Advertisment

କୋଲକାତା ହରର୍‌: ଗଠନ ହେଲା ଏସ୍‌ଆଇଟି

ଏହି ଏସ୍ଆଇଟି ଟିମ୍‌ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ଆର୍ଥିକ କାରବାରର ତଦନ୍ତ କରିବ।

Kolkata Case

Kolkata Case

Advertisment

କୋଲକତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗଠନ ହେଲା ଏସ୍‌ଆଇଟି। କୋଲକାତା ଆର୍‌ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବିରୋଧ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ଏହି ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି। ଏହି ଏସ୍ଆଇଟି ଟିମ୍‌ ସନ୍ଦୀପ ଘୋଷଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ଆର୍ଥିକ କାରବାରର ତଦନ୍ତ କରିବ।

Advertisment

ପଶ୍ଚିମବଙ୍ଗ ସରକାରଙ୍କ ଏକ ଆଦେଶରେ କୁହାଯାଇଛି ଯେ, ଆର୍ଥିକ ଅନିୟମିତତା ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି, ଯାହା ଏକ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବ। ଜାନୁୟାରୀ ୨୦୨୧ରୁ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଆର୍ଥିକ ଅନିୟମିତତା ବିଷୟରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଅନୁସନ୍ଧାନ କରିବେ।

ଆର.ଜି.କେ ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ବିରୋଧରେ ଆର୍ଥିକ ଅନିୟମିତତା ମାମଲା ରୁଜୁ ହୋଇଛି। ଏହି ମାମଲା ତାଲା ପୁଲିସ ଷ୍ଟେସନରେ ପଞ୍ଜିକୃତ ହୋଇଛି। ପଶ୍ଚିମବଙ୍ଗ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ସ୍ୱତନ୍ତ୍ର ସଚିବ ଦେବଲ କୁମାର ଘୋଷ ଏକ ଲିଖିତ ଅଭିଯୋଗ କରି ସନ୍ଦୀପ ଘୋଷଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

Advertisment

ସେପଟେ ଅଗଷ୍ଟ ୧୪ ତାରିଖରେ ରାତିରେ ଆର୍‌ଜି କର ମେଡିକାଲ କଲେଜରେ ହୋଇଥିବା ଭଙ୍ଗାରୁଜୁା ମାମଲାରେ ମଧ୍ୟ କୋଲକାତା ପୁଲିସ ଏଫ୍‌ଆଇଆର୍‌ ରୁଜୁ କରିଛି। ଏହାର ତଦନ୍ତ ମଧ୍ୟ ସ୍ୱତନ୍ତ୍ର ତଦନ୍ତକାରୀଦଳ ଗଠନ କରାଯାଇଛି। ୧୫ ସଦସ୍ୟ ବିଶିଷ୍ଟ ଏହି ଏସଆଇଟି ଟିମ୍‌ର ନେତୃତ୍ୱ କୋଲକାତା ପୁଲିସ ଡିଟେକ୍ଟିଭ୍ ବିଭାଗର ଦଙ୍ଗା ବିରୋଧୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନେଇଛନ୍ତି। ଏସଆଇଟି ଟିମ୍‌ର ଅନ୍ୟ ସମସ୍ତ ସଦସ୍ୟ ହେଉଛନ୍ତି ଗୁପ୍ତଚର ବିଭାଗର ଅଧିକାରୀ।

ସିସିଟିଭି ଫୁଟେଜ, ଟେକ୍‌ନିକାଲ ଏବଂ ଅନ୍ୟ ସୋର୍ସରୁ ମିଳିଥିବା ସୂଚନା ଆଧାରରେ ୧୦୦୦ରୁ ଅଧିକ ଲୋକଙ୍କୁ ଚିହ୍ନଟ କରାଯାଇଛି ବୋଲି ସୂତ୍ରରୁ ପ୍ରକାଶ। ଭଙ୍ଗାରୁଜାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଏପର୍ଯ୍ୟନ୍ତ କୋଲକାତା ପୋଲିସ ମୋଟ ୩୭ ଜଣଙ୍କୁ ଗିରଫ କରିଛି।

କହିରଖୁ ଯେ, ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସିବିଆଇ କ୍ରମାଗତ ଭାବେ ପଚରାଉଚରା ଜାରି ରଖିଛି। ସୋମବାର ସିବିଆଇ ଡଃ. ଘୋଷଙ୍କୁ ୧୩ ଘଣ୍ଟା ଧରି ପଚରାଉଚରା କରିଥିଲା। ସିବିଆଇ ଟିମ୍ ସନ୍ଦୀପ ଘୋଷଙ୍କୁ ମଙ୍ଗଳବାର ଅର୍ଥାତ୍ ଆଜି ପଞ୍ଚମ ଦିନରେ ପୁଣି ପଚରାଉଚରା କରୁଛି। ସନ୍ଦୀପ ଘୋଷଙ୍କୁ ଗତ ୪ ଦିନ ମଧ୍ୟରେ ୫୩ଘଣ୍ଟା ଧରି ପଚରାଉଚରା କରାଯାଇଛି।

ଅଗଷ୍ଟ ୯ରେ କୋଲକାତାରେ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ସନ୍ଦୀପ ଘୋଷଙ୍କୁ ପ୍ରିନ୍ସିପାଲ ପଦରୁ ହଟାଇ ଦିଆଯାଇଥିଲା।

SIT Investigation Kolkata Raped-Murdered Case RG Kar Medical College EX-Principal Sandeep Ghosh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe