Advertisment

ଆଜିଠୁ ରାସ୍ତା ଉପରେ ରୋଗୀ ସେବା

ରେସିଡେଣ୍ଟ ଡାକ୍ତରମାନେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବାହାରେ ମାଗଣା ଓପିଡି ସେବା ଖୋଲିବାକୁ ଘୋଷଣା କରିଛନ୍ତି।

author-image
Madhupriya Mistry
Doctor protest

Doctor protest

ଆଜିଠୁ ରାସ୍ତା ଉପରେ ହେବ ରୋଗୀ ସେବା। ରାସ୍ତା ଉପରେ ମାଗଣା ଓପିଡି ସେବା ଦେବେ ରେସିଡେଣ୍ଟ ଡାକ୍ତର। ସୁନିଶ୍ଚିତ ସୁରକ୍ଷା ବ୍ୟବସ୍ଥା ନ ମିଳିବା ଯାଏଁ ରାସ୍ତାରେ ଓପିଡି ସେବା ଜାରି ରହିବ। କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଦିଲ୍ଲୀ ନିର୍ମାଣ ଭବନ ସମ୍ମୁଖରେ ଡାକ୍ତରମାନେ ଏଭଳି କିଛି ଅଭିନଭ ପ୍ରତିବାଦ କରିଛନ୍ତି। ଦିଲ୍ଲୀ ଏମ୍ସ ସହ ଅନ୍ୟ ହସ୍ପିଟାଲର ଡାକ୍ତରମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

Advertisment

କୋଲକାତା ଆର୍‌ଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହୋଉଛି। ସମଗ୍ର ଦେଶରେ ଏହି ଘଟଣାକୁ ନେଇ ଅସନ୍ତୋଷ ଜାରି ରହିଛି। ସିବିଆଇ ପୂରା ମାମଲାର ତଦନ୍ତ ଜାରି ରଖିଛି। ସୁପ୍ରିମକୋର୍ଟ ମଧ୍ୟ ଏଥିରେ ନିଜଆଡୁ ହସ୍ତକ୍ଷେପ କରିଛନ୍ତି।

ଏପଟେ ରେସିଡେଣ୍ଟ ଡାକ୍ତରଙ୍କ ଧର୍ମଘଟ ଆଜି ୮ମ ଦିନରେ ପହଞ୍ଚିଛି। ଦେଶର ଅନେକ ବଡ଼ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହୋଇଛି। ଆଜିଠାରୁ ଦିଲ୍ଲୀର AIIMS ଏବଂ ଅନ୍ୟାନ୍ୟ ଡାକ୍ତରଖାନାର ରେସିଡେଣ୍ଟ ଡାକ୍ତରମାନେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବାହାରେ ରାସ୍ତାରେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବେ ବୋଲି ଏକ ପ୍ରେସ୍‌ ରିଲିଜ ମାଧ୍ୟରେ ଘୋଷଣା କରିଛନ୍ତି। 

Advertisment

ଆମେ ଆମର ରୋଗୀଙ୍କୁ ସେବା କରିବାକୁ ସର୍ବଦା ପ୍ରସ୍ତୁତ। ସମସ୍ତ ଏମ୍ସ ବାସିନ୍ଦା ତଥା ଦିଲ୍ଲୀ ଡାକ୍ତରଖାନାର ବାସିନ୍ଦା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବିପରୀତ ରାସ୍ତାରେ ନିର୍ମଣ ଭବନରେ ମାଗଣା ଓପିଡି ସେବା ଯୋଗାଇବେ। ଯେତେ ଯାଏଁ କେନ୍ଦ୍ରୀୟ ସୁରକ୍ଷା ଅଧୀନରେ ହସ୍ପିଟାଲଗୁଡିକୁ ପର୍ଯ୍ୟାପ୍ତ ସୁରକ୍ଷା ନ ଯୋଇଦିଆଯାଇଛି ସେତେ ଯାଏଁ ଆମର ଏହି ଆନ୍ଦୋଳନ ଜାରି ରହିବ ବୋଲି ରେସିଡେଣ୍ଟ ଡାକ୍ତରଙ୍କ ତରଫରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି।

AIIMS Doctor Protest Kolkata Rape-Murder Case