Advertisment

କାହିଁକି ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରିଥିଲ? ଜବାବ ମାଗିଲେ ସୁପ୍ରିମକୋର୍ଟ

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସର୍ବୋଚ୍ଚ ଅଦାଲତ ପୁଲିସକୁ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରିବା ଉପରେ ପ୍ରଶ୍ନ କରିଛନ୍ତି।

CJI

CJI

Advertisment

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ସୁପ୍ରିମକୋର୍ଟ। ଆଜି ଏହି ମାମଲା ଉପରେ ଏକ ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ପୁଲିସକୁ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରିବା ଉପରେ ପ୍ରଶ୍ନ କରିଛନ୍ତି।

Advertisment

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ବର୍ତ୍ତମାନ ସୁଦ୍ଧା କରିଥିବା ତଦନ୍ତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ଆଜି ଏହି ରିପୋର୍ଟ ଉପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେପି ପରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ତର୍ଜମା କରିଥିଲେ।

ବିଚାର ସମୟରେ ବରିଷ୍ଠ ଆଡଭୋକେଟ କପିଲ ସିବଲ ଖଣ୍ଡପୀଠଙ୍କୁ କହିଥିଲେ ଯେ, ମୃତ୍ୟୁ ପ୍ରମାଣପତ୍ର ହତ୍ୟାର ପର ଦିନ ଅପରାହ୍ଣ 1ଟା 47ରେ ଦିଆଯାଇ ଥିବାବେଳେ ଅପରାହ୍ନ 2ଟା 55 ମିନିଟରେ ପୁଲିସ ଏକ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରିଥିଲା।  

Advertisment

ଏହାପରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କାଉଣ୍ଟର କରି କହିଥିଲେ, ରେକର୍ଡ ଅନୁଯାୟୀ, ରାତି 11ଟା 30ରେ ଏହି ରିପୋର୍ଟ ଦାଖଲ କରାଯାଇଥିଲା।

ଏହାପରେ ଖଣ୍ଡପୀଠ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ ହେବାକୁ ନାହିଁ ପ୍ରଶ୍ନ କରିଥିଲେ। ପୁଲିସ କାହିଁକି ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରିଥିଲା ତା'ର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। 

ଏଥିସହ ମାମଲା ଉପରେ ସର୍ବ ସମ୍ମୁଖରେ ଟିପ୍ପଣୀ ରଖିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ତଦନ୍ତ ପ୍ରକ୍ରିୟା ଜାରି ରହିଥିବାରୁ ବର୍ତ୍ତମାନ କିଛି କହି ହେବ ନାହିଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଆସନ୍ତା ସୋମବାର ସୁଦ୍ଧା ପରବର୍ତ୍ତୀ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସିବିଆକୁ ନିର୍ଦ୍ଦେଶ ଦେଇଛନ୍ତି। 

CBI Supreme Court Kolkata Doctor Murder Case Doctor Rape Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe