Advertisment

ଦିଲ୍ଲୀରେ ପ୍ରବଳ ଟ୍ରାଫିକ୍ ଜାମ୍, ଗୋଟିଏ କି.ମି. ଯିବାକୁ ଲାଗୁଛି ଘଣ୍ଟାଏ

ଦିଲ୍ଲୀରେ ପ୍ରବେଶ କରୁଥିବା ବାହନମାନଙ୍କର କଡ଼ାକଡ଼ି ଚେକିଂ କରାଯାଉଛି। ଚେକିଂ ପରେ ହିଁ ଗାଡ଼ିଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ମିଳୁଛି।

author-image
Niharika Rout
Traffic Jam

Traffic Jam

ବିଭିନ୍ନ ଦାବି ନେଇ ଆଜିଠୁ ଚାଷୀ ସଙ୍ଗଠନମାନଙ୍କର ଦିଲ୍ଲୀ ଚଲୋ ଆନ୍ଦୋଳନ ଆରମ୍ଭ ହୋଇଛି। ପ୍ରାୟ ୨୦ ହଜାର ଚାଷୀ ଦିଲ୍ଲୀ ଅଭିମୁଖେ ମାଡି ଆସୁଛନ୍ତି। ୨୫୦୦ ଟ୍ରାକ୍ଟର ରାଲି କରି ହରିୟାଣା ଓ ପଞ୍ଜାବର ବିଭିନ୍ନ ଚାଷୀ ସଙ୍ଗଠନ ବିକ୍ଷୋଭ କରିବାକୁ ରାଜଧାନୀ ଅଭିମୁଖେ ବାହାରିଛନ୍ତି।  ଫଳରେ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଅସମ୍ଭବ ଟ୍ରାଫିକ ଜାମ୍‌ ସମସ୍ୟା ଆରମ୍ଭ ହୋଇଗଲାଣି।  ଅବସ୍ଥା ଏପରି ଅସମ୍ଭାଳ ହୋଇ ପଡ଼ିଲାଣି ଯେ ଗୋଟିଏ କିଲୋମିଟର ଅତିକ୍ରମ କରିବାକୁ ବାହନମାନଙ୍କୁ ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଲାଗୁଛି।  

Advertisment

ଗୋଟିଏ ପଟେ ଚାଷୀଙ୍କ ଧାରଣା ଅନ୍ୟପଟେ ଟ୍ରାଫିକ୍ ଜାମ୍। ହଜାର ହଜାର ଚାଷୀ ନିଜ ଟ୍ରାକ୍ଟର ଧରି ଦିଲ୍ଲୀ ସୀମାରେ ପହଞ୍ଚି ସାରିଛନ୍ତି। ସେମାନଙ୍କୁ ରୋକିବାକୁ ପୁଲିସ୍ ଫୋର୍ସ ବି କଡ଼ା ସୁରକ୍ଷା ବଳୟ ଭିତରେ ମୁତୟନ ହୋଇଛନ୍ତି। ମାତ୍ର ଏହାର ସିଧା ପ୍ରଭାବ ଦିଲ୍ଲୀ ଟ୍ରାଫିକ୍ ଉପରେ ପଡ଼ିଛି। କିଲୋମିଟର ବ୍ୟାପି ରାସ୍ତାରେ ଗାଡ଼ିଗୁଡ଼ିକ ଫସି ଜାମ୍‌ ହୋଇ ଯାଇଛନ୍ତି। ଫଳରେ ବହୁ ଲୋକ ବି ଘଣ୍ଟା ଘଣ୍ଟା କାଳ ଟ୍ରାଫିକ୍‌ ଜାମରେ ଫସି ରହିଛନ୍ତି।

ଚାଷୀଙ୍କ ପାଇଁ ଦିଲ୍ଲୀକୁ ନୋ- ଏଣ୍ଟ୍ରି କରାଯାଇଛି। ଏଥିପାଇଁ ତ୍ରିସ୍ତରୀୟ ବ୍ୟାରିକେଡ୍ କରାଯାଇଥିବା ବେଳେ ଦିଲ୍ଲୀରେ ଯେପରି କେହି ବି ବିକ୍ଷୋଭକାରୀ ପହଞ୍ଚି ପାରିବେନି ସେ ନେଇ ବ୍ୟବସ୍ଥା ହୋଇଛି। ସେପଟେ ଏହାର ସିଧା ପ୍ରଭାବ ଦିଲ୍ଲୀ ଟ୍ରାଫିକ୍ ଉପରେ ପଡ଼ିଛି। ନୋଏଡ଼ା ରାସ୍ତାରେ ଅସମ୍ଭବ ଭିଡ଼ ହୋଇଛି । କିଲୋମିଟର ବ୍ୟାପୀ ଗାଡ଼ିମାନଙ୍କର ଲମ୍ବା ଲାଇନ୍ ଲାଗିଛି।

Advertisment

ସୀମା ସିଲ୍‌ ହେବା କାରଣରୁ ଗୁରଗ୍ରାମ ଓ ନୋଏଡ଼ାରେ ପ୍ରବଳ ଟ୍ରାଫିକ୍‌ ଜାମ ହୋଇଛି। ନ୍ୟାଶନାଲ ହାଇୱେ ୪୮ ରେ ଲମ୍ବା ଜାମ୍‌ ହୋଇଛି । ପ୍ରାୟ ୧୧ କିମି ବ୍ୟାପି ପର୍ଯ୍ୟନ୍ତ ବାହନ ପଛକୁ ପଛ ଲାଗି ରହିଛି। ଗୋଟିଏ କିଲୋମିଟର ଅତିକ୍ରମ କରିବାକୁ ବାହନମାନଙ୍କୁ ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଲାଗୁଛି।  ଫଳରେ ଗାଡ଼ିରେ ଥିବା ଲୋକେ ଅସ୍ତବ୍ୟସ୍ତ ହୋଇ ପଡ଼ୁଥିବା ବେଳେ ବାହାରିବାକୁ ବାଟ ପାଉ ନାହାନ୍ତି। 

ଦିଲ୍ଲୀ- ଗୁରଗ୍ରାମ ବର୍ଡରରେ ଦିଲ୍ଲୀ ପୁଲିସ୍‌ ଚାଷୀଙ୍କୁ ରୋକିବାକୁ ବ୍ୟାରିକେଟ ଲଗାଇ ରଖିଛି। ଦିଲ୍ଲୀରେ ପ୍ରବେଶ କରୁଥିବା ବାହନମାନଙ୍କର କଡ଼ାକଡ଼ି ଚେକିଂ କରାଯାଉଛି। ଚେକିଂ ପରେ ହିଁ ଗାଡ଼ିଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ମିଳୁଛି।

ଏହାବାଦ ମେରଠରୁ ଦିଲ୍ଲୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ମଧ୍ୟ ବହୁ କିମି ପର୍ଯ୍ୟନ୍ତ ଜାମ୍‌ ହୋଇ ରହିଛି। ଦିଲ୍ଲୀମୁହାଁ ଚାଷୀଙ୍କୁ ରୋକିବା ନିମନ୍ତେ ଗାଜିପୁର ବର୍ଡରରେ ରାସ୍ତାରେ ଉପରେ ଲୁହାର କିଳା ବିଛା ଯାଇଛି ।

ବିଭିନ୍ନ ଦାବି ପୂରଣ ନିମନ୍ତେ ଦିଲ୍ଲୀ ମୁହାଁ ହୋଇଛନ୍ତି ପ୍ରାୟ ୨୦ ହଜାର ଚାଷୀ। ଏଥିପାଇଁ ଦିଲ୍ଲୀ ସୀମାକୁ ବିଭିନ୍ନ ସ୍ଥାନରେ ବନ୍ଦ କରିଦିଆଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି। ଦିଲ୍ଲୀ-ଉତ୍ତପ୍ରଦେଶ ସୀମାରେ ୧୪୪ ଧାରି ଜାରି କରି ସୁରକ୍ଷା କଡାକଡି କରାଯାଇଛି।

ଗତକାଲି କେନ୍ଦ୍ର ସରକାର ଓ ଚାଷୀ ସଂଗଠନ ମଧ୍ୟରେ ହୋଇଥିବା ଆଲୋଚନାରେ ବାହାରିଲାନି ସମାଧାନର ବାଟ । ଏମଏସପି ଓ କୃଷି ଓ କୃଷକଙ୍କ ସୁରକ୍ଷା ନେଇ ଆଇନ୍ ଆଣିବାକୁ ଦାବି କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚା।

Delhi Farmer Protest Delhi Chalo