Advertisment

୧୪ ଦିନ ପାଇଁ ଜେଲ ହାଜତକୁ ଗଲା କୋଲକାତା ଦୁଷ୍କର୍ମ ଅଭିଯୁକ୍ତ ସଞ୍ଜୟ

ଗିରଫ ପରେ ସିବିଆଇ ହେପାଜତରେ ଥିବା ସଞ୍ଜୟକୁ ଆଜି କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେଆଲଦା ସିଭିଲ ଓ କ୍ରିମିନାଲ କୋର୍ଟକୁ ଅଣାଯାଇଥିଲା।

Kolkata

Kolkata

Advertisment

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ସଞ୍ଜୟ ରୟର ରିମାଣ୍ଡ ଅବଧି ଶେଷ ହେବା ପରେ ତା’କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। କୋଲକାତାର ଗୋଟିଏ କୋର୍ଟ ତା’କୁ ୧୪ ଦିନ ପାଇଁ ଆଜି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

Advertisment

ଗିରଫ ପରେ ସିବିଆଇ ହେପାଜତରେ ଥିବା ସଞ୍ଜୟକୁ ଆଜି କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେଆଲଦା ସିଭିଲ ଓ କ୍ରିମିନାଲ କୋର୍ଟକୁ ଅଣାଯାଇଥିଲା। ସିବିଆଇ ରିମାଣ୍ଡ ପାଇଁ ଆବେଦନ ନ କରିବାକୁ କୋର୍ଟ ତା’କୁ ଜେଲ ହାଜତକୁ ପଠାଇଛନ୍ତି।

ଅନ୍ୟପକ୍ଷରେ କୋଲକାତାରେ ଥିବା ଗୋଟିଏ ସ୍ୱତନ୍ତ୍ର କୋର୍ଟ ସଞ୍ଜୟ ରୟର ମିଛ ଧରା ପରୀକ୍ଷା କରିବାକୁ ମଧ୍ୟ ସିବିଆଇକୁ ଅନୁମତି ଦେଇଛନ୍ତି। ପଲିଗ୍ରାଫ ଟେଷ୍ଟର ତଥ୍ୟ କୋର୍ଟରେ ଗ୍ରହଣୀୟ ନୁହେଁ। କିନ୍ତୁ ପଲିଗ୍ରାଫର ସ୍ୱୀକାରୋକ୍ତି ତଦନ୍ତକାରୀ ସଂସ୍ଥାକୁ ସହାୟତା କରିଥାଏ।

Advertisment

ଅଗଷ୍ଟ ୯ ତାରିଖରେ ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରେ ସଞ୍ଜୟ ରୟ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତଦେହ ମିଳିବାର ୧୨ ଘଣ୍ଟା ମଧ୍ୟରେ ପୁଲିସ୍‌ ସଞ୍ଜୟକୁ ଗିରଫ କରିଥିଲା।

ଘଟଣାକୁ ନେଇ ପୂରା ଦେଶରେ ବିକ୍ଷୋଭ ହେବାରୁ କଲିକତା ହାଇକୋର୍ଟ ସିବିଆଇକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସିବିଆଇ କୋଲକାତା ପୁଲିସ୍‌ ଠାରୁ ତଦନ୍ତ ଦାୟିତ୍ୱ ନେବା ସହ ସଞ୍ଜୟକୁ ଜେରା କରିଥିଲା।

Kolkata Kolkata Police Kolkata Doctor Rape And Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe