Advertisment

କୋଲକାତା ଲଜ୍ଜା: ଆନ୍ଦୋଳନକୁ ଓହ୍ଲାଇବ ସର୍ବଭାରତୀୟ ରେସିଡେଣ୍ଟ ଡାକ୍ତର ସଂଘ

ମୃତ ଟ୍ରେନିଂ ଡାକ୍ତରୀ ଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ ଅନୁକମ୍ପା ରାଶି ପ୍ରଦାନ ସହ ଘଟଣାର ତଦନ୍ତ କରି ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବା ସହ ସମସ୍ତ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇବାକୁ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର ସଂଘ।

Doctor Protest

Doctor Protest

Advertisment

କୋଲକାତା ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତେଜୁଛି ଆନ୍ଦୋଳନ। ଜୁନିୟର ଡାକ୍ତରଙ୍କ ପକ୍ଷରୁ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ, ଆଜି ଆନ୍ଦୋଳନକୁ ଓହ୍ଲାଇବ ସର୍ବଭାରତୀୟ ରେସିଡେଣ୍ଟ ଡାକ୍ତର ସଂଘ।

Advertisment

ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ ବା FORDA ପକ୍ଷରୁ ଗତକାଲି ଏକ ବୈଠକ ବସିଥିଲେ। ଏଥିରେ ସାରା ଦେଶରେ ରେସିଡେଣ୍ଟ ଡକ୍ଟର ଆନ୍ଦୋଳନରେ ଯୋଗ ଦେବାକୁ ଆହ୍ୱାନ ଦିଆଯାଇଛି। ମାମଲାର ସିବିଆଇ ତଦନ୍ତ, ଫାଷ୍ଟଟ୍ରାକ୍ କୋର୍ଟରେ ଶୁଣାଣି, RG କର ମେଡିକାଲ କଲେଜର ପ୍ରିନ୍ସିପାଲଙ୍କୁ ହଟାଇବା ଏବଂ ଏକ କେନ୍ଦ୍ରୀୟ ସୁରକ୍ଷା ଆଇନ କମିଟି ଗଠନ ଦାବି ରଖିଛି FORDA।

ମୃତ ଟ୍ରେନିଂ ଡାକ୍ତରୀ ଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ ଅନୁକମ୍ପା ରାଶି ପ୍ରଦାନ ସହ ଘଟଣାର ତଦନ୍ତ କରି ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବା ସହ ସମସ୍ତ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇବାକୁ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର ସଂଘ। ଏହା ଭିତରେ ଘଟଣାରେ ପୁଲିସ ସଂଜୟ ରାୟ ନାମକ ଅଭିଯୁକ୍ତକୁ ଗିରଫ କରିଛି।

Advertisment

ପଶ୍ଚିମବଙ୍ଗ ସରକାରଙ୍କ ଅଧିନରେ ଥିବା ଏହି ହସ୍ପିଟାଲରେ ସଞ୍ଜୟ ଜଣେ ସିଭିକ୍ ଭଲ୍ୟୁଣ୍ଟର ଭାବେ କାମ କରୁଥିଲା। ସେହି କାରଣରୁ ହସ୍ପିଟାଲ ଭିତରକୁ ତା'ର ଅବାଧ ପ୍ରବେଶ ଥିଲା। ସଞ୍ଜୟ ୪ ଥର ବିବାହ କରିଥିବା ବେଳେ ତା'ର ବ୍ୟବହାରରେ ଅତିଷ୍ଠ ହୋଇ ତିନି ଜଣ ପତ୍ନୀ ତାକୁ ଛାଡ଼ପତ୍ର ଦେଇଛନ୍ତି।

ଘଟଣା ଦିନ ସଂଜୟ ଅଶ୍ଳୀଳ ଫିଲ୍ମ ଦେଖିବା ପରେ ଏଭଳି ପିଶାଚିକ କାଣ୍ଡ ଘଟାଇଥିବା ପୁଲିସ ଜାଣିବାକୁ ପାଇଛି। ଅପରପକ୍ଷେ ଏହି ଘଟଣାରେ ପଶ୍ଚିମବଙ୍ଗ ସରକାର ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟଙ୍କୁ ପଦରୁ ହଟାଇଦେଇଛନ୍ତି। ଏଥିସହ ଫିଜିଓଲଜି ପ୍ରଫେସର ଡକ୍ଟର ବୁଲବୁଲ ମୁଖପାଧ୍ୟାୟଙ୍କୁ ନୂଆ ସୁପରିଟେଣ୍ଡେଣ୍ଟ କମ୍ ଭାଇସ୍-ପ୍ରିନ୍ସିପାଲ ଭାବେ ନିଯୁକ୍ତ କରିଛନ୍ତି ।

Doctor Protest Kolkata Doctor Rape And Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe