Advertisment

ବାରଣାସୀରୁ ଲଢ଼ିବେ କିନ୍ନର ମହାମଣ୍ଡଳେଶ୍ୱର ହିମାଙ୍ଗି, ଦେବେ ମୋଦିଙ୍କୁ ଟକ୍କର

ଚଳିତ ନିର୍ବାଚନର ଶେଷ ପର୍ଯ୍ୟାୟରେ ବାରଣାସୀ ପାଇଁ ମତଦାନ ହେବ । ଏହି ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ କଡା ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛନ୍ତି ଜଣେ କିନ୍ନର।

author-image
Niharika Rout
kinnar-mahamandaleshwar & PM Modi

kinnar-mahamandaleshwar & PM Modi

ନିର୍ବାଚନ ପାଖେଇ ଆସୁଥିବା ବେଳେ ବଢ଼ିବାରେ ଲାଗିଛି ରାଜନୈତିକ ହଲଚଲ । ଚଳିତ ନିର୍ବାଚନର ଶେଷ ପର୍ଯ୍ୟାୟରେ ବାରଣାସୀ ପାଇଁ ମତଦାନ ହେବ । କିନ୍ତୁ ଏବେଠୁ ସେଠାରେ ରାଜନୈତିକ ହଲଚଲ ଦେଖାଗଲାଣି। କାରଣ ଏହି ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ କଡା ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛନ୍ତି ଜଣେ କିନ୍ନର।  ଏହି କିନ୍ନରଜଣକ ମହାମଣ୍ଡଳେଶ୍ୱର ହିମାଙ୍ଗି ସଖୀ ବୋଲି ଜଣାଯାଇଛି। ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ତାଙ୍କୁ ବାରଣାସୀ ପାଇଁ ପ୍ରାର୍ଥୀ କରାଯାଇଛି।

Advertisment

ଗତ ୨୭ ତାରିଖରେ ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ଉତ୍ତରପ୍ରଦେଶର ୨୦ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ବାରଣାସୀ ପାଇଁ ମହାମଣ୍ଡଳେଶ୍ୱର ହିମାଙ୍ଗି ସଖୀଙ୍କ ନାମ ଘୋଷଣା କରାଯାଇଛି।

ହିମାଙ୍ଗି ସଖୀ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ସେ ପ୍ରଥମ ଥର ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ଲୋକସଭା ଓ ବିଧାନସଭାରେ କିନ୍ନରଙ୍କ ପାଇଁ ସିଟ୍‌ ସଂରକ୍ଷଣ ନିମନ୍ତେ ସେ ଦାବି କରି ଆସୁଛନ୍ତି। ଏବେ ବି କିନ୍ନର ସମାନ ସଦସ୍ୟ ଭିକ୍ଷା ବୃତ୍ତି କରି ନଚେତ ବେଶ୍ୟାବୃତ୍ତି କରି ପେଟ ପୋଷୁଛନ୍ତି। ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ସରକାର କିଛି କରି ନାହାନ୍ତି। ତେଣୁ କିନ୍ନର ସମାଜକୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ହିମାଙ୍ଗି ।

Advertisment

ହିନ୍ଦୁ ମହାସଭା ଉତ୍ତରପ୍ରଦେଶ ଅଧ୍ୟକ୍ଷ ଋଷି କୁମାର ତ୍ରିବେଦୀ କହିଛନ୍ତି, ଗତ ବିଧାନସଭା ନିର୍ବାଚନ ବେଳେ ବି ଦଳ ତରଫରୁ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲା ଯାଇଥିଲା। ଏଥର ଲୋକସଭା ନିର୍ବାଚନ ପାଇଁ ବି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ହିନ୍ଦୁ ଜନମାନସକୁ ଜାଗୃତ କରିବା ତାଙ୍କ ସଙ୍ଗଠନର ଲକ୍ଷ୍ୟ । ତାଙ୍କ ସଙ୍ଗଠନ ରାମ ଜନ୍ମ ଭୂମି ଆନ୍ଦୋଳନରେ ପ୍ରମୁଖ ଭୂମିକା ତୁଲାଇଥିଲା, କିନ୍ତୁ ବିଜେପି ସରକାର ତାଙ୍କ ସଙ୍ଗଠନକୁ ଏଥିରୁ ଦୂରେଇ ରଖିଲା ବୋଲି ଋଷି କୁମାର ତ୍ରିବେଦୀ କହିଛନ୍ତି।

ଏଥିସହ ସେ କହିଛନ୍ତି, ହିମାଙ୍ଗି ସଖୀ ବାବା ବିଶ୍ୱନାଥଙ୍କ ଭକ୍ତ ହୋଇଥିବା ବେଳେ ସେ ନିଜେ ନିର୍ବାଚନ ଲଢ଼ିବା ପାଇଁ ଇଚ୍ଛୁକ ଥିଲେ। ଆଗାମୀ ୧୨ ତାରିଖରେ ସେ ବାରଣାସୀରେ ପହଞ୍ଚି ବାବାଙ୍କ ଆଶିର୍ବାଦ ନେବେ । ଏହାପରେ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ।

Bjp Uttar Pradesh