Advertisment

କୋଲକାତା ହରର୍‌: ଅଭିଯୁକ୍ତର ହେବ ସାଇକୋଲଜିକାଲ ଟେଷ୍ଟ

ଏହି ଟେଷ୍ଟ ଜରିଆରେ ଅଭିଯୁକ୍ତର ଅନେକ ରହସ୍ୟର ଖୁଲାସା ହୋଇପାରିବ ବୋଲି କୁହାଯାଉଛି।

ଅଦ୍ୟତନ ହୋଇଛି
Kolkata Case

Kolkata Case

Advertisment

କୋଲକାତା ଦୁଷ୍କର୍ମ ଓ ହତ୍ୟା ପଛର ଅସଲ କାରଣ ଖୋଜୁଛି CBI। ଅଭିଯୁକ୍ତ ସଞ୍ଜୟ ରାୟର ହେବ ସାଇକୋଲଜିକାଲ୍ ଟେଷ୍ଟ। ଏଥିପାଇଁ ସିବିଆଇର CFSL ଟିମ୍‌ ଟେଷ୍ଟ କରିବା ପାଇଁ କୋଲକାତା ପହଞ୍ଚି ସାରିଛନ୍ତି।

Advertisment

ସିବିଆଇ ଅଭିଯୁକ୍ତ ସଞ୍ଜୟର ମାନସିକ ଅବସ୍ଥାକୁ ଯାଞ୍ଚ କରିବ। ତା'ସହ ସିବିଆଇ ସେମିନାର୍ ହଲର 3D ଲେଜର୍ ସ୍କାନ୍ କରିଛି। ଘଟଣା ଦିନ କ୍ରାଇମ୍ ସିନ୍-ସେମିନାର୍ ହଲରେ କେତେ ଜଣ ବ୍ୟକ୍ତି ଥିଲେ ସେ ଦିଗରେ ମଧ୍ୟ ତଦନ୍ତ କରିଛି।

ସୂତ୍ର ଅନୁସାରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ଫୋନରୁ ଅନେକ ଆପତ୍ତିଜନକ କଣ୍ଟେଣ୍ଟ ଏବଂ ଭିଡିଓ ମିଳିଛି। ଏଭଳି ପରିସ୍ଥିତିରେ ଯାଞ୍ଚ ଏଜେନ୍ସି ଅଭିଯୁକ୍ତର ମାନସିକ ସ୍ଥିତି ଜାଣିବାକୁ ଚେଷ୍ଟା କରୁଛନ୍ତି, ଯାହାଫଳରେ ଦୁଷ୍କର୍ମ ଓ ହତ୍ୟା ପଛର କାରଣ ଖୋଜି ବାହାର କରାଯାଇପାରିବ। ଏଥିସହ ଏହି ଟେଷ୍ଟ ଜରିଆରେ ଅଭିଯୁକ୍ତର ଅନେକ ରହସ୍ୟ ଉପରୁ ମଧ୍ୟ ପରଦା ଉଠିପାରେ ବୋଲି ବିଶ୍ୱାସ କରାଯାଉଛି। 

Advertisment

ଏହା କେବଳ ଦୁଷ୍କର୍ମ ନୁହେଁ ଗଣ ଦୁଷ୍କର୍ମ ନେଇ ପରିବାରଲୋକେ ଆଣିଥିବା ଅଭିଯୋଗ ଉପରେ ତଦନ୍ତ କରୁଛି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିକେସନ୍ ତଥା ସିବିଆଇ। ପ୍ରତିଦିନ ନୂଆ ନୂଆ ତଥ୍ୟ ଅନେକ ଘଟଣା ଉପରୁ ପରଦା ହଟାଉଛି।

ସେପଟେ କୋଲକାତା RG କର୍ ମେଡିକାଲ ସମ୍ମୁଖରେ ଡାକ୍ତର ଓ ସାଧାରଣ ଲୋକେ ଏବେ ବି ଧାରଣାରେ ବସିଛନ୍ତି। ଉପଯୁକ୍ତ ତଦନ୍ତ ସହ ଅସଲ ଅଭିଯୁକ୍ତକୁ ଗିରଫ କରି ତାକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ଲୋକେ।

CBI Kolkata Rape-Murder Case Psychoanalysis Test
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe