶାଳୀ କିମ୍ବା ତାଙ୍କ ଶାଳୀଙ୍କ ସ୍ୱାମୀ ମାରି ଥାଇପାରନ୍ତି। ଶମ୍ଭୁଙ୍କୁ ମାରିଲେ ଟିଏମ୍‌ସିର କିଛି ଲାଭ ହେବନି। ଶମ୍ଭୁ ଜଣେ ଶିକ୍ଷକ ଥିଲେ। ତାଙ୍କର ରାଜନୀତି ସହିତ କିଛି ସମ୍ପର୍କ ନଥିଲା। ତାଙ୍କ ହତା ପଛରେ ଜଣେ ମହିଳାଙ୍କ ହାତ ଅଛି ବୋଲି ଆମେ ଶୁଣିବାକୁ ପାଇଛୁ।

ଏହା ପୂର୍ବରୁ ଶନିବାର ରାଜ୍ୟର ମାଲଦା ଜିଲ୍ଲାରେ ତୃଣମୂଳ କଂଗ୍ରେସର ଜଣେ ପ୍ରାର୍ଥୀଙ୍କୁ କିଛି ଦୁର୍ବୃତ୍ତ ପିଟି ପିଟି ମାରି ଦେଇଥିଲେ। ତାଙ୍କୁ କଂଗ୍ରେସ କର୍ମୀମାନେ ମାରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Bjp TMC West Bengal Panchayat Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe