Advertisment

'ନବାନ୍ନ ରାଲି': ବ୍ୟାରିକେଡ୍‌ ଭାଙ୍ଗି ଧସେଇ ପଶିଲେ ଛାତ୍ର, ପାଣି ମାଡ଼ କଲା ପୁଲିସ

ରାଜ୍ୟ ସଚିବାଳୟ ବାହାରେ ବ୍ୟାପକ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଛାତ୍ର ସଂଗଠନକୁ ଅଟକାଇବା ପାଇଁ ବ୍ୟାରିକେଡ୍‌ ସାଙ୍ଗକୁ, ଲୁହା, ବାଉଁଶ ଓ ବଡ଼ ବଡ଼ କଣ୍ଟେନର ରାସ୍ତା ଉପରେ ରଖି ସିଲ୍‌ କରାଯାଇଛି।

ଅଦ୍ୟତନ ହୋଇଛି
Nabanna Protest

Nabanna Protest

Advertisment

ଅଭୟାଙ୍କୁ ନ୍ୟାୟ ଦେବାକୁ ଆଜି ମମତାଙ୍କ ଗଡ଼ରେ ହୋଇଛି ମହା ବିକ୍ଷୋଭ। ଛାତ୍ର ସଂଗଠନର ଆନ୍ଦୋଳନ ବେଳେ ପୁଲିସ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ବ୍ୟାରିକେଡ୍ ଡେଇଁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ଛାତ୍ରଛାତ୍ରୀ। ଏତିକି ବେଳେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି। ଏମାନଙ୍କ ମୁକାବିଲା ଲାଗି ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି ମମତା ସରକାର। ଏହି ମାମାଲାରେ ଆଜି ଆଗୁଆ ୪ ଜଣ ଛାତ୍ରଙ୍କୁ ଅଟକ ରଖି ହେପାଜତକୁ ନିଆଯାଇଛି।

Advertisment

ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ପୁଲିସ ଲାଠି ଚାର୍ଜ କରିଛି। କେବଳ ସେତିକି ନୁହେଁ ପାଣି ମାଡ଼ କରିବା ସହ ଲୁହ ବୁହା ଗ୍ୟାସ୍‌ ମଧ୍ୟ ପ୍ରୟୋଗ କରିଛି। ରାଜ୍ୟ ସଚିବାଳୟ ବାହାରେ ବ୍ୟାପକ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଛାତ୍ର ସଂଗଠନକୁ ଅଟକାଇବା ପାଇଁ ବ୍ୟାରିକେଡ୍‌ ସାଙ୍ଗକୁ, ଲୁହା, ବାଉଁଶ ଓ ବଡ଼ ବଡ଼ କଣ୍ଟେନର ରାସ୍ତା ଉପରେ ରଖି ସିଲ୍‌ କରାଯାଇଛି।

ଛାତ୍ରମାନଙ୍କୁ ରୋକିବା ପାଇଁ କୋଲକାତା ପୁଲିସ୍‌ ଅନେକ ରାସ୍ତା ବନ୍ଦ କରି ଦେଇଛି। ଡ୍ରୋନ୍‌ ସହାଯ୍ୟରେ ବିଭିନ୍ନ ସ୍ଥାନ ଉପରେ ନଜର ରଖାଯାଇଛି। ପୁଲିସ୍‌ ଦ୍ୱାରା ଯେଉଁ ବାରିକେଡ୍‌ କରାଯାଇଛି ତାହାକୁ ବିକ୍ଷୋଭବାକରୀ ଛାତ୍ରମାନେ ଭାଙ୍ଗିବାରେ ଲାଗି ପଡ଼ିଛନ୍ତି।

Advertisment

ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଦୁଷ୍କର୍ମ-ହତ୍ୟା ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍ 'ନବାନ୍ନ' ଘେରାଉ ପାଇଁ ଏକାଠି ହୋଇଛନ୍ତି ହଜାର ହଜାର ଛାତ୍ରଛାତ୍ରୀ। ଟିଏମସି ସରକାର ବିରୋଧରେ ସବୁଠୁ ବଡ଼ ଆନ୍ଦୋଳନର ଡାକରା ଦେଇଛି ଛାତ୍ର ସଂଗଠନ। ବିନା କୌଣସି ରାଜନୈତିକ ବ୍ୟାନରରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ।

ଦୁଷ୍କର୍ମ ଓ ହତ୍ୟା ପୀଡ଼ିତାଙ୍କୁ ନ୍ୟାୟ, ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ ଓ ମମତାଙ୍କ ଇସ୍ତଫା ଭଳି ତିନୋଟି ଦାବି ନେଇ ରାସ୍ତାକୁ ଓହ୍ଲାଇ ଛାତ୍ର ସଂଗଠନ। ସେମାନଙ୍କ ଦାବି ପୂରା ନହେଲେ ଏହି ଅଭିଯାନ ଜାରି ରହିବ ବୋଲି ଛାତ୍ରମାନେ ଧମକ ଦେଇଛନ୍ତି।

ତେବେ ଶାସକ ଦଳ ତୃଣମୂଳ କଂଗ୍ରେସ ଏହି ପ୍ରଦର୍ଶନରେ ବିରୋଧୀର ହାତ ଥିବା ସନ୍ଦେହ କରୁଛି। ଟିଏମ୍‌ସିର କହିବା କଥା ହେଲା ବିରୋଧୀମାନେ ରାଜ୍ୟରେ ଅଶାନ୍ତି ଖେଳାଇବାକୁ ଚାହାନ୍ତି। ପରିସ୍ଥିତିକୁ ବଦଳାଇବା ପାଇଁ ବିରୋଧୀ ଏହି ବିରୋଧ ପ୍ରଦର୍ଶନକୁ ଇନ୍ଧନ ଯୋଗାଉଛି।

Kolkata Rape-Murder Case 'Nabanna Abhijan' Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe