Advertisment

ଟ୍ରେନି ଡାକ୍ତରଙ୍କ ବାପାଙ୍କ କୋହ- ଆମ ସ୍ୱପ୍ନକୁ ଚୁରମାର କରିଦେଲା କାଳ ରାତି

‘ମୋ’ ଝିଅକୁ ନେଇ ଆମେ ବହୁତ ଆଶା ଦେଖିଥିଲୁ। ମାତ୍ର ଗୋଟିଏ ରାତିର ଘଟଣା ସବୁ ସ୍ୱପ୍ନକୁ ଚୁରମାର କରିଦେଲା। ଆମର ଆଉ କିଛି ସ୍ୱପ୍ନ ନାହିଁ।’

Protest

Protest

Advertisment

‘ମୋ’ ଝିଅକୁ ନେଇ ଆମେ ବହୁତ ଆଶା ଦେଖିଥିଲୁ। ଝିଅ ବି ଆମ ସ୍ୱପ୍ନକୁ ପୂରା କରିବା ନିମନ୍ତେ ଦିନରାତି ଏକ କରି ଦେଇଥିଲା। ମାତ୍ର ଗୋଟିଏ ରାତିର ଘଟଣା ସବୁ ସ୍ୱପ୍ନକୁ ଚୁରମାର କରିଦେଲା। ଆମର ଆଉ କିଛି ସ୍ୱପ୍ନ ନାହିଁ। କେବଳ ଆମ ଝିଅ ସହ ଏପରି ଘୃଣ୍ୟ କାମ କରିଥିବା ଅଭିଯୁକ୍ତଙ୍କୁ ଠିକ୍‌ ସେହିପରି ଦଣ୍ଡ ମିଳୁ।’ କୋଲକତା ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସମଗ୍ର ଦେଶ ଉଠୁଥିବା ପଡ଼ୁଥିବା ବେଳେ ନିଜ ଛାତି ତଳର କୋହ ବଖାଣିଛନ୍ତି ପୀଡ଼ିତାଙ୍କ ପିତା।

Advertisment

ସେ କହିଛନ୍ତି, ମୋ’ ଝିଅର କେବଳ ଗୋଟିଏ ସ୍ୱପ୍ନ ଥିଲା। ସେ ବହି ବ୍ୟତୀତ ଆଉ କାହାକୁ ଚିହ୍ନି ନ ଥିଲା। ଦିନକୁ ୧୦ରୁ ୧୨ ଘଣ୍ଟା ସେ ପାଠ ପଢ଼ାରେ ବ୍ୟସ୍ତ ରହୁଥିଲା। ସେ ଡାକ୍ତରୀ ପରୀକ୍ଷାରେ ଗୋଲ୍ଡ ମେଡାଲ ପାଇବାକୁ ସ୍ୱପ୍ନ ଦେଖୁଥିଲା। ଏହା ସେ ନିଜ ଡାଏରୀରେ ବି ଲେଖିଥିଲା। ଆମେ ବି ତା ପାଇଁ ଦିନରାତି ଏକ କରି ବହୁ ପରିଶ୍ରମ କରୁଥିଲୁ। କିନ୍ତୁ ଗୋଟିଏ କାଳ ରାତିର ଘଟଣା ଆମର ପୂରା ପରିବାରକୁ ଛାରଖାର କରିଦେଇଛି, ଆମର ସବୁ ସ୍ୱପ୍ନକୁ ଚୁରମାର କରିଦେଇଛି। । ତେବେ ଦେଶବାସୀ ଯେପରି ମୋ’ ଝିଅକୁ ନ୍ୟାୟ ଦେବାକୁ ଲଢ଼େଇ କରୁଛନ୍ତି ତାହା ମୋତେ ସାହସ ଦେଉଛି ବୋଲି କହିଛନ୍ତି ପୀଡ଼ିତାଙ୍କ ବାପା।

ଏହି ଘଟଣାର ତଦନ୍ତ ଭାର ଏବେ କୋଲକତା ପୁଲିସ୍‌ ପାଖରୁ ଆଣି ସିବିଆଇକୁ ହସ୍ତାନ୍ତର କରିଛନ୍ତି ହାଇକୋର୍ଟ। ଏନେଇ କେତେ ସନ୍ତୁଷ୍ଟ ବୋଲି ପଚରାଯିବାରୁ ଯାଞ୍ଚ ସିବିଆଇ କଲେ ବି ମୁଁ ଆଉ ମୋ’ ଝିଅକୁ ଫେରି ପାଇବିନି। ତେବେ ଘଟଣା ଉପରକୁ ପରଦା ହଟିବ ବୋଲି ଆଶା ରଖିଛୁ। ମାତ୍ର ସିବିଆଇ ଅଧିକାରୀ ଏ ପର୍ଯ୍ୟନ୍ତ ଆମକୁ ସାକ୍ଷାତ କରି ନ ଥିବା କହିଛନ୍ତି ପୀଡ଼ିତାଙ୍କ ବାପା ।

Advertisment

ଏଥିସହ ଅଭିଯୁକ୍ତଙ୍କ ବିରୋଧରେ ଫାଶୀ ଦଣ୍ଡାଦେଶ ପାଇଁ ହେଉଥିବା ଆବେଦନ ଉପରେ ଟିପ୍ପଣୀ ଦେଇ କହିଛନ୍ତି, ଆମ ଝିଅ ସହ ଯେଉଁ ଯେଉଁମାନେ ଏପରି ବର୍ବର କାଣ୍ଡ କରି ତାକୁ ଜୀବନରୁ ମାରି ଦେଇଛନ୍ତି, ସେମାନଙ୍କ ସହ ବି ଠିକ୍‌ ଦଣ୍ଡ ମିଳୁ। ଏହାଦ୍ୱାରା ଆମ କ୍ଷତି ଭରଣା ହୋଇପାରିବନି କି ଝିଅ ଫେରିବନି, ମାତ୍ର ଦୁଃଖ କିଛି ମାତ୍ରାରେ ଲାଘବ ହେବ । ତେବେ ସମଗ୍ର ଦେଶବାସୀ ମୋ’ ଝିଅ ପାଇଁ ଛିଡ଼ା ହୋଇଥିବାରୁ ଲଢ଼େଇ ନିମନ୍ତେ ଆମ ଆତ୍ମବିଶ୍ୱାସ ବଢ଼ୁଛି ବୋଲି ସେ କହିଛନ୍ତି।

ଗତ ୮ ତାରିଖରେ କୋଲକତାର  ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଭୟଙ୍କର ଢଙ୍ଗରେ ଦୁଷ୍କର୍ମ କରାଯିବ ସହ ହତ୍ୟା କରାଯାଇଥିଲା।  ପୀଡ଼ିତା କୋଲକତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଭାବେ କାମ କରୁଥିଲେ। ଉକ୍ତ ମେଡିକାଲର କ୍ୟାମ୍ପସ୍‌ରେ ଥିବା ସେମିନାର ହଲ୍‌ରେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହା ପରଦିନ ସକାଳେ ତାଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ ପୁଲିସ୍‌ ସିଭିକ ସ୍ୱେଚ୍ଛାସେବୀ ଭାବେ କାମ କରୁଥିବା ସଞ୍ଜୟଙ୍କୁ ଗିରଫ କରି ସାରିଛି।

ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସାମନାକୁ ଆସିଛି ନୂଆ ଟ୍ୱିଷ୍ଟ। ଡାକ୍ତରଙ୍କ ମୃତଦେହରୁ ପର୍ଯ୍ୟାପ୍ତ ପରିମାଣର ସେମେନ ମିଳିଥିବାରୁ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଆଶଙ୍କା ପ୍ରକାଶ ପାଇଛି। 

ପୀଡ଼ିତାଙ୍କୁ ତଣ୍ଟି ଚିପି ହତ୍ୟା କରାଯିବା ପୂର୍ବରୁ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା।  ତାଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। ମୁଣ୍ଡରେ  ଏକାଧିକ ଆଘାତ ଲାଗିଛି। ତାଙ୍କ ଓଠ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ବେକରେ କାମୁଡ଼ା ଦାଗରୁ ନିର୍ଯାତନା କେତେ ଭୟଙ୍କର ଥିଲା ଅନୁମେୟ ହେଉଛି।

Kolkata West Bengal Rape And Murder Doctor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe