Advertisment

ଦୁଇ ଭାଗ ହେଲା ଟ୍ରେନ୍‌, ଇଞ୍ଜିନରୁ ଅଲଗା ହୋଇଗଲା ଏସି ବଗି

ଟ୍ରେନରେ ମୋଟ ୨୨ଟି କୋଚ୍‌ରୁ ୮ଟି କୋଚ୍‌ ଇଞ୍ଜିନଠାରୁ ଅଲଗା ହୋଇଯାଇଛି।

author-image
Madhupriya Mistry
Train Accident

Train Accident

ରେଳ ଟ୍ରାକ୍‌ ଉପରେ ଦୁଇ ଭାଗ ହୋଇଗଲା ଟ୍ରେନ୍‌। ଇଞ୍ଜିନରୁ ଅଲଗା ହୋଇଗଲା ଏସି ବଗି। ବଡ଼ ଧରଣର ଦୁର୍ଘଟଣା ଘଟିବା ପୂର୍ବରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଉତ୍ତରପ୍ରଦେଶର ବିଜନୋରରେ କିସାନ ଏକ୍ସପ୍ରେସ ଟ୍ରେନରେ ଘଟିଛି ଏଭଳି କିଛି ଘଟଣା।

Advertisment

କିସାନ ଏକ୍ସପ୍ରେସ ଟ୍ରେନ ଫିରୋଜପୁରରୁ ଧାନବାଦକୁ ଯାଉଥିଲା। ତେବେ ଆଜି ଭୋର ୪ଟା ବେଳେ ଏହି ଟ୍ରେନ୍‌ଟି ଯେତେବଳେ ବିଜନୋରର ସୌହାରା ରେଳ ଷ୍ଟେସନରୁ ଆଗକୁ ବଢ଼ିଥିଲା ସେତେବେଳେ ଏହା ଦୁଇ ଭାଗ ହୋଇଯାଇଥିଲା। ଟ୍ରେନରେ ମୋଟ ୨୨ଟି କୋଚ୍‌ରୁ ୮ଟି କୋଚ୍‌ ଇଞ୍ଜିନଠାରୁ ଅଲଗା ହୋଇଯାଇଥିଲା।

ତେବେ ଟ୍ରେନ୍‌ଟି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସେପଟେ ଖବର ପାଇ ରେଳ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Advertisment

ଘଟଣାସ୍ଥଳରେ ଥିବା ଜଣେ ରେଳ ଅଧିକାରୀଙ୍କ କହିବା ମୁତାବକ, ଇଞ୍ଜିନ ସହିତ ଲାଗି ରହିଥିବା ବଗି ଆଗକୁ ବଢ଼ିଛି କିନ୍ତୁ ରେଳ ଟ୍ରାକ୍‌ ଉପରେ କିଛି ଦୂର ଦୌଡିବା ପରେ ଅଲଗା ହୋଇଥିବା ଆଠଟି ଏସି ବଗି ଅଟକି ରହିଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣା ପରେ ମଧ୍ୟ ଟ୍ରେନର ଉଭୟ ଅଂଶ ସୁରକ୍ଷିତ ଅଛି। ଟ୍ରେନରେ ବସିଥିବା ସମସ୍ତ ଯାତ୍ରୀଙ୍କ କୌଣସି କ୍ଷତି ହୋଇ ନାହିଁ। ତେବେ କେଉଁ କାରଣ ଯୋଗୁ ଏହି ଦୁର୍ଘଟଣା ଘଟିଲା ତା'ର ଯାଞ୍ଚ ଜାରି ରହିଛି।

ସେପଟେ ରେଲଓ୍ୱେ ପୁଲିସ ତୁରନ୍ତ ଚାରିଟି ବସ୍ ଡାକି ୟୁପି ପୁଲିସ୍ ନିଯୁକ୍ତି ପରୀକ୍ଷା ଦେବା ପାଇଁ ଯାଉଥିବା ପରୀକ୍ଷାର୍ଥୀଙ୍କୁ ବରେଲି ପଠାଇଛି। ଅନ୍ୟପକ୍ଷରେ ରେଳ ଅଧିକାରୀମାନେ ଟ୍ରେନର ଅବଶିଷ୍ଟ କୋଚ୍‌କୁ ସୌହାରା ରେଳ ଷ୍ଟେସନକୁ ପଠାଇଛନ୍ତି।

Train Accident Indian Railway Uttar Pradesh