Advertisment

ମୋ ଜ୍ୱାଇଁକୁ ଫାଶୀ ଦିଅ, ଅଭିଯୁକ୍ତ ସଞ୍ଜୟର ଶାଶୁ କହିଲେ ଏମିତି

କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ସଞ୍ଜୟ ରୟଙ୍କ ଶାଶୁ ଏକ ବୟାନ ଜାରି କରି ତା' ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Accused Sanjay Roy

Accused Sanjay Roy

କୋଲକାତା ଆର୍‌ଜି କର୍‌ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେଉଛି। ଏହାକୁ ନେଇ ପୂରା ଦେଶରେ ଅସନ୍ତୋଷ ଜାରି ରହିଛନ୍ତି। ଡାକ୍ତରମାନେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରନର୍ଶନ କରୁଛନ୍ତି। ଏହାରି ଭିତରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜ ରୟକୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି ତାଙ୍କ ଶାଶୁ।

Advertisment

ଅଭିଯୁକ୍ତ ସଞ୍ଜୟ ରୟଙ୍କ ଶାଶୁ ଏକ ବୟାନ ଜାରି କରି ତା' ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ଘଟଣାରେ ଏକାଧିକ ଲୋକ ସମ୍ପୃକ୍ତ ଥାଇପାରନ୍ତି। କେବଳ ସଞ୍ଜୟ ଏସବୁ କରିପାରିବେ ନାହିଁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, 'ସଞ୍ଜୟ ସହ ଆମର ସମ୍ପର୍କ ଭଲ ନ ଥିଲା। ସେ ଆମ ଝିଅ ସହ ଅସଦାଚରଣ କରୁଥିଲେ। ସେ ତାକୁ ମାଡ଼ ମାରୁଥିଲେ। ତା' ବିରୋଧରେ ପୁଲିସରେ ଅଭିଯୋଗ ମଧ୍ୟ କରାଯାଇଥିଲା। ସେ ପୂର୍ବରୁ ଆଉ ଜଣଙ୍କୁ ମଧ୍ୟ ବିବାହ କରିଥିଲା। ଏହା ପରେ ସେ ମୋ ଝିଅ ସହିତ ଦ୍ୱିତୀୟ ବିବାହ କରିଥିଲା। ମୋ ଝିଅ ଯେତେବେଳେ ୩ ମାସର ଗର୍ଭବତି ଥିଲା ତା'ର ଗର୍ଭପାତ କରାଇଥିଲା। ସଞ୍ଜୟ ରାୟ ଜଣେ ଭଲ ବ୍ୟକ୍ତି ନୁହେଁ। ତାକୁ ଫାଶୀ ଖୁଣ୍ଟରେ ଝୁଲାନ୍ତୁ ଅବା ଯାହା ଇଚ୍ଛା ତାହା ତା' ସହ କରନ୍ତୁ।'

Advertisment

କୋଲକାତା ଦୁଷ୍କର୍ମ ମାମଲାକୁ ନେଇ ସାରା ଦେଶରେ ନିଆଁ ଜଳୁଛି। ଏହି ମାମଲାରେ ଦେଶରେ ରାଜନୀତି ମଧ୍ୟ ଚରମ ସୀମାରେ ରହିଛି। ବିଜେପି ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରୁଛି। ସେପଟେ ଇଣ୍ଡିଆ ଆଲାଏନ୍ସର ନେତାମାନେ ବିଜେପି ଏହାକୁ ନେଇ ରାଜନୀତି କରୁଥିବା ଅଭିଯୋଗ କରୁଛନ୍ତି।

Sanjay Roy Kolkata Rape-Murder Case