Advertisment

ରାଜ୍ୟପାଳଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ, ତଦନ୍ତ କରିବ ସ୍ୱତନ୍ତ୍ର ଟିମ୍‌

ପୁଲିସ ରାଜଭବନର ସିସିଟିଭି ଫୁଟେଜ ମଧ୍ୟ ମାଗିଛି।

Governor Ananda Bose

Governor Ananda Bose

Advertisment

ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷଙ୍କ ବିରୋଧ ଜଣେ ମହିଳା ଅସଦାଚରଣ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସେପଟେ ଏହି ମାମଲରେ ରାଜନୈତିକ ହଲ୍‌ଚଲ ମଧ୍ୟ ବଢ଼ି ଯାଇଛି। ଏହାରି ଭିତରେ ପଶ୍ଚିମବଙ୍ଗ ସରକାର ଆକ୍ସନ ମୁଡ୍‌କୁ ଆସିଛନ୍ତି। ଏହି ମାମଲାର ତଦନ୍ତ କରିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ସେପଟେ ପୁଲିସ ରାଜଭବନର ସିସିଟିଭି ଫୁଟେଜ ମଧ୍ୟ ମାଗିଛି।

Advertisment

କୋଲକାତା ପୁଲିସର ସେଣ୍ଟ୍ରାଲ୍ ଡିଭିଜନ୍ ଡେପୁଟି କମିଶନର (ଡିସି) ଇନ୍ଦିରା ମୁଖାର୍ଜୀ କହିଛନ୍ତି, 'ରାଜ୍ୟପାଳଙ୍କ ବିରୋଧରେ ଅସଦାଚରଣ ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ ଏକ ତଦନ୍ତକାରୀ ଟିମ୍‌ ଗଠନ କରାଯାଇଛି। ଆଗାମୀ କିଛି ଦିନ ମଧ୍ୟରେ କିଛି ସାକ୍ଷୀଙ୍କ ସହ ମଧ୍ୟ ଆଲୋଚନା କରାଯିବ। ସିସିଟିଭି ଫୁଟେଜ୍ ପାଇଁ ମଧ୍ୟ ଏକ ଅନୁରୋଧ କରାଯାଇଛି।'

କହିରଖୁ, ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ଅସଦାଚରଣ କରିଥିବା ନେଇ ରାଜଭବନର ଜଣେ ଅସ୍ଥାୟୀ ମହିଳା କର୍ମଚାରୀ ଅଭିଯୋଗ କରିଥିଲେ। ଚାକିରିକୁ ସ୍ଥାୟୀ କରିଦେବାର ପ୍ରତିଶ୍ରୁତି ଦେଇ ରାଜ୍ୟପାଳ ତାଙ୍କ ସହ ଏପରି ଲଜ୍ଜାଜନକ କାଣ୍ଡ କରିଥିବା ମହିଳାଜଣକ ଅଭିଯୋଗ କରିଥିଲେ। ଏନେଇ ସେ ରାଜଭବନ ମଧ୍ୟରେ ଥିବା ପୁଲିସ୍‌ ପୋଷ୍ଟ ହାଉସରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ସେ ଦାବି କରିଛନ୍ତି ଯେ ରାଜ୍ୟପାଳ ତାଙ୍କୁ ଦୁଇଥର ନିର୍ଯାତନା ଦେଇଛନ୍ତି। ୨୪ ଏପ୍ରିଲରେ ପ୍ରଥମ ଥର ଏବଂ ପରେ ଗୁରୁବାର ସନ୍ଧ୍ୟାରେ। ମହିଳା ଅଭିଯୋଗ କରିଛନ୍ତି ଯେ ରାଜ୍ୟପାଳ ତାଙ୍କୁ ବାୟୋ-ଡାଟା ନେଇ ରାଜ ଭବନରେ ଥିବା ତାଙ୍କ ଚାମ୍ବରକୁ ଆସିବାକୁ କହିଥିଲେ। ଏହାପରେ ସେଠାରେ ତାଙ୍କ ସହ ସେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ମାତ୍ର ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ଏପରି ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିବା ସହ ଏହା ନିର୍ବାଚନୀ ଷଡଯନ୍ତ୍ର ବୋଲି କହିଛନ୍ତି। ଏହାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇ ଉଠିଛି।

ସୂଚନା ମୁତାବକ, ଅଭିଯୋଗ କରିଥିବା ଉକ୍ତ ମହିଳା ୨୦୧୯ ରୁ ରାଜ ଭବନରେ ଅସ୍ଥାୟୀ ଭାବରେ କାର୍ଯ୍ୟ କରୁଛନ୍ତି। ସେ ରାଜ ଭବନ କମ୍ପ୍ଲେକ୍ସରେ ଅବସ୍ଥିତ ଏକ ହଷ୍ଟେଲରେ ରୁହନ୍ତି।

West Bengal Governor Sexual Harassment Complaint
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe