Advertisment

ହନୁମାନ ଜୟନ୍ତୀ ପାଇଁ କୋଲକାତାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ହନୁମାନ ଜୟନ୍ତୀ ପାଳନ ବେଳେ ପୂର୍ବଭଳି ଯେମିତି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ଗତକାଲି କଲିକତା ହାଇକୋର୍ଟ ସାବଧାନ କରି ଦେଇଥିଲେ।

police

police

Advertisment

ରାମ ନବମୀ ଅବସରରେ ବେଙ୍ଗଲରେ ଗୋଷ୍ଠୀ ସଂଘର୍ଷ ଘଟି ହିଂସା ଉପୁଜିବା ପରେ ହନୁମାନ ଜୟନ୍ତୀ ପାଇଁ ସତର୍କମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ହନୁମାନ ଜୟନ୍ତୀ ପାଳନ ବେଳେ ପୂର୍ବଭଳି ଯେମିତି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ଗତକାଲି କଲିକତା ହାଇକୋର୍ଟ ସାବଧାନ କରି ଦେଇଥିଲେ। ଫଳରେ ଶାନ୍ତି ଶୃଙ୍ଖଳାର ସହ ହନୁମାନ ଜୟନ୍ତୀ ପାଳନ ଲାଗି ଆଜି କୋଲକାତା ପୁଲିସ ସହରର ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କଲିକତା ହାଇକୋର୍ଟଙ୍କ ଆଦେଶକ୍ରମେ ହୁଗୁଳି, ବାରାକ୍‌ପୁର୍‌ ଏବଂ କୋଲ୍‌କାତା କମିସନ୍‌ରେଟ୍‌ରେ ପଶ୍ଚିମବଙ୍ଗ ସରକାର ପାରାମିଲିଟାରି ଫୋର୍ସ ମୁତୟନ କରାଯାଇଛି।

Advertisment

ହନୁମାନ ଜୟନ୍ତୀ ପାଳନ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାରେ ରାଜ୍ୟ ପୁଲିସକୁ ସହାୟତା କରିବାକୁ କେନ୍ଦ୍ରୀୟ ବଳ ବ୍ୟବସ୍ଥା କରିବା ଲାଗି ବୁଧବାର ଦିନ କଲିକତା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ତେଣୁ ସମ୍ବେଦନଶୀଳ ଅଞ୍ଚଳରେ ବିପୁଳ ସଂଖ୍ୟକ ରାଜ୍ୟ ପୁଲିସ ଫୋର୍ସ ମୁତୟନ କରାଯାଇଛି। ତା’ଛଡ଼ା, କୋଲ୍‌କାତା, ହୁଗୁଳି ଏବଂ ବାରାକ୍‌ପୁର୍‌ କମିସନ୍‌ରେଟ୍‌ରେ ୩ କମ୍ପାନି ପରାମିଲିଟାରି ଫୋର୍ସ ମୁତୟନ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି।ହନୁମାନ ଜୟନ୍ତୀ ମହୋତ୍ସବ ନିମନ୍ତେ ନିର୍ଦ୍ଧାରିତ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିବାକୁ ଥିବା ସ୍ୱେଚ୍ଛାସେବୀମାନଙ୍କର ତାଲିକା ସ୍ଥାନୀୟ ଥାନାରେ ଦାଖଲ କରାଯିବା ପାଇଁ ମଧ୍ୟ ବୁଧବାର ଦିନ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ସ୍ଥିର କରାଯାଇଛି।

ପୁଲିସ ସମସ୍ତଙ୍କୁ ପରିଚୟ ପତ୍ର ଦେବ। ବିନା ପରିଚୟ ପତ୍ରରେ କେହି ଶୋଭାଯାତ୍ରାରେ ଭାଗ ନେଇପାରିବେ ନାହିଁ। ସେହିପରି, ଆଜି ହେବାକୁ ଥିବା ଶୋଭାଯାତ୍ରାରେ ୧୦୦ରୁ ଅଧିକ ଲୋକଙ୍କୁ ଭାଗ ନେବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଜଣାପଡ଼ିଛି।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe