Advertisment

ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ଫାର୍ମ ହାଉସ୍‌ରେ ପଶିଲା ଇଡି

ଆର୍ଥିକ ଅନିୟମିତତା ଅଭିଯୋଗରେ ଇଡି ଆଜି ସକାଳୁ ସନ୍ଦୀପ ଘୋଷଙ୍କ ଫାର୍ମ ହାଉସ୍‌ରେ ରେଡ୍‌ କରିଛି।

Sandeep Ghosh

Sandeep Ghosh

Advertisment

କୋଲକାତା ଆର୍‌ଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବଢ଼ିଲା ଅଡୁଆ। ତାଙ୍କ ଫାର୍ମ ହାଉସ୍‌ରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆର୍ଥିକ ଅନିୟମିତତା ଅଭିଯୋଗରେ ଇଡି ଆଜି ସକାଳୁ ସନ୍ଦୀପ ଘୋଷଙ୍କ ଫାର୍ମ ହାଉସ୍‌ରେ ରେଡ୍‌ କରିଛି।

Advertisment

ଇଡିର ଏକ ଟିମ୍ ମଧ୍ୟ ଉତ୍ତର କୋଲକାତାର ଟିଏମସି ବିଧାୟକ ସୁଦୀପ୍ତ ରୟଙ୍କ ଘର ଏବଂ ନର୍ସିଂହୋମ ଉପରେ ମଧ୍ୟ ଚଢ଼ାଉ କରିଛି। ସୁଦୀପ୍ତ ରୟ ଶ୍ରୀରାମପୁରର ଟିଏମସି ବିଧାୟକ ଏବଂ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ନିଯୁକ୍ତି ବୋର୍ଡର ଚେୟାରମ୍ୟାନ୍ ଅଟନ୍ତି। ସେ ଆରଜି କର ହସ୍ପିଟାଲର ରୋଗୀ କଲ୍ୟାଣ ସଂଘର ସଭାପତି ଥିଲେ।

କିଛି ଦିନ ପୂର୍ବରୁ ଆରଜି କର ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ସୁଦୀପ୍ତ ରୟଙ୍କ ଘର ଏବଂ ନିକଟସ୍ଥ ନର୍ସିଂହୋମ ଉପରେ ଚଢ଼ାଉ କରିଥିଲା। ବର୍ତ୍ତମାନ ଇଡି ଦୁର୍ନୀତି ମାମଲାରେ ଚଢ଼ାଉ କରିଛି।

Advertisment

କହିରଖୁ ଯେ, ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଆର୍‌ଜି କର ହସ୍ପିଟାଲ ଚର୍ଚ୍ଚାକୁ ଆସିଛି। ଇଡି ଆରଜି କର କଲେଜରେ ଦୁର୍ନୀତିର ଯାଞ୍ଚ କରୁଛି। ଏଜେନ୍ସି ଅନୁଯାୟୀ, ଗୋଟିଏ ପଟେ ଡକ୍ଟର ସନ୍ଦୀପ ଘୋଷ ଆର.ଜି କର କଲେଜର ପ୍ରିନ୍ସିପାଲ ଥିବାବେଳେ ତାଙ୍କ ପତ୍ନୀ ଉକ୍ତ କଲେଜରେ ସହକାରୀ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ।

୨୦୨୧ ମସିହାରେ ଡକ୍ଟର ସନ୍ଦୀପ ଘୋଷ ତାଙ୍କ ପତ୍ନୀ ସଙ୍ଗୀତା ଘୋଷଙ୍କୁ ସମ୍ପତ୍ତି କ୍ରୟ କରିବାକୁ ଅନୁମତି ଦେଇଥିଲେ। ତଦନ୍ତ ବେଳେ ଇଡି ଅନେକ ଅପରାଧୀ ଦଲିଲ ଏବଂ ଉପକରଣ ଜବତ କରିଛି। ଇଡିକୁ ମିଳିଥିବା ପ୍ରମାଣ ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ ଦୁର୍ନୀତିରୁ ମିଳିଥିବା ଅର୍ଥର ସହାୟତାରେ ହିଁ ସନ୍ଦୀପ ଘୋଷ କୋଟି କୋଟି ଟଙ୍କାର ସମ୍ପତ୍ତି ହାସଲ କରିଛନ୍ତି।

ସେପ୍ଟେମ୍ବର ୧୫ରେ, ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷ ଏବଂ ତାଲା ପୁଲିସ ଷ୍ଟେସନର ଅଭିଜିତ ମଣ୍ଡଳଙ୍କୁ ତିନି ଦିନ ପାଇଁ ସିବିଆଇ ହେପାଜତକୁ ପଠାଯାଇଥିଲା। ଶନିବାର ଦିନ ଲେଡି ଡାକ୍ତରଙ୍କ ଦୁଷ୍କର୍ମ-ହତ୍ୟା ମାମଲାରେ ଉଭୟଙ୍କୁ ଗିରଫ କରାଯାଇଥିଲା। 

ED Raid Kolkata RG Kar Medical College EX-Principal Sandeep Ghosh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe