Advertisment

କୋଲକାତା ଲଜ୍ଜା: ଆମରଣ ଅନଶନରେ ଜୁନିଅର ଡାକ୍ତର

ମମତା ସରକାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ସେମାନଙ୍କ ଦାବି ପୂରଣ କରିନାହାଁନ୍ତି ବୋଲି ଜୁନିଅର ଡାକ୍ତରମାନେ ଅଭିଯୋଗ ଆଣିଛନ୍ତି।

ଅଦ୍ୟତନ ହୋଇଛି
Doctor Protest

Doctor Protest

Advertisment

କୋଲକାତା ଆରଜି କର ମେଡିକାଲ କଲେଜର ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜୁନିଅର ଡାକ୍ତରମାନେ ଏବେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ମମତା ସରକାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ସେମାନଙ୍କ ଦାବି ପୂରଣ କରିନାହାଁନ୍ତି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି।

Advertisment

ଶୁକ୍ରବାର ଧର୍ମତାଲାର ଡୋରିନା କ୍ରସିଂରେ ଧାରଣ ଆରମ୍ଭ କରିଥିଲେ ଜୁନିଅର ଡାକ୍ତର। ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଦାବି ପୂରଣ ପାଇଁ ୨୪ ଘଣ୍ଟାର ସମୟସୀମା ନିର୍ଧାରଣ କରିଥିଲେ। ହେଲେ ସରକାର ସମୟସୀମା ମଧ୍ୟରେ ଦାବି ପୂରଣ କରିନଥିବାରୁ ଆମରଣ ଅନଶନରେ ବସିବା ନେଇ ଜୁନିଅର ଡାକ୍ତରମାନେ ନିଷ୍ପତ୍ତି ନେଇଛନ୍ତି।

ଆମରଣ ଅନଶନରେ ବସିଥିବା ଜଣେ ଜୁନିଅର ଡାକ୍ତର କହିଛନ୍ତି, 'ରାଜ୍ୟ ସରକାର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି। ତେଣୁ ଆମର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନଶନ ଆରମ୍ଭ କରୁଛୁ। ପ୍ରତିଶ୍ରୁତି ଅନୁଯାୟୀ ଆମେ କାମକୁ ଫେରିବୁ, କିନ୍ତୁ କିଛି ଖାଇବୁ ନାହିଁ।'

Advertisment

ବର୍ତ୍ତମାନ ୬ ଜଣ ଜୁନିଅର ଡାକ୍ତର ଆମରଣ ଅନଶନ ଆରମ୍ଭ କରିଛନ୍ତି। ପରେ ପରେ ଅନ୍ୟ ଡାକ୍ତର ମାନେ ଏଥିରେ ସାମିଲ ହେବେ। ସ୍ୱଚ୍ଛତା ବଜାୟ ରଖିବାକୁ ମଞ୍ଚରେ CCTV କ୍ୟାମେରା ଲଗାଯାଇଛି।

କହିରଖୁ ଯେ, ସେପ୍ଟେମ୍ବର ୧୭ ତାରିଖରେ ଜୁନିଅର ଡାକ୍ତର ଓ ମମତା ସରକାରଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ଏଥିରେ ଜୁନିଅର ଡାକ୍ତରଙ୍କ ସମସ୍ତ ଦାବିକୁ ମାନିନେଇଲେ ଦିଦି। ଦାବି ଅନୁଯାୟୀ

ଡାକ୍ତରୀ ଶିକ୍ଷା ନିର୍ଦ୍ଦେଶକ ଏବଂ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକଙ୍କୁ ହଟାଇ ଦିଆଯାଇଛି। ଏହା ସହିତ କୋଲକାତା ସିପି ବିନିତ ଗୋୟଲଙ୍କୁ ମଧ୍ୟ ତାଙ୍କ ପଦରୁ ହଟାଇ ଦିଆଯାଇଥିଲା। ଡାକ୍ତରମାନେ ମମତା ସରକାରଙ୍କ ନିକଟରେ ପାଞ୍ଚଟି ଦାବି କରିଥିଲେ। ସେଥିମଧ୍ୟରୁ ତିନୋଟି ସରକାର ଗ୍ରହଣ କରିଥିଲେ। ଏହାର କିଛି ଦିନ ପରେ ଡାକ୍ତରମାନେ ବିରୋଧ ବନ୍ଦ କରିଥିଲେ। ତେବେ ଆଉ ଦୁଇଟି ଦାବି ପୂରଣ ହୋଇନଥିବାରୁ ଡାକ୍ତରମାନେ ପୁଣି ବିରୋଧ ଆରମ୍ଭ କରିଛନ୍ତି।

Mamata Banerjee Kolkata Doctor Murder Case Junior Doctor Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe