ଉଛୁଳା ନଦୀ ପାର୍ ହେଉଥିବା ବେଳେ ଓଲଟି ପଡ଼ିଲା ଟ୍ରାକ୍ଟର। ଆଉ ପାଣି ସ୍ରୋତରେ ଭାସିଗଲେ ପ୍ରାୟ ୮ଜଣ। ସେମାନଙ୍କୁ ଖୋଜିବା ନିମନ୍ତେ ରେସକ୍ୟୁ ଅପରେସନ ଆରମ୍ଭ ହୋଇଥିବା ବେଳେ ସେମାନଙ୍କ ପତ୍ତା ମିଳୁ ନ ଥିବା ଜଣାଯାଇଛି। ଏପରି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲା ଇଚଲକରଞ୍ଜି ନିକଟରେ ଘଟିଛି।
ଆଜି ପ୍ରାୟ ୮ ଜଣ ଏକ ଟ୍ରାକ୍ଟରରେ ବସି ଇଚଲକରଞ୍ଜି ନିକଟରେ ପ୍ରବାହିତ ହେଉଥିବା କ୍ରୀଷ୍ଣାନଦୀର ଏକ ପୋଲ ଅତିକ୍ରମ କରୁଥିଲେ। ଉକ୍ତ ସମୟରେ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଫଳରେ ପାଣିର ପ୍ରଖର ସ୍ରୋତରେ ଶ୍ରମିକମାନେ ଭାସି ଯାଇଛନ୍ତି।
ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ରେସକ୍ୟୁ ପାଇଁ NDRF ଟିମ୍ ପହଞ୍ଚିଥିବା ଜଣାଯାଇଛି। ତେବେ ଦୀର୍ଘ ସମୟ ଖୋଜାଖୋଜି ପରେ ବି ନିଖୋଜଙ୍କ ସନ୍ଧାନ ମିଳି ପାରିନି।
Also Read
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କଥା ଦେଲେ ଦିସାନାୟକେ: କହିଲେ- ଭାରତ ବିରୋଧରେ ବ୍ୟବହାର ହେବନି ଶ୍ରୀଲଙ୍କାର ମାଟି
ଶ୍ରୀଲଙ୍କା ଉପରେ ଚାଇନାର ଦବଦବା ବଢ଼ୁଥିଲେ ହେଁ ଭାରତ ବିରୋଧରେ ସିଂହଳ ଦେଶର ଇଞ୍ଚିଏ ମାଟିକୁ କେହି ବ୍ୟବହାର କରିପାରିବେ ନାହିଁ। ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା କୌଣସି ତତ୍ତ୍ୱକୁ ଶ୍ରୀଲଙ୍କାର ମାଟି କେବେ ହେଲେ ବ୍ୟବହାର କରିବାକୁ ଦିଆଯିବ ବୋଲି ଦିସାନାୟକେ କହିଛନ୍ତି।
National
ଭିକାରୀଙ୍କୁ ଭିକ ଦେଲେ ପୁଲିସ୍ କେସ୍ରେ ଫସିବେ, ନୂଆ ବର୍ଷରୁ ନୂଆ ନିୟମ
ଯଦି କେହି ଭିକାରୀଙ୍କୁ ନୂଆ ବର୍ଷ ଠାରୁ ଭିକ ଦିଅନ୍ତି, ତା’ହେଲେ ସେମାନଙ୍କ ନାଁରେ ଏଫଆଇଆର ରୁଜୁ କରାଯିବ।
Politics
EVMକୁ ନେଇ ବଢ଼ିଲା ଇଣ୍ଡିଆ ବ୍ଲକରେ ଫାଟ: ଏଥର କଂଗ୍ରେସକୁ ଘେରିଲା TMC
ଇଭିଏମ ହ୍ୟାକ କରି ବିଜେପି ନିର୍ବାଚନରେ ଜିତୁଥିବା କଂଗ୍ରେସ ବାରମ୍ବାର ଅଭିଯୋଗ କରି ଆସୁଛି। ହେଲେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ତିଆ ବ୍ଲକରେ ଥିବା ଗୋଟିଏ ପରେ ଗୋଟିଏ ଦଳ ଏହା ବିରୋଧରେ ମତ ରଖିବାରେ ଲାଗିଛନ୍ତି।
National
ପ୍ରଦୂଷଣ ପୂରା ଭାରତର ସମସ୍ୟା: ପ୍ରଦୂଷିତ ସହରଗୁଡ଼ିକର ତାଲିକା ମାଗିଲେ ସୁପ୍ରିମକୋର୍ଟ
ଦିଲ୍ଲୀ-ଏନସିଆରରେ ବାୟୁର ଗୁଣବତ୍ତାକୁ ଯାଞ୍ଚ କରିବା ସହ ଏଥିରେ ସୁଧାର ଆଣିବା ପାଇଁ ଗଠନ ହୋଇଥିବା ବାୟୁ ଗୁଣବତ୍ତା ପରିଚାଳନା କମିଶନ ଭଳି ସଂସ୍ଥା ସବୁ ରାଜ୍ୟ ପାଇଁ ପ୍ରତିଷ୍ଠା କରାଯାଇ ପାରେ ବୋଲି ମଧ୍ୟ କୋର୍ଟ ମତ ରଖିଛନ୍ତି।
Politics
ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ଧରି ସଂସଦରେ ପହଞ୍ଚିଲେ ପ୍ରିୟଙ୍କା, ଏମିତି କହିଲା ବିଜେପି
ବିଜେପି ଏହାକୁ ତୁଷ୍ଟୀକରଣ ପାଇଁ ଉଦ୍ୟମ ବୋଲି କହି ତାଚ୍ଛଲ୍ୟ କରିଥିବା ବେଳେ ଏହାର ଜବାବ ପ୍ରିୟଙ୍କା ଗାନ୍ଧି ଦେଇଛନ୍ତି।