Advertisment

ପଶ୍ଚିମବଙ୍ଗ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କାହିଁକି ବିଲମ୍ବରେ ହେଲା ଏତଲା?

ଗୁରୁବାର ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
SC on Kolkata Case

SC on Kolkata Case

କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବର୍ଷିଲେ ସୁପ୍ରିମକୋର୍ଟ। ଘଟଣାରେ ବହୁ ବିଳମ୍ବରେ ଏଫ୍‌ଇଆର୍‌ ରୁଜୁ ହୋଇଥିବା ନେଇ ଉଠାଇଲେ ପ୍ରଶ୍ନ। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କ'ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି। ତଦନ୍ତ କେତେ ଦୂର ପହଞ୍ଚିଛି ବୋଲି କୋର୍ଟ ସିବିଆଇ ପ୍ରଶ୍ନ କରିଛନ୍ତି। ଏଥିସହ ଗୁରୁବାର ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦେବାକୁ ସିବିଆଇକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। 

Advertisment

କୋଲକାତା ଆର୍‌ଜିକର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ସିଜେଆଇଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଶୁଣାଣି ବେଳେ ଖଣ୍ଡପୀଠି ଏହି ମାମଲାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସିଜେଆଇ କହିଛନ୍ତି, ଦୁଷ୍କର୍ମ ଓ ହତ୍ୟା ବ୍ୟତୀତ ଏହା ସମଗ୍ର ଦେଶରେ ଡାକ୍ତରଙ୍କ ସୁରକ୍ଷାର ବିଷୟ। ଡାକ୍ତର, ବିଶେଷ କରି ମହିଳା ଡାକ୍ତର ଓ ଯୁବ ଡାକ୍ତରଙ୍କ ସୁରକ୍ଷାକୁ ନେଇ ଆମେ ଚିନ୍ତିତ। ସୋଶାଲ ମିଡିଆରେ ପୀଡିତାଙ୍କ ଫଟୋ, ପରିଚୟ ପୋଷ୍ଟମର୍ଟମ ପରେ ପୀଡିତାଙ୍କ ଶରୀରର ଫଟୋ ଦେଖାଇବା ବେଶ୍‌ ଉଦ୍‌ବେଗ ଜନକ।

Advertisment

ସେପଟେ ଏହି ମାମଲାକୁ ନେଇ ପଶ୍ଚିମବଙ୍ଗ ସରକାର ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ମେଡିକାଲ କଲେଜ ଅଧ୍ୟକ୍ଷଙ୍କ ଭୂମିକାକୁ ନେଇ ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି। ହତ୍ୟାକୁ ଆତ୍ମହତ୍ୟା ରୂପ ଦିଆଯିବାକୁ ଚେଷ୍ଟା କରାଯାଇଥିଲା କି? ପୀଡିତାଙ୍କ ବାପା-ମା'ଙ୍କୁ କାହିଁକି ବିଳମ୍ବରେ ସୂଚନା ଦିଆଗଲା। ସେମାନଙ୍କୁ କାହିଁକି ସାକ୍ଷାତ କରିବାକୁ ଅନୁମତି ଦିଆଗଲା ନାହିଁ। ପ୍ରିନ୍ସିପାଲ୍ କ’ଣ କରୁଥିଲେ? FIR ଦାଖଲ କରିବାରେ କାହିଁକି ବିଳମ୍ବ ହେଲା? ପୀଡିତାଙ୍କ ଶବ ସତ୍କାର ପରେ କାହିଁକି ଏଫ୍ଆଇଆର୍‌ ରୁଜୁ କରାଗଲା ବୋଲି ସିଜେଆଇ ପଶ୍ଚିମବଙ୍ଗ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ଅନ୍ୟପଟେ ଡାକ୍ତରମାନଙ୍କୁ ଆନ୍ଦୋଳନରୁ ଓହରିବା ପାଇଁ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ହସ୍ପିଟାଲ ୨୪ ଘଣ୍ଟିଆ ଖୋଲାଥିବା, ଡାକ୍ତର ଡ୍ୟୁଟି କରୁଥିବାରୁ ସୁରକ୍ଷା ଜରୁରୀ ବୋଲି ସିଜେଇ କହିଛନ୍ତି। ଏଥିଲାଗି ଡାକ୍ତରଙ୍କ ସୁରକ୍ଷା ପାଇଁ ଟାସ୍କଫୋର୍ସ ଗଠନ କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହି ଟାସ୍କଫୋର୍ସ ସିନିଅର ଓ ଜୁନିଅର ଡାକ୍ତରଙ୍କ ସୁରକ୍ଷା ପାଇଁ ସାରା ଦେଶରେ କି କାର୍ଯ୍ୟପନ୍ଥା ହେବ ସେ ନେଇ ପରାମର୍ଶ ଦେବ। 

Supreme Court Kolkata Rape-Murder Case