Advertisment

ଭୁଲ୍‌ ଲୁଚାଇବାକୁ ଚେଷ୍ଟା: ମମତାଙ୍କ ଚିଠିର କଡ଼ା ଜବାବ ଦେଲା କେନ୍ଦ୍ର

ମମତାଙ୍କ ଚିଠିର କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ।

ଅଦ୍ୟତନ ହୋଇଛି
Mamata Banerjee

Mamata Banerjee

Advertisment

କୋଲକାତା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ବିଜେପି ଓ ଟିଏମ୍‌ସି ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏହାକୁ ନେଇ ଜଳୁଛି ପୂରା ଦେଶ। ରାଜନୈତିକ ବିବାଦ ମଧ୍ୟ ଲାଗି ରହିଛି। ଏହାରି ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦ୍ୱିତୀୟ ଚିଠି ଲେଖିଛନ୍ତି। ଏହି ଚିଠିରେ ମମତା ବାନାର୍ଜୀ ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧ ପାଇଁ କଠୋର ଆଇନ ଏବଂ ଦଣ୍ଡ ଦାବି କରିଥିଲେ। ମମତାଙ୍କ ଏହି ଚିଠିର ଏବେ ଜବାବ ଦେଇଛି କେନ୍ଦ୍ର।

Advertisment

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି, ମମତା ସରକାର ନିଜ ଭୁଲ୍‌ ଲୁଚାଇବାକୁ ଚେଷ୍ଟା କରୁଛି। ଦୁଷ୍କର୍ମ ଏବଂ POCSO ଆକ୍ଟ ମାମଲାର ମୁକାବିଲା ପାଇଁ ସ୍ୱତନ୍ତ୍ର ଭାବେ ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ (ଏଫଟିଏସସି) ଗଠନ କରାଯାଇଛି। ପଶ୍ଚିମବଙ୍ଗରେ ୪୮,୬୦୦ ଦୁଷ୍କର୍ମ ଏବଂ POCSO ମାମଲାର ପେଣ୍ଡିଂ ରହିଛି। ଏହା ସତ୍ତ୍ୱେ ରାଜ୍ୟ ଅତିରିକ୍ତ ୧୧ଟି FTSC କାର୍ଯ୍ୟକ୍ଷମ କରିନାହିଁ। ଯାହାକି ରାଜ୍ୟର ଆବଶ୍ୟକତା ଅନୁଯାୟୀ ଉଭୟ ଦୁଷ୍କର୍ମ ଏବଂ POCSO ମାମଲା ବିଚାର କରିବା ପାଇଁ ଆବଶ୍ୟକ ଅଟେ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, 'ଆପଣଙ୍କ ଚିଠିରେ ଦିଆଯାଇଥିବା ତଥ୍ୟ ବାସ୍ତବରେ ଭୁଲ। ଏହା ରାଜ୍ୟ ଦ୍ୱାରା ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର କୋର୍ଟ (FTSC) କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ଓ ତଥ୍ୟ ଲୁଚାଇବା ନିମନ୍ତେ ଉଦ୍ଦିଷ୍ଟ ପରି ମନେ ହେଉଛି। ମହିଳାଙ୍କ ପ୍ରତି ହେଉଥିବା ହିଂସା ତଥା ଅପରାଧର ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ଆଇନଗୁଡ଼ିକ ବ୍ୟାପକ ଏବଂ ବେଶ୍‌ କଠୋର। ଯଦି ରାଜ୍ୟ ସରକାର କେନ୍ଦ୍ରୀୟ ନିୟମକୁ ଠିକ୍ ଭାବରେ ପାଳନ କରନ୍ତି, ତେବେ ଏହା ନିଶ୍ଚିତ ଭାବେ ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ମଜବୁତ କରିବାରେ ସହାୟକ ହେବ। ଅପରାଧିକୁ କଠୋର ପରିଣାମର ସମ୍ମୁଖୀନ ହେବାକୁ ପଡ଼ିବ।'

Advertisment

କୋଲକାତା ଆର୍‌ଜି କର ମେଡିକାଲ କଲେଜରେ ଅଗଷ୍ଟ ୯ ତାରିଖରେ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁଇଟି ଚିଠି ଲେଖିଥିଲେ ମମତା ବାନାର୍ଜୀ। ଏହି ଚିଠି ଦୁଷ୍କର୍ମ ମାମଲାର ୧୫ଦିନ ମଧ୍ୟରେ ବିଚାର ସାରି ଦୋଷୀକୁ ଉପଯୁକ୍ତ ଦଣ୍ଡ ପ୍ରଦାନ ପାଇଁ କଠୋର କେନ୍ଦ୍ରୀୟ ଆଇନ ଆଣିବାକୁ ଅନୁରୋଧ କରିଥିଲେ ମମତା।

Mamata Banerjee Kolkata Raped-Murdered Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe