Advertisment

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ବିଜେପି ନେତ୍ରୀ ଓ ୨ ଡାକ୍ତରଙ୍କୁ ସମନ୍‌

ଆର୍‌ଜି କର୍‌ ହସ୍ପିଟାଲର ଦୁଇ ଜଣ ବରିଷ୍ଠ ଡାକ୍ତର ଓ ପଶ୍ଚିମବଙ୍ଗ ବିଜେପି ନେତ୍ରୀ ଲକେଟ୍‌ ଚାଟାର୍ଜୀଙ୍କୁ ପଚରାଉଚରା କରିବା ପାଇଁ ଡକାଇଛି ପୁଲିସ।

Locket Chatterjee

Locket Chatterjee

Advertisment

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ସିବିଆଇ ହାତରେ ଅଛି। ଏହାରି ଭିତରେ ପଶ୍ଚିମବଙ୍ଗ ପୁଲିସ ନିଜ ସ୍ତରରେ ମାମଲାର ଛାନଭିନ୍‌ ଜାରି ରଖିଛି। ଆର୍‌ଜି କର୍‌ ହସ୍ପିଟାଲର ଦୁଇ ଜଣ ବରିଷ୍ଠ ଡାକ୍ତର ଓ ପୂର୍ବତନ ସାଂସଦ ତଥା ପଶ୍ଚିମବଙ୍ଗ ବିଜେପି ନେତ୍ରୀ ଲକେଟ୍‌ ଚାଟାର୍ଜୀଙ୍କୁ ସମନ ପଠାଇଛି ପୁଲିସ।

Advertisment

ଭୁଲ୍‌ ତଥ୍ୟ ବିସ୍ତାର କରିବା ଓ ପୀଡିତାଙ୍କ ପରିଚୟ ସାର୍ବଜନୀନ କରିବା ନେଇ ଦୁଇଟି ପୃଥକ ମାମଲା ରୁଜୁ କରିଛି ପୁଲିସ। ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ ବିସ୍ତାର କରିଥିବା ଅଭିଯୋଗରେ କୋଲକାତା ପୁଲିସ ଡାକ୍ତର ସୁବର୍ଣ୍ଣ ଗୋସ୍ୱାମୀ ଏବଂ ଡାକ୍ର କୁନାଲ ସରକାରଙ୍କୁ ପଚରାଉଚରା କରିବା ପାଇଁ ନୋଟିସ୍‌ ପଠାଇଛି।

ତେବେ ସୁବର୍ଣ୍ଣ ଗୋସ୍ୱାମୀ ଦାବି କରିଛନ୍ତି ଯେ ସେ ଏପର୍ଯ୍ୟନ୍ତ କୌଣସି ନୋଟିସ ପାଇନାହାଁନ୍ତି। ଯଦି ମିଳିବ ତେବେ ସେ ପଚରାଉଚୁରାରେ ଯୋଗଦେବେ। ସେପଟେ ଡାକ୍ତର କୁନାଲ ସରକାର ଆଜି ସକାଳେ କୋଲକାତା ପୁଲିସ ତରଫରୁ ଏକ ନୋଟିସ୍‌ ଗ୍ରହଣ କରିଥିବା ନେଇ ସ୍ୱୀକାର କରିଛନ୍ତି। ଆସନ୍ତାକାଲି ସେ ପୁଲିସ ମୁଖ୍ୟାଳୟରେ ହାଜର ହେବେ।

Advertisment

ଏଥିସହ ବିଜେପିର ପୂର୍ବତନ ସାଂସଦ ଲକେଟ୍‌ ଚାଟାର୍ଜୀଙ୍କୁ ମଧ୍ୟ ପୁଲିସ ନୋଟିସ୍‌ ପଠାଇ ପଚରାଉଚରା ପାଇଁ ଡକାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ସେ ପୀଡ଼ିତାଙ୍କ ପରିଚୟ ସାର୍ବଜନୀନ କରିଥିଲେ ଏବଂ ତଦନ୍ତ ବିଷୟରେ ମିଥ୍ୟା ତଥ୍ୟ ସେୟାର କରିଥିଲେ। ଆଜି ଅପରାହ୍ନ ୩ଟା ସୁଦ୍ଧା ତାଙ୍କୁ ହାଜର ହେବାକୁ କୁହାଯାଇଛି।

କହିରଖୁ ଯେ, ଅଗଷ୍ଟ ୯ ତାରିଖରେ କୋଲକାତାର ଆର୍‌ଜି କର ହସ୍ପିଟାଲର ସେମିନାର ହଲ୍‌ରେ ଜଣେ ମହିଳା ଡାକ୍ତରଙ୍କ ସହ ନୃଶଂସ ଘଟଣା ଘଟିଥିଲା। ହସ୍ପିଟାଲରେ ଡ୍ୟୁଟିରେ ନିୟୋଜିତ ଥିବା ଜଣେ ଗ୍ରାଜୁଏଟ୍‌ ରେସିଡାଣ୍ଟ ଡାକ୍ତରଙ୍କୁ ଦୁଷ୍କର୍ମ କରାଯାଇଥିଲା। ସେମିନାର ହଲରେ ତାଙ୍କୁ ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଙ୍କ ନିକଟକୁ ନିଆଯାଇଥିଲା, କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରି ସାରିଛି।

Bjp West Bengal Kolkata Rape-Murder Case Summoned Over Fake News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe