Advertisment

ଅପରାଧ ପୂର୍ବରୁ ସୋନାଗାଚ୍ଛି ଯାଇଥିଲା ଦୁଷ୍କର୍ମ ଅଭିଯୁକ୍ତ ସଞ୍ଜୟ ରୟ!

ଅଗଷ୍ଟ ୯ରେ ହସ୍ପିଟାଲର ସେମିନାର ରୁମରୁ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ମୃତଦେହ ମିଳିବାର ୧୨ ଘଣ୍ଟା ମଧ୍ୟରେ ପୁଲିସ୍‌ ସଞ୍ଜୟ ରୟକୁ ଗିରଫ କରିଛି।

author-image
Hemant Lenka
Kolkata

Kolkata

ଦେଶକୁ ଦୋହଲାଇ ଦେଇଥିବା କୋଲକତା ହରର ଘଟଣାର ତଦନ୍ତ ଯେତିକି ବଢ଼ୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟର କଳା ପେଡ଼ି ସମ୍ପର୍କରେ ଆଉ ଏକ ରୋଚକ ତଥ୍ୟର ପର୍ଦ୍ଦାଫାସ ହୋଇଛି। 

Advertisment

ଅଗଷ୍ଟ ୯ରେ ହସ୍ପିଟାଲର ସେମିନାର ରୁମରୁ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ମୃତଦେହ ମିଳିବାର ୧୨ ଘଣ୍ଟା ମଧ୍ୟରେ ପୁଲିସ୍‌ ସଞ୍ଜୟ ରୟକୁ ଗିରଫ କରିଛି।

ତେବେ ସଞ୍ଜୟ ରୟ ତା’ର ଜଣେ ସିଭିକ ସ୍ୱେଚ୍ଛାସେବୀ ବନ୍ଧୁ ସହ ଅଗଷ୍ଟ ୮ ତାରିଖ ମଧ୍ୟରାତ୍ର ପରେ ରେଟ ଲାଇଟ ଅଞ୍ଚଳ ଭାବେ ପରିଚିତ ସୋନାଗାଚ୍ଛି ଯାଇଥିଲା। ସେଠାକୁ ଯିବା ପୂର୍ବରୁ ସେ ପ୍ରବଳ ମଦ ବି ପିଇଥିଲା।

Advertisment

ସୋନାଗାଚ୍ଛିରେ ପହଞ୍ଚିବା ପରେ ତା’ର ବନ୍ଧୁ ବେଶ୍ୟାଳୟକୁ ଭିତକୁ ଯାଇଥିଲା। ହେଲେ ସଞ୍ଜୟ ବାହାରେ ରହିଥିଲା। ରାତି ପ୍ରାୟ ୨ଟା ବେଳେ ସେମାନେ ଆଉ ଏକ ରେଡ ଲାଇଟ ଅଞ୍ଚଳ ଚେତଲା ଯାଇଥିଲେ। ସେଠାରେ ମଧ୍ୟ ସଞ୍ଜୟ ବାହାରେ ଛିଡ଼ା ହୋଇଥିଲା।

ସେଠାରୁ ଫେରିବେ ବେଳେ ରାସ୍ତାରେ ନିଶାସକ୍ତ ଅବସ୍ଥାରେ ଯାଉଥିବା ଜଣେ ମହିଳାଙ୍କୁ ସଞ୍ଜୟ କମେଣ୍ଟ ମାରିଥିଲା। ଏଥିସହ ଜଣେ ମହିଳାଙ୍କୁ ଫୋନ କରି ଉଲ୍ଲଗ୍ନ ଫଟୋ ମାଗିଥିଲା।

ଏତେ ସବୁ ଘଟଣା ପରେ ସଞ୍ଜୟର ବନ୍ଧୁ ଗୋଟିଏ ବାଇକ ଭଡ଼ା କରି ନିଜ ଘରକୁ ଚାଲି ଯାଇଥିଲେ। କିନ୍ତୁ ରାତି ପ୍ରାୟ ୩.୫୦ ବେଳେ ସଞ୍ଜୟ ଆରଜି କର ହସ୍ପିଟାଲର ଟ୍ରମା ୟୁନିଟ ପାଖରେ ବୁଲୁଥିବା ଦେଖିବାକୁ ମିଳିଥିଲା। ତା’କୁ ନିଶା ଏତେ ମାତ୍ରାରେ ହୋଇ ଯାଇଥିଲା ଯେ ସେ ଅପରେସନ ଥିଏଟରର କବାଡରେ ମଧ୍ୟ ପିଟି ହୋଇଯାଇଥିଲା।

ଭୋର ପ୍ରାୟ ୪.୦୩ରେ ସେ ହସ୍ପିଟାଲର ଏମର୍ଜେନ୍ସି ୱିଙ୍ଗ ପାଖକୁ ଆସିଥିଲା ଓ ସେଠାରୁ ସିଧା ତୃତୀୟ ମହଲାର ସେମିନାର ହଲକୁ ଚାଲି ଯାଇଥିଲା।

ଜେରା ବେଳେ ସଞ୍ଜୟ କହିଛି ଯେ ସେମିନାର ହଲ ଭିତରେ ଟ୍ରେନି ମହିଳା ଡାକ୍ତର ଜଣଙ୍କ ଗଭୀର ନିଜର ଶୋଇଥିବା ଦେଖିବାକୁ ପାଇଥିଲା। ଏହା ଦେଖି ସଞ୍ଜୟ ସିଧା ତାଙ୍କ ଉପରକୁ ଡିଆଁ ମାରିଥିଲା ଓ ଦୁଷ୍କର୍ମ କରିଥିଲା। 

ପୂର୍ବରୁ ଜଣାପଡ଼ିଥିଲା ଯେ ଅଗଷ୍ଟ ୮ ତାରିଖ ରାତି ୧୧ଟା ବେଳେ ସଞ୍ଜୟ ହସ୍ପିଟାଲର ପଛ ପାଖୁ ଯାଇଥିଲା ଓ ସେଠାରେ ମଦ ପିଇଥିଲା। ମଦ ପିଇବା ବେଳେ ସେ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖିଥିଲା।

ସଞ୍ଜୟ ଉକ୍ତ ରାତିରେ ଏକାଧିକ ଥର ହସ୍ପିଟାଲ ଭିତରକୁ ଯାଇଥିଲା। ଏବେ ସିବିଆଇ ଅଭିଯୁକ୍ତ ସଞ୍ଜୟର ମିଛ ଧରା ପରୀକ୍ଷା ଆରମ୍ଭ କରିଛି। ଏହା ପରେ ଘଟଣାରେ ଆହୁରି ସ୍ପଷ୍ଟତା ଆସି ପାରିବ ବୋଲି କୁହାଯାଉଛି।

Kolkata Kolkata Police Kolkata Doctor Rape And Murder Case